Home କଳାହାଣ୍ଡି କଳାହାଣ୍ଡି ଯୋଗାଣ ବିଭାଗର ନାକ ତଳେ ଠକି ଚାଲିଛନ୍ତି ମିଲର୍ସ: ମିଲର୍ସଙ୍କ ଚକ୍ରାନ୍ତରେ ଖୋଲୁନି ମଣ୍ଡି:...

କଳାହାଣ୍ଡି ଯୋଗାଣ ବିଭାଗର ନାକ ତଳେ ଠକି ଚାଲିଛନ୍ତି ମିଲର୍ସ: ମିଲର୍ସଙ୍କ ଚକ୍ରାନ୍ତରେ ଖୋଲୁନି ମଣ୍ଡି: ଯୋଗାଣ ବିଭାଗ କେବଳ ନୀରବ ଦ୍ରଷ୍ଟା

481

କଳାହାଣ୍ଡି – ୧୭/୦୫ (ଓଡିଆ ପୁଅ) କଳାହାଣ୍ଡି ରାଜ୍ୟର ଦ୍ୱିତୀୟ ସର୍ବାଧିକ ଧାନ ଉତ୍ପାଦନକାରୀ ଜିଲ୍ଲାର ମାନ୍ୟତା ପାଇସାରିଛି। ଗତ ବର୍ଷ ନୀତି ଆୟୋଗ ଦ୍ୱାରା କୃଷି କ୍ଷେତ୍ରରେ ଅଗ୍ରଗତି କରୁଥିବା ଶ୍ରେଷ୍ଠ ଜିଲ୍ଲାର ସ୍ୱୀକୃତି ପାଇଛି। ଏସବୁ ସତ୍ୱେ କଳାହାଣ୍ଡିର ଚାଷୀ ଅକ୍ଳାନ୍ତ ପରିଶ୍ରମ କରି ଉତ୍ପାଦନ କରୁଥିବା ଧାନର ବିକ୍ରି ପାଇଁ ଆଜି ମଧ୍ୟ ଶୃଙ୍ଖଳିତ ବ୍ୟବସ୍ଥା କରାଯାଇପାରିନାହିଁ। କଳାହାଣ୍ଡିରେ ପ୍ରାୟ ୬୦ ହଜାରରୁ ଅଧିକ ଚାଷୀ ଧାନ ଚାଷ କରି ବିକୁଥିବା ବେଳେ ପ୍ରଶାସନ ଏବଂ ଯୋଗାଣ ବିଭାଗ କିନ୍ତୁ ମାତ୍ର ହାତ ଗଣତି ସଂଖ୍ୟକ ମିଲର୍ସ ପାଖରେ ବନ୍ଧା ପଡିଯାଉଥିବା ଚାଷୀ ମହଲରେ ଆଲୋଚନା ହେଉଛି। ଯୋଗାଣ ବିଭାଗ କେବେ ମଧ୍ୟ ଚାଷୀଙ୍କ ଦାବିକୁ ଗୁରୁତ୍ୱ ଦେଉନଥିବା ବେଳେ ମିଲର୍ସଙ୍କ ସୁବିଧା ପ୍ରତି ସର୍ବଦା ଦୃଷ୍ଟି ଦେଉଥିବା ଚର୍ଚ୍ଚା ହେଉଛି। ଧାନ ଉଠାଣ ଦୂରତା କମିବାକୁ ବାହାନା କରି ହାବସପୁର, କଲମପୁର, ଧର୍ମଗଡ ଓ କାଙ୍କେରୀ ଭଲି ମଣ୍ଡି ମାନଙ୍କରେ ସ୍ଥାନୀୟ ମିଲର୍ସ ମାନଙ୍କୁ ଧାନ ଉଠାଣ ପାଇଁ ବାରଣ କରାଯିବାକୁ ଚାଷୀ ମହଲରେ ଦାବି କରୁଥିଲେ ହେଁ ଯୋଗାଣ ବିଭାଗ ପାଖରେ ସେସବୁ ଦାବି ଡଷ୍ଟବିନରେ ପକାଇ ରଖିଥିବା କୁହାଯାଉଛି। ଚାଷୀ ଅଭାବୀ ବିକ୍ରୀର ଶିକାର ହେବା ସହିତ କଷ୍ଟ ଉପାର୍ଜିତ ଧାନକୁ ସଠିକ ମୂଲ୍ୟରେ ବିକ୍ରୀ କରିବା ପାଇଁ ଅନେକ ହଇରାଣ ହରକତ ହେଉଥିବା ବେଳେ ବିଜମରା ମଣ୍ଡି ଠାରେ ମିଲର୍ସଙ୍କ ଦ୍ୱାରା ଚାଷୀକୁ ମାଡ ମରାଯାଇଥିବା ବେଳେ ହାବସପୁର ମଣ୍ଡିରେ ଏବଂ ଧର୍ମଗଡ ତଥା କାଙ୍କେରୀ ମଣ୍ଡିରେ ଚାଷୀଙ୍କୁ ଧମକ ଦିଆଯାଇଥିବା ଘଟଣା ମାନ ଅତୀତରେ ଘଟିଛି।

