Home ଓଡ଼ିଶା ୯୦ ପ୍ରତିଶତ ଦିବ୍ୟାଙ୍ଗ ସର୍ବେଶ୍ୱର ସିଂ ଅନ୍ୟ ମାନଙ୍କ ଠାରୁ କିଛି କମ୍ ନୁହଁ

୯୦ ପ୍ରତିଶତ ଦିବ୍ୟାଙ୍ଗ ସର୍ବେଶ୍ୱର ସିଂ ଅନ୍ୟ ମାନଙ୍କ ଠାରୁ କିଛି କମ୍ ନୁହଁ

32

ନୟାଗଡ/୨୫/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ପଙ୍ଗୁ ଲଂଘୟତେ ଗିରି ଭଳି ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜ ଜଙ୍କିଆ ପଞ୍ଚାୟତ ଓସ୍ତପଡା ଗ୍ରାମର ଜଣେ ଦିବ୍ୟାଙ୍ଗ । ସେହି ଦିବ୍ୟାଙ୍ଗ ସର୍ବେଶ୍ୱର ସିଂ (୩୭) ଜଣେ ୯୦ ପ୍ରତିଶତ ଦିବ୍ୟାଙ୍ଗ । ତାଙ୍କୁ ୧୦ ବର୍ଷ ବୟଷ ରେ ପୋଲିଓ ଆକ୍ରାନ୍ତ ହୋଇ ଦୁଇଟି ଗୋଡ ଚଳତ୍ ଶକ୍ତି ହୀନ ହୋଇଯାଇଥିଲା । ଜେନତେନ ପ୍ରକାରେଣ କଷ୍ଟ କରି ନିକଟସ୍ଥ କମାଗୁରୁ ଉଚ୍ଚ ବିଦ୍ୟାଳୟ ରେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ । ଅଧାରୁ ପାଠ ପଢା ଛାଡିବା  ପରେ ନିଜ ଘର ଦାଣ୍ଡ ଦୁଆରେ ଗୋଟିଏ ଛୋଟିଆ ଦୋକାନ କରିଥିଲେ । ୬ ବର୍ଷ ତଳେ ବିବାହ କରିବା ପରେ ଗୋଟିଏ କନ୍ୟା ସନ୍ତାନ କୁ ଧରି ଛୋଟିଆ ଦୋକାନ ରୁ ପରିବାର ଗୁଜୁରାଣ ମେଣ୍ଟାଇବା ସମ୍ଭବ ପର ହୋଇନଥିଲା ।

ତଥାପି ସେ ଭାଙ୍ଗି ନପଡି ପରିବାର ବୋଝ ଚଳାଇବା ପାଇଁ ଦୁଇଟି ଦେଶୀ ଗାଈ  ଘରେ କିଛି ଦେଶୀ କୁକୁଡା ଓ ଛେଳି ରଖି ନିଜେ ଚରାଉଛନ୍ତି । ଛେଳି ସଂଖ୍ୟା ଏବେ ୨୫ ରେ ପହଂଚିଲେଣି । ଦିନରେ ଛେଳି , ଗାଈ , କୁକୁଡା ଙ୍କ ଦାଇତ୍ୱ ନେଉଥିବା ବେଳେ ରାତି ରେ ଗୋଟିଏ ଛୋଟିଆ ଉଠା ଧାନ କଳ ଆଣି ରାତି ସାରା ଗୋଡରେ ଦମ୍ଭ ନଥିଲେ ମଧ୍ୟ ଆଶାବାଡି ଧରି ଘଣ୍ଟ ଘଣ୍ଟା ଧରି ଠିଆ ହୋଇ ଧାନ ପେଶୁଥିବା ଦେଖିବାକୁ ମିଳୁଛି । ସର୍ବେଶ୍ୱର ୯୦ ପ୍ରତିଶତ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ସେ ଅନ୍ୟ ମାନଙ୍କୁ ଦେଖାଇବାକୁ ଚାହାଁନ୍ତି ମୁଁ ତମ ମାନଙ୍କ ଠାରୁ କିଛି କମ୍ ନୁହେଁ । ସରକାରୀ ସହାୟତା କହିଲେ ଆବାସ ଯୋଜନା ଓ ଦିବ୍ୟାଙ୍ଗ ଭତା ମିଳୁଛି । ସର୍ବେଶ୍ୱର ଅନୁରୋଧ କରିଛନ୍ତି ସରକାରୀ ସହାୟତା ରେ ବ୍ୟାଙ୍କ ଋଣ ମିଳିଲେ ସେ ଅନ୍ୟ ଦିବ୍ୟାଙ୍ଗ ମାନଙ୍କୁ କାମ ଯୋଗାଇ ଆତ୍ମା ନିର୍ଭରଶୀଳ କରି ପାରିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.