Home କଳାହାଣ୍ଡି    କଳାହାଣ୍ଡି ର ଜୁନାଗଡରେ ସିଭିଲ କୋର୍ଟ ଉଦଘାଟିତ

   କଳାହାଣ୍ଡି ର ଜୁନାଗଡରେ ସିଭିଲ କୋର୍ଟ ଉଦଘାଟିତ

32

କଳାହାଣ୍ଡି, ତା.୦୬.୦୨.୨୦୨୧ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରେ ଦେୱାନୀ ଅଦାଲତ   ( ସିଭିଲ କୋର୍ଟ ) ଉଦଘାଟିତ ହୋଇଯାଇଛି । ଧର୍ମଗଡ ଉପଖଣ୍ଡ ଅଧିନସ୍ଥ ଏହି ଜୁନାଗଡ ଅଂଚଳର ଦେୱାନୀ ମାମଲା ସବୁ ର ବିଚାର ପାଇଁ ଧର୍ମଗଡ ସିଭିଲ କୋର୍ଟ ଉପରେ ନିର୍ଭର କରିବାକୁ ପଡୁଥିଲା । ଦୀର୍ଘ ଦିନର ଦାବୀ ପରେ ମାନ୍ୟବର ହାଇକୋର୍ଟ ଙ୍କ ଦ୍ୱାରା ଜୁନାଗଡ ଠାରେ ଦେୱାନୀ ଅଦାଲତ (ସିଭିଲ କୋର୍ଟ) ମଂଜୁରୀ କରାଯିବା ପରେ ଏହି ଅଂଚଳର ଲୋକେ ଉପକୃତ ହୋଇପାରିବେ ବୋଲି ସ୍ଥାନୀୟ ବୁଦ୍ଧିଜୀବି ମହଲରେ ଖୁସିର ଲହରୀ ଖେଲିଯାଇଛି ।
ଶନିବାର ତା. ୦୬.୦୨.୨୦୨୧ ଦିନ ମାନ୍ୟବର ଓଡିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ କରକମଳରେ ଜୁନାଗଡ ଠାରେ ସିଭିଲ ଜଜ (କନିଷ୍ଠ ବିଭାଗ) ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ( ସିଭିଲ ଜଜ ଜୁନିଅର ଡିଭିଜନ ତଥା ଜେ ଏମ ଏଫ ସି ) କୋର୍ଟର ଉଦଘାଟନ କରିଥିଲେ । ଏହି ଅବସରରେ ମାନ୍ୟବର କଳାହାଣ୍ଡି ଜିଲ୍ଲା ଜଜ ଶ୍ରୀଯୁକ୍ତ ପ୍ରଦୀପ କୁମାର ପାଣିଗ୍ରାହୀ, ମାନ୍ୟବର ହାଇକୋର୍ଟ ଜୁଭେନାଇଲ ଜଷ୍ଟିସ କମିଟୀ ସଂପାଦକ ଶ୍ରୀଯୂକ୍ତ ପ୍ରଦୀପ ମୋହନ ସାମଲ ଏବଂ ହାଇକୋର୍ଟ ଓକିଲ ଶ୍ରୀଯୁକ୍ତ ମାନଓ ଚାନ୍ଦ ଉପସ୍ଥିତ ଥିଲେ । ଏହି ଅବସରରେ ଅନୁଷ୍ଠିତ କାର୍ଯୟକ୍ରମରେ ଜୁନାଗଡ ବାର ଏସିସିଏସନର ସଭାପତି ଅଶୋକ ପାତ୍ର, ସଂପାଦକ ହିମାଂଶୂ ବରାଡ ତଥା ସମସ୍ତ ଓକିଲ, ବୁଦ୍ଧିଜୀବି ଉପସ୍ଥିତ ଥିଲେ  ା


ସୂଚନା ଯୋଗ୍ୟ ଯେ, ତତ୍କାଳୀନ ଜୁନାଗଡ ବାର ଏସୋସିଏସନ ସଭାପତି ଓକିଲ ସୁଶୀଳ କୁମାର ପଣ୍ଡାଙ୍କ ନେତୃତ୍ୱରେ ଓକିଲ ସମୂହ ମାନ୍ୟବର ହାଇକୋର୍ଟ ଙ୍କ ପାଖରେ ଦାବୀ ଉପସ୍ଥାପନ କରିବା ପରେ ଗତ ୨୦୧୧ ମସିହାରେ କେନ୍ଦ୍ର ସରକାରଙ୍କ ଦୁଆର ମୁହଁରେ ନ୍ୟାୟ ପ୍ରଦାନ ଯୋଜନାରେ ଜୁନାଗଡ ଠାରେ ଏକ ଗ୍ରାମ୍ୟ ନ୍ୟାୟାଳୟ ସ୍ଥାପିତ କରାଯାଇଥିଲା । ଏପରିକି କୋର୍ଟ ବିଲଡିଂ ନିର୍ମାଣ ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଥିବା ପ୍ରକାଶ । ଏହାର ଦୁଇ ବର୍ଷ ପରେ ୨୦୧୩ ମସିହାରେ ଅସ୍ଥାୟୀ ଭାବେ ଗ୍ରାମ୍ୟ ନ୍ୟାୟାଳୟର ନ୍ୟାୟାଧିକାରୀଙ୍କୁ ଫୌଜଦାରୀ ମାମଲା ଗ୍ରହଣ ଓ ବିଚାର ପାଇଁ କ୍ଷମତା ପ୍ରଦାନ କରାଯାଇଥିଲା । ସେସମୟରୁ ସ୍ଥାନୀୟ ବୁଦ୍ଧିଜୀବି ମହଲରେ ସ୍ଥାୟୀ ଭାବେ ଦେୱାନୀ ଓ ପୌଜଦାରୀ ଅଦାଲତ ସ୍ଥାପନ ପାଇଁ ଦାବୀ ହୋଇଆସୁଥିଲା । ଏପରିକି ଓକିଲ ସଂଘ ପକ୍ଷରୁ ମାନ୍ୟବର ହାଇକୋର୍ଟ ପ୍ରୋଟୋକଲ ଜଜଙ୍କୁ ଲିଖିତ ଭାବେ ଦାବୀ କରାଯାଇଥିଲା । ଜୁନାଗଡ ଠାରେ ସିଭିଲ ଜଜ ଜୁନିଅର ଡିଭିଜନ ତଥା ଜେ ଏମ ଏଫ ସି ଅଦାଲତ ଉଦଘାଟନ ହେବାପରେ ସ୍ଥାନୀୟ ଅଂଚଳର ଦୀର୍ଘଦିନର ଦାବୀ ପୂରଣ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.