ପ୍ରଶାସନ କିମ୍ବା ଯୋଗାଣ ବିଭାଗ ଚାଷୀଙ୍କ ଦାବିକୁ ଅଣଦେଖା କରୁଥିବା ବେଳେ ମିଲର୍ସଙ୍କୁ ସୁହାଇବା ଭଲି କାର୍ଯ୍ୟ କରୁଥିବା ଚାଷୀ ମହଲରେ ଆଲୋଚନା ହେଉଛି। ବାରମ୍ବାର ଦାବି ସତ୍ୱେ ହାବସପୁର, କଲମପୁର, ଧର୍ମଗଡ ଓ କାଙ୍କେରୀ ଭଲି ମଣ୍ଡି ମାନଙ୍କରେ ସ୍ଥାନୀୟ ମିଲର୍ସ ମାନଙ୍କୁ ଧାନ ଉଠାଣ ପାଇଁ ଚାଷୀଙ୍କ ବାରଣ ସତ୍ୱେ ସ୍ଥାନୀୟ ମିଲର୍ସଙ୍କୁ ହିଁ ଦାୟୀତ୍ୱ ଦିଆଯାଇଛି। କେସିଙ୍ଗା ଅଂଚଳର ମିଲର୍ସଙ୍କୁ ଶହେରୁ ଶହେ ଦଶ କି.ମି. ଦୂରରେ ଥିବା ମଣ୍ଡିରେ ସଂଲଗ୍ନ କରାଯାଉଥିବା ବେଳେ ଉକ୍ତ ମଣ୍ଡି ମାନଙ୍କରେ ଚାଷୀଙ୍କ ବାରଣ ସତ୍ୱେ ସ୍ଥାନୀୟ ମିଲର୍ସଙ୍କୁ ହିଁ ଦାୟୀତ୍ୱ ଦିଆଯାଉଥିବାରୁ ଏବଂ ଚାଷୀଙ୍କ କୌଣସି ଦାବିକୁ ଯୋଗାଣ ବିଭାଗ ଓ ପ୍ରଶାସନ କୌଣସି ପ୍ରକାର ଗୁରୁତ୍ୱ ଦେଉନଥିବାରୁ ଏବେ ଚାଷୀ ଯୋତେ ଯାହା ହେଲେ ବି ଆଉ ସ୍ୱର ଉଠାଉନଥିବା ଚାଷୀ ନେତା ମାନେ ପ୍ରକାଶ କରୁଛନ୍ତି।

