Home ଜିଲ୍ଲା ପରିକ୍ରମା କସ୍ତୁରବା ବାଳିକା ବିଦ୍ୟାଳୟର ଛାତ୍ରୀ କୁ ଅସଦାଚାରଣ କରିବା ଅଭିଯୋଗରେ ଶିକ୍ଷୟତ୍ରୀ ଥାନାରେ ଅଟକ,ପଚରା ଉଚରା...

କସ୍ତୁରବା ବାଳିକା ବିଦ୍ୟାଳୟର ଛାତ୍ରୀ କୁ ଅସଦାଚାରଣ କରିବା ଅଭିଯୋଗରେ ଶିକ୍ଷୟତ୍ରୀ ଥାନାରେ ଅଟକ,ପଚରା ଉଚରା ଜାରି

198

ମାଲକାନଗିରି,୨୮ା୨(ଓଡିଆ ପୁଅ )ମାଲକାନଗିରି ଜିଲ୍ଲାର ବିଭିନ୍ନ ସେବାଆଶ୍ରମ, ଛାତ୍ରୀନିବାସ ଗୁଡିକରେ ବାରମ୍ବାର ଅବ୍ୟବସ୍ଥା ଲାଗିରହିବା ଓ ଛାତ୍ରୀ ମାନଙ୍କ ପ୍ରତି ଅସଦାଚାରଣ କରିବା ଆଦି ଘଟଣା ଘଟୁଥିଲେ ବି ବିଭାଗୀୟ ଅଧିକାରୀ ମାନେ କୌଣସି ପଦକ୍ଷେପ ନେଉନଥିବାରୁ ଦିନକୁ ଦିନ ଛାତ୍ରୀମାନଙ୍କ ପ୍ରତି ଏପରି ଅସ୍ୱାଭାବିକ ଘଟଣା ଘଟିଚାଲିଛି । ଆଜି ଏମିତି ଏକ ଘଟଣାରେ ଜଣେ ଶିକ୍ଷୟତ୍ରୀ ଙ୍କୁ ଥାନାରେ ଅଟକ ରଖାଯାଇ ପୁଲିସ ଜେରା ଚଳାଇ ଥିବାର ଜଣାପଡିଛି । ସାଧାରଣତ ଛାତ୍ରୀମାନଙ୍କ ପ୍ରତି ଶିକ୍ଷକ ଓ ଛାତ୍ରମାନେ ଖରାପନଜର ପକାଇ ଅସଦାଚାରଣ କରୁଥିବାର ବିଭିନ୍ନ ସମୟରେ ଅଭିଯୋଗ ଆସିଥାଏ, ଆଜିର ଘଟଣା ସମ୍ପୁଣ୍ଣ ର୍ ଭାବେ ଓଲଟା ଦେଖିବାକୁ ମିଳିଛି,ମାଲକାନଗିରି ଥାନାସ୍ଥ ନାୟକଗୁଡା କସ୍ତୁରବାଗାନ୍ଧୀ ବାଳିକା ବିଦ୍ୟାଳୟର ଜଣେ ବିବାହିତା ଶିକ୍ଷୟତ୍ରୀ ସେହି ବିଦ୍ୟାଳୟର ଜଣେ ୮ମ ଶ୍ରେଣୀର ନାବିଳାକା ଛାତ୍ରୀକୁ ନାନା ପ୍ରକାର ଯୈାନଉଦିପନା ଇଙ୍ଗିତ ଦେବା ସହିତ ତାର ଗାଲରେ କିସ ଦେବା ଓ  ଅସଦାଚରଣ କରିବା ର ଅଭିଯୋଗ ମାଲକାନଗିରି ଥାନାରେ ହୋଇଛି । ମାଲକାନଗିରି ଥାନା କେସ ନମ୍ବର ୬୦/୨୦ ଭାରତୀୟ ପିଙ୍ଗଳ କୋର୍ଡ ୩୫୪(ଏ), ୧୦ପକ୍ସୋ ଆକ୍ଟରେ ମକୋଦମା ରୁଜୁ କରି ଥାନା ଅଧିକାରୀ ରାମପ୍ରସାଦ ନାଗ ଓ ଅନ୍ୟାନ ପୁଲିସ ସଦଳ ବଳ ନାୟକଗୁଡା ବିଦ୍ୟାଳୟକୁ ଯାଇ ତଦନ୍ତଆରମ୍ଭ କରି ସଂପୃକ୍ତ ଶିକ୍ଷୟତ୍ରୀ ଙ୍କୁ ଥାନାକୁ ଆଣି ଅଟକ ରଖି ଜେରା ଚଳାଇ ଛନ୍ତି । ଜଣେ ମହିଳା ହୋଇ ଅନ୍ୟଜଣେ ଝିଅ ବୟସର ନାବାଳିକା ପ୍ରତି ଅସଦାଚାରଣ କରିବା ଘଟଣା ସମଗ୍ର ମାଲକାନଗିରି ଜିଲ୍ଲାରେ ମୁଖ୍ୟଚର୍ଚାର ବିଷୟ ପାଲଟିଛି । ସଂପୃକ୍ତ ଶିକ୍ଷୟତ୍ରୀଙ୍କୁ ଥାନାରେ ଅଟକ ରଖାଯାଇ ପଚରା ଉଚରା ଚାଲିଛି,ଏହା ଏକ ସମ୍ବେଦନଶୀଳ ଘଟଣାର ହୋଇଥିବାରୁ ଏହାର ଭଲଭାବରେ ତଦନ୍ତକରି ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମାଲକାନଗିରି ଥାନାଅଧିକାରୀ ରାମପ୍ରସାଦ ନାଗ ସୁଚନା ଦେଇଛନ୍ତି । ଏ ସଂପର୍କରେ ଜିଲ୍ଲାଶିକ୍ଷା ଧିକାରୀଙ୍କ ମତା ମତ ନେବାରୁ ସେ କହିଛନ୍ତି ଏ ଘଟଣାର ଅଭିଯୋଗ ଆସିବାପରେ ଜିଲ୍ଲାଶିଶୁ ସୁରକ୍ଷା ବିଭାଗକୁ ଦତନ୍ତକରିବା ପାଇଁ ଦାଇତ୍ୱ ଦିଆ ଯାଇଛି ଓ ଶିକ୍ଷାବିଭାଗରୁ ମଧ୍ୟ ତଦନ୍ତ ଚାଲିଛି ତଦନ୍ତରେ ପ୍ରମାଣତି ହେଲେ ସଂପୃକ୍ତ ଶିକ୍ଷୟତ୍ରୀ ଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.