Home ଓଡ଼ିଶା କଶ୍ମୀର ବାସୀ ପାଳିଲେ ଇଦ

କଶ୍ମୀର ବାସୀ ପାଳିଲେ ଇଦ

560

ଜମ୍ମୁ,୧୨/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଗୃହ ମନ୍ତ୍ରାଳୟର ପ୍ରବକ୍ତାଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ବୟାନରେ କୁହାଯାଇଛି କି, ଅନନ୍ତନାଗ, ବାରମୂଳା, ବଡଗାମ,ବାନ୍ଦିପୋରା ସମେତ ସବୁ ସ୍ଥାନୀୟ ମସଜିଦରେ ବିନା କୌଣସି ଅଘଟଣରେ ଶାନ୍ତିପୂର୍ଣ୍ଣ ସହିତ ପ୍ରାର୍ଥନା କରାଯାଇଛି। ବାରମୂଳାର ଓଲ୍ଡ ଟାଉନ୍ ସ୍ଥିତ ଜମିୟା ମସଜିଦ୍ ରେ ପାଖାପାଖି ୧୦ହଜାର ଲୋକେ ସମୂହ ପ୍ରାର୍ଥନା କରିଥିଲେ ।

Srinagar_Policeଶ୍ରୀନଗରରେ ସିଆରପିଏଫ୍ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । ଯାହାକୁ ମଦଦଗାର(ସାହାଯ୍ୟକାରୀ)ନାମରେ ନାମିତ କରାଯାଇଛି । କୌଣସି ସମସ୍ୟାରେ ସହାୟତା କିମ୍ବା ସୂଚନା ପାଇଁ ହେଲ୍ପଲାଇନ୍ ନମ୍ବର ୯୪୬୯୭୯୩୨୬୦ ରେ କଲ୍ କରିପାରିବେ । ଶ୍ରୀନଗରରେ ଲୋକମାନେ ସକାଳେ ମେହଲ୍ଲା ମସଜିଦ୍ ଯାଇ ନମାଜ୍ ପାଠ କରିଥିଲେ । ବହୁ ଭିଡ କରି ଯିବା ପାଇଁ ଲୋକଙ୍କୁ ଅନୁମତି ମିଳିନଥିଲା । ଯାତାୟତ ଉପରେ ବହୁ ପ୍ରତିବନ୍ଧକ ଲଗାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.