ଅନ୍ୟ ପକ୍ଷରେ ସ୍ଥାନୀୟ ମଣ୍ଡିରେ ପାକ୍ସ କର୍ମଚାରୀ ଓ ଆରଆଇ ମାନଙ୍କୁ ହାତ କରି ଚାଷୀ ପଂଜୀକରଣରେ ବ୍ୟାପକ ହେରାଫେରୀ କରୁଥିବା ଅଭିଯୋଗ ହେଉଛି। ମୃତ ଚାଷୀ ଓ ଚାଷ କରୁନଥିବା ଚାଷୀର ଜମି ଏବଂ ଚାଷ ହୋଇପାରୁନଥିବା ଚାଷ ଜମି ମାନଙ୍କରେ ଧାନ ଚାଷ କରାଯାଉଥିବା ଦର୍ଶାଇ ମିଲର୍ସ ମାନେ ନିଜ ପରିବାର ବର୍ଗ ଲୋକଙ୍କ ନାମରେ ତଥା ନିଜ ଅନୁଗତ ମାନଙ୍କ ନାମରେ ଚାଷୀ ପଂଜୀକରଣ କରାଇ ନେଇ ତଦନୁସାରେ ଫଲ୍ସ ଏଂଟ୍ରୀ କରୁଥିବା ବେଳେ କମ ମୂଲ୍ୟରେ ଧାନ କିଣି ସେଥିରେ ଧାନ ବିକୁଥିବା ଦର୍ଶାଇ କାରବାର କରୁଥିବା ଅଭିଯୋଗ ହେଉଛି।
ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଉଛି ଯେଉଁ ସବୁ ଜମି ଉପରେ ସଂପୃକ୍ତ ରାଇସ ମିଲ ସ୍ଥାପନ କରାଯାଇଛି ସେସବୁ ଜମିରେ ଧାନ ଚାଷ କରାଯାଇଥିବା ଦର୍ଶାଇ ଉକ୍ତ ଜମିକୁ ନେଇ ଚାଷୀ ପଂଜୀକରଣ କରାଯାଇ ତଦନୁସାରେ ବିଗତ ବର୍ଷ ମାନଙ୍କରୁ ଧାନ ବିକୁଥିବା କାଗଜପତ୍ରରେ ଦର୍ଶାଇ ଦିଆଯାଉଥିବା ଅଭିଯୋଗ ହେଉଛି। ଏପରିକି ଯୋଗାଣ ବିଭାଗ ୱେବସାଇଟରେ ଉପଲବ୍ଧ ତଥ୍ୟ ଏବଂ ସୂଚନା ଅଧିକାର ଆଇନ ଅନୁସାରେ ମିଳିଥିବା ତଥ୍ୟକୁ ଅନୁଧ୍ୟାନ କଲେ ସଂପୃକ୍ତ ରାଇସ ମିଲ ସ୍ଥାପନ ହୋଇଥିବା ମୌଜା, ଖାତା ନମ୍ବର, ପ୍ଲଟ ନମ୍ବର କୁ ଚେକ କଲେ ସେହି ଜମି ସବୁ ଅନ୍ୟ ଲୋକ ମାନଙ୍କ ନାମରେ ଉଲ୍ଲେଖ ରହୂଥିବା ସାଧାରଣରେ ଆଶ୍ଚର୍ଯ୍ୟାନ୍ୱିତ ଭାବେ ଆଲୋଚନା ହେଉଛି। ଯୋଗାଣ ବିଭାଗ ଓ ପ୍ରଶାସନ ର ନାକ ତଳେ ସଂପୃକ୍ତ ରାଇସ ମିଲର୍ସ ମାନେ ଏଭଲି ଭାବେ ଚଂଚକତା କରୁଥିବା ବେଳେ ଯୋଗାଣ ବିଭାଗ କିପରି ବାବେ ଜାଣି ପରୁନାହାନ୍ତି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ବୋଲି ଚାଷୀ ନେତା ମାନେ ଆଲୋଚନା କରୁଛନ୍ତି। ଅନ୍ୟ ପକ୍ଷରେ ସଂପ୍ରତି ମଣ୍ଡି ଖୋଲିବା ନେଇ ମିଲର୍ସ ମାନଙ୍କ ଅସହଯୋଗ ହେତୁ ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ନାମକୁ ମାତ୍ର କାର୍ଯ୍ୟାନୁଷ୍ଠାନ ନେବାକୁ କହୁଥିବା ଚାଷୀ ମହଲରେ ଆଲୋଚନା ହେଉଛି। ଯୋଗାଣ ବିଭାଗ ଚାଷୀଙ୍କ ପାଇଁ ନୁହେଁ କେବଳ ମିଲର୍ସଙ୍କ ଫାଇଦା ପାଇଁ କାର୍ଯ୍ୟ କରୁଥିବା ଚାଷୀ ମହଲରେ ଆଲୋଚନା ହେଉଛି। ଯଦିଉ ଯୋଗାଣ ବିଭାଗ ସ୍ୱଚ୍ଛ ତେବେ ମିଲ ସ୍ଥାପନ ହୋଇଥିବା ଜମିରେ ଧାନ ଚାଷ ଦର୍ଶାଇ ଯେଉଁସବୁ ହେରାଫେରି କରାଯାଉଛି ଏବଂ ସ୍ଥାନୀୟ ମଣ୍ଡିରେ ଟେଗିଂ ହେବା ପରେ ଯେଉଁସବୁ ହେରାଫେରୀ କରାଯାଉଛି ସେସବୁର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବାର ପଦକ୍ଷେପ ନେଇ ପାରିବେ କି ଯୋଗାଣ ବିଭାଗ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.