Home ଓଡ଼ିଶା ମୋ ତଣ୍ଟି କାଟିଦିଅ: କାହିଁକି ଏପରି କହିଲେ ମମତା ଦିଦି ..

ମୋ ତଣ୍ଟି କାଟିଦିଅ: କାହିଁକି ଏପରି କହିଲେ ମମତା ଦିଦି ..

818

କୋଲକତା: ବାତ୍ୟା ଅମ୍ଫାନ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବିଦ୍ୟୁତ ଏବଂ ଅନ୍ୟାନ୍ୟ ଜରୁରୀ ସେବା ଗୁଡ଼ିକ ରାଜ୍ୟର ଅନେକ ସ୍ଥାନରେ ଅଟକି ଯାଇଛି। ଅମ୍ଫାନ ଯୋଗୁଁ ପଶ୍ଚିମବଙ୍ଗରେ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା କୁହାଯାଉଛି। ରାଜ୍ୟରେ ଏପରି ଅବସ୍ଥାକୁ ବିରୋଧ କରି ଶନିବାର ଦିନ ହଜାର ହଜାର ଲୋକ ରାସ୍ତାରେ ଉପରେ ପ୍ରଦର୍ଶନ କରିଛନ୍ତି।

ଅନଲାଇନ୍ ମିଡିଆ ରିପୋର୍ଟ ଅନୁଯାୟୀ, ଯେତେବେଳେ ଏହି ପ୍ରଦର୍ଶନ ବିଷୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପଚରା ଯାଇଥିଲା, ସେ କହିଥିଲେ ଯେ ଧର୍ଯ୍ୟ ଧର, ଆମେ ଶୀଘ୍ର ସବୁକିଛି ଫେରାଇ ଆଣିବୁ। ଆମେ ଦିନରାତି କାମରେ ଲାଗିଛୁ। ସମସ୍ତ ସେବା ଯଥାଶୀଘ୍ର ମରାମତି କରିବାକୁ ଚେଷ୍ଟା କରୁଛୁ। ପରିସ୍ଥିତିକୁ ସୁଧାରିବା ପାଇଁ ଆମେ ଦିନରାତି କାର୍ଯ୍ୟ କରୁଛୁ। ତେବେ, ଏହା ସହ ଲୋକଙ୍କ ପ୍ରଦର୍ଶନକୁ ନେଇ ପଚରାଯିବାରୁ ମମତା କହିଛନ୍ତି ଯେ ମୁଁ କେବଳ କହିପାରେ ‘ମୋ ଗଳା କାଟିଦିଅ।’

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗରେ ଘଟିଥିବା ବିପର୍ଯୟ ପରେ ପରିସ୍ଥିତିକୁ ସୁଧାରିବା ପାଇଁ ରାଜ୍ୟ ସରକାର ସେନାର ସହାୟତା ନେଉଛନ୍ତି। ତେବେ, ରାଜ୍ୟର ଖରାପ ଅବସ୍ଥା ମଧ୍ୟରେ ଶନିବାର ଦିନ କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ହଜାର ହଜାର ଲୋକ ଶଡ଼କ ଉପରକୁ ଆସିଯାଇଥିଲେ। ବାରକପୁର – ସୋଦପୁର ବାଇପାସ ଉପରେ ପୋଲିସ୍ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଧକ୍କାପେଲା ହୋଇଥିଲା। ଲୋକମାନେ ରାସ୍ତା ଜାମ୍ କରି ଦେଇଥିଲେ। ସେହିଭଳି ପ୍ରଦର୍ଶନ ଦକ୍ଷିଣ କୋଲକାତା ସହରରେ ମଧ୍ୟ ଦେଖିବାକୁ ମିଳିଥିଲା। କେବଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନୁହେଁ, ଲୋକମାନେ ବିଦ୍ୟୁତ୍ ସେବା ଦାବିରେ କୋନା ଏକ୍ସପ୍ରେସ ୱେକୁ ମଧ୍ୟ ଅବରୋଧ କରିଥିଲେ।

ପଶ୍ଚିମବଙ୍ଗରେ ଅମ୍ଫାନ ବାତ୍ୟା ଯୋଗୁଁ ୮୬ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ରାଜ୍ୟରେ ଅନେକ କ୍ଷୟକ୍ଷତି ହୋଇଛି। ବାତ୍ୟା ପରେ ଆସିଥିବା ବିନାଶର ମୁକାବିଲା ପାଇଁ ଅଧିକାରୀମାନେ ନିୟୋଜିତ ଅଛନ୍ତି। ଅନଲାଇନ୍ ମିଡିଆ ରିପୋର୍ଟ ଅନୁଯାୟୀ, ଶନିବାର ଏହି ବିରୋଧରେ ୫୦୦୦ ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ପଶ୍ଚିମବଙ୍ଗରେ ଏତେ ଭୟଙ୍