Home Coronavirus Outbreak କେନ୍ଦ୍ରାପଡା ଜିଲ୍ଲାରେ ଆଉ ୧୫ଜଣ କରୋନା ପଜିଟିଭ – କେନ୍ଦ୍ରାପଡା ସହରର ମାଧପୁର-ମଢିଆଳ ଅଚଂଳକୁ ନିଷିଦ୍ଧାଚଂଳ...

କେନ୍ଦ୍ରାପଡା ଜିଲ୍ଲାରେ ଆଉ ୧୫ଜଣ କରୋନା ପଜିଟିଭ – କେନ୍ଦ୍ରାପଡା ସହରର ମାଧପୁର-ମଢିଆଳ ଅଚଂଳକୁ ନିଷିଦ୍ଧାଚଂଳ ଘୋଷଣା

110

କେନ୍ଦ୍ରାପଡ଼ା ୨୫/୫(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ଜିଲ୍ଲାରେ ଆଉ ୧୫ଜଣ କରୋନା ପଜିଟିଭ ବାହାରିଛି। ସେମାନଙ୍କ ମଧ୍ୟରୁ ୧୨ଜଣ ବିଭିନ୍ନ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ବେଳେ ୩ଜଣ ନିଜ ଘରେ ସଙ୍ଗରୋଧ ଗୃହରେ ରହୁଥିଲେ। ବାହାର ରାଜ୍ୟରୁ ଫେରିଥିବା ଏହି ୧୫ଜଣଙ୍କ ମଧ୍ୟରୁ ୩ଜଣ କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ନିଜ ଘରେ ସଙ୍ଗରୋଧରେ ରହୁଥିବା ବେଳେ ଜଣେ କେନ୍ଦ୍ରାପଡା ବ୍ଲକର, ରାଜକନିକା ବ୍ଲକର ୪ଜଣ, ରାଜନଗର ବ୍ଲକର ୨ଜଣ, ପଟ୍ଟାମୁଣ୍ଡାଇ ବ୍ଲକର ଜଣେ, ଡେରାବିଶି ବ୍ଲକର ୪ଜଣ। ଏହାକୁ ମିଶାଇ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୫୫ରେ ପହଁଚିଲା। କେନ୍ଦ୍ରାପଡା ପୈାରାଚଂଳରେ ଯେଉଁ ୩ଜଣ ପଜିଟିଭ କେଶ ବାହାରିଛି ସେମାନଙ୍କ ମଧ୍ୟରୁ ୨ଜଣ ବୃଦ୍ଧ ଓ ବୃଦ୍ଧା ୫୬ ଏବଂ ୫୨ବର୍ଷ ବୟସର ହଜାରି ବଗିଚା ଅଚଂଳର ହୋଇଥିବା ବେଳେ ଅନ୍ୟ ଜଣକ ୨୮ବର୍ଷ ବୟସର ମାଧପୁର ଅଚଂଳର। ବୃଦ୍ଧ ଓ ବୃଦ୍ଧା ୨ଜଣ ହୋମ କ୍ୱାରେଂଟାଇନରେ ଶଯ୍ୟାସାୟୀ ଅଛନ୍ତି। ମାଧପୁର ଗ୍ରାମର ପଜିଟିଭ ଜଣଙ୍କୁ ଛତାସ୍ଥିତ କୋଭିଡ ହସପିଟାଲକୁ ପଠାଇ ଦିଆଯାଇଛି। ଏଥିସହିତ ସେହି ଅଚଂଳକୁ କଟେଂନମେଂଟ ଜୋନ ଭାବେ ଘୋଷଣା କରାଯାଇଛି। ବାସୁଳେଇ ଗଳି ପଟରୁ ବାସୁଳେଇ ମନ୍ଦିର ପାଖରେ ରାସ୍ତାକୁ ବନ୍ଦ କରିଦିଆଯାଇଥିବା ବେଳେ ପୁରୁଣା ବସଷ୍ଟାଣ୍ଡ ପାଶ୍ୱର୍ରୁ ମିକ୍ସଚର ଦୋକାନ ପାଖରେ, ଫକିରାବାଦ ପଟୁ ଭାସିଗୋଲା ପାଖରେ, ମାଧପୁର ପାଶ୍ୱର୍ରୁ ପୁନର୍ବାସ ଅନୁଷ୍ଠାନ ପାଖରେ ଓ ଡାଇମଣ୍ଡ ଜୁବୁଲି ପାଠାଗାର ପଛ ରାସ୍ତାକୁ ମଧ୍ୟ ବନ୍ଦ କରିଦିଆଯାଇଛି। ୪୮ଘଂଟା ପର୍ଯ୍ୟନ୍ତ ସେହି ଅଚଂଳରୁ ବାହାରକୁ କେହି ଆସିପାରିବେ ନାହିଁ କି ବାହାରୁ ସେହି ଅଚଂଳକୁ କେହି ଯାଇପାରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ପ୍ରଥମଥର ପାଇଁ କେନ୍ଦ୍ରାପଡା ସହରର ମାଧପୁର-ମଢିଆଳ ଅଚଂଳକୁ ପ୍ରଶାସନ ନିଷିଦ୍ଧାଚଂଳ ଭାବେ ଘୋଷଣା କରିଛି। ଜିଲ୍ଲାପାଳଙ୍କ ନିର୍ଦେଶ ଅନୁଯାଇ ସଂପୂର୍ଣ୍ଣ ଅଚଂଳକୁ ପୋଲିସ ଘେରରେ ରଖାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.