Home ଜିଲ୍ଲା ପରିକ୍ରମା ଭଦ୍ରକରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଚକାଜାମ ଆନ୍ଦୋଳନକୁ ବାମପନ୍ଥୀ ସଂଗଠନ ଓ କଂଗ୍ରେସ ପକ୍ଷରୁ ସମର୍ଥନ...

ଭଦ୍ରକରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଚକାଜାମ ଆନ୍ଦୋଳନକୁ ବାମପନ୍ଥୀ ସଂଗଠନ ଓ କଂଗ୍ରେସ ପକ୍ଷରୁ ସମର୍ଥନ ଏବଂ ବିକ୍ଷୋଭ ପ୍ରତିବାଦ

25

ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍ ବିରୋଧରେ ସାରା ଦେଶରେ ତମାମ୍ ଅଖିଳ ଭାରତ କୃଷକ ସଘର୍ଷ ସମନ୍ୱୟ ସମିତି ଆହ୍ୱାନରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଆନୁକୂଲ୍ୟରେ ଦେଶବ୍ୟାପୀ ଚକାଜାମ ଓ ରାସ୍ତାରୋକ ପ୍ରତିବାଦ ଏବଂ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏହି ଆନ୍ଦୋଳନକୁ ଭଦ୍ରକର ମିଳିତ ବାମପନ୍ଥ୍ରୀ ସଂଗଠନ ଓ କଂଗ୍ରେସ ଦଳ ପକ୍ଷରୁ ସମର୍ଥନ ଜଣାଇ ୧୬ନଂ ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥକୁ ଦିବା୧୨ଘଟିକାଠାରୁ ଅପରାହ୍ନ ୩ଘଟିକା ପର୍ଯ୍ୟନ୍ତ ଚକାଜାମ ଆନ୍ଦୋଳନ କରାଯାଇଥିଲା । ଏହି ରାସ୍ତାରୋକରେ ଏଆଇକେଏମ, ଏଆଇକେଏସ,ଏଆଇକେଏସ, ବାମପନ୍ଥୀ ଦଳ ସିପିଆଇ, ସିପିଆଇଏମ, ସିପିଆଇ(ଏମ୍‌-ଏଲ୍‌)ଲିବରେସନ ଏବଂ ଜାତୀୟ କଂଗ୍ରେସ ଦଳ ପ୍ରମୁଖ ସଂଗଠନର କର୍ମକର୍ତ୍ତାମାନେ ଆଜିର ଚକାଜାମ ଆନ୍ଦୋଳନରେ ସାମିଲ ହୋଇଥିଲେ । ଏହି ଆନ୍ଦେଳନରେ ନେତୃତ୍ୱ ନେଇଥିଲେ ଶ୍ରମିକ ନେତା ଦିବ୍ୟସିଂହ ନାୟକ,ସମର ବଳ,ଶୁଭେନ୍ଦ୍ରପ୍ରତାପ ମହାନ୍ତି, ଚନ୍ଦ୍ରଶେଖର ନାୟକ, ବିମ୍ବାଧର ବାରିକ୍‌, ନିରଞ୍ଜନ ପାଣି,ରମେଶ ନାୟକ, ରାଧା ଦାସ ,ବିକାଶ ନାଥ, ବିନୋଦ ସାହୁ, ସଞ୍ଜିବ ଭଞ୍ଜ, କିଶୋର ଜେନା,ଚିତ୍ତରଞ୍ଜନ ବେହେରା,ପ୍ରଫୁଲ ପାଢୀ, ଗିରିଧାରୀ ନାଥ ପ୍ରମୁଖ ଆନ୍ଦୋଳନକୁ ଦୀର୍ଘ ତିନିଘଣ୍ଟା ପାର୍ଯ୍ୟନ୍ତ ଜାରି ରଖିଥିଲେ । ସେହିଭଳି କଂଗ୍ରେସ ପକ୍ଷରୁ ଜିଲା ସଭାପତି ସୁବ୍ରତ ଦାସ, ନଳିନୀ ମହାନ୍ତି, ବିଦ୍ୟାଧର ଜେନା, ପ୍ରଫୁଲ ସାମଲ ପ୍ରମୁଖ ସାମିଲ ହୋଇଥିଲେ । ପୋଲିସ ଘଟଣାସ୍ଥଳରେ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ,କେନ୍ଦ୍ର ସରକାରଙ୍କ ପକ୍ଷରୁ ତିନୋଟି କୃଷିବିଲ୍‌କୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବୀରେ ଆଜି ଭଦ୍ରକରେ ବିଭିନ୍ନ ଚାଷୀସଂଗଠନ ଓ ଶ୍ରମିକ ସଂଗଠନ କର୍ମକର୍ତ୍ତାମାନେ ରାସ୍ତାରୋକ କରିବା ସହିତ କେନ୍ଦ୍ର ସରକାରଙ୍କ କୃଷିବିରୋଧୀ ଆଇନ୍‌କୁ ତ୍ରୀବ୍ ସମାଲୋଚନ କରିବା ସହ ତୁରନ୍ତ ଆଇନ୍ ପ୍ରତ୍ୟାହାର ପାଇଁ ଦାବୀ କରିଥିଲେ ।

ଏହି ଆଇନ୍ ବିରୋଦ୍ଧରେ ସଂଯୁକ୍ତ କିଷାନ ମୋର୍ଚ୍ଚ ଓ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ଆଜକୁ ଦୀର୍ଘ ୭୫ଦିନରୁ ଉର୍ଦ୍ଧ ହେବ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ଆନ୍ଦୋଳନରେ ଶତାଧିକ ଚାଷୀ ମୃତ୍ୟୁବରଣ କଲେଣି ।କୃଷକ-କୃଷିବ୍ୟବସ୍ଥା ଧ୍ୱଂର୍ସକାରୀ,କଣ୍ଟାକ୍ ଫାମିର୍ଣ୍ଣି,ଠିକାଚାଷ, ଚୁକ୍ତ୍‌ିବଦ୍ଧ ଚାଷ ଆଇନ୍ ୨୦୨୦କୁ ରଦ୍ଧ କରିବା, କୃଷକ ବିରୋଧୀ କୃଷି ଆଇନ୍‌କୁ ପ୍ରତ୍ୟାହାର କରିବା,ଜନବିରୋଧୀ ଏବଂ କୃଷକ ବିରୋଧୀ ନୂତନ ବିଦ୍ୟୁତ୍ ସଂଶୋଧନ ବିଲ୍ ଆଇନ୍ ୨୦୨୦କୁ ରଦ୍ଧ କରିବା, ଖାଉଟି ଓ କୃଷକ ବିରୋଧୀ ଅତ୍ୟାବଶକ ସାମଗ୍ରୀ(ସଂଶୋଧନ ଆଇନ୍‌) ୨୦୨୦ ରଦ୍ଧ କରିବା, ସରକାରୀ ନିୟନ୍ତ୍ରିତ ମଣ୍ଡିବ୍ୟବସ୍ଥାକୁ ସୁଦୃଢ କରି ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ପ୍ରଦାନ ପାଇଁ ସୁନିଶ୍ଚିତ କରିବା,ଚାଷୀକୁ ମିଳୁଥିବା ସମସ୍ତ ସରକାରୀ ସୁବିଧା ଭାଗଚାଷୀଙ୍କୁ ପ୍ରଦାନ କରିବା, ଧାନ କୁଇଣ୍ଟାଲ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ ୩ହଜାରଟଙ୍କା ଧାର୍ଯ୍ୟ କରିବା,ପେଟ୍ରୋଲ, ଡିଜେଲ ଅହେତୁକ ଦରବୃଦ୍ଧି ରୋକାଯିବା ସହ ବିଦ୍ୟୁତ୍ ସଂଶୋଧନ ବିଲ୍ ୨୦୨୦କୁ ରଦ୍ଦ କରିବା ଦାବୀରେ ସଘର୍ଷ ସମନ୍ୱୟ ସମିତି ପକ୍ଷରୁ ଦାବୀ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କିଶୋର ଜେନା,ଜଗନ୍ନାଥ ବେହେରା,ସମାଜସେବୀ କୁମାର ଗଙ୍ଗାଧର, ବିନୋଦ ସାହୁ ସଞ୍ଜିବ୍ ଭଞ୍ଜ, ସୁବାଷ ବେହେରା, ଏସକେ କାଲୁ, ଏସକ କମର,ସେବତୀ ଓଝା,ଫକୀର ମଳିକ୍‌,ଭଗବାନ ମଳିକ୍‌,ହାଲିମା ବିବି, ନୃସିଂହ ଚରଣ ଦାସ ଏବଂ ମହେଶ୍ୱର ନାୟକ ପ୍ରମୁଖ ଆନ୍ଦୋଳନରେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.