Home କେନ୍ଦୁଝର ନା ବାଳିକା ବିବାହ ବନ୍ଦ କରିବାକୁ ଯାଇ ଫେରିଲା ପ୍ରଶାସନ

ନା ବାଳିକା ବିବାହ ବନ୍ଦ କରିବାକୁ ଯାଇ ଫେରିଲା ପ୍ରଶାସନ

74

ହାଟଡ଼ିହି,୨୫ । ୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବଣିଆରୀ ମନ୍ଦିରରେ ଜଣେ ନା ବାଳିକାକୁ ବିବାହ କରାଯାଉଥିବା କେହି ଚାଇଲଡଲାଇନକୁ ଫୋନ କରି ଜଣାଇବାପରେ ପ୍ରଶାସନ ପକ୍ଷରୁ ଏହି ବିବାହକୁ ବନ୍ଦ କରିବାକୁ ତତ୍ପର ହୋଇ ଉଠିଥିଲା । କିନ୍ତୁ ସେପରି କିଛି ବିବାହ ହେଉନଥିବା ଜାଣିବାପରେ ଅଧିକାରୀମାନେ ଫେରିଆସିଥିଲେ । ଖବରରୁ ଜଣାଯାଇଛି ଯେ ଇଞ୍ଚୋଳ ଗ୍ରାମର ଜଣେ ନା ବାଳିକାକୁ ଫକିରପୁର ଗ୍ରାମର ଜଣେ ଯୁବକ ବଣିଆରୀ ମନ୍ଦିରରେ ବିବାହ କରୁଥିବା ନେଇ କେହି ଟେଲିଫୋନ ମାଧ୍ୟମରେ ଚାଇଲ୍ଡ ଲାଇନକୁ ସୁଚନା ଦେଇଥିଲେ । ଚାଇଲ୍ଡଲାଇନ ପକ୍ଷରୁ ଖବରପାଇ ହାଟଡିହିର ସିଡିପିଓ, ନନ୍ଦିପଦା ପୁଲିସ ଓ ଚାଇଲ୍ଡଲାଇନ ସଦସ୍ୟମାନେ ଉକ୍ତ ମନ୍ଦିରକୁ ଯାଇ ସେପରି କିଛି ବିବାହ ହେଉନଥିବା ଓ ଏହା ଏକ ମିଥ୍ୟା ଅଭିଯୋଗ ବୋଲି ଜାଣିବାକୁ ପାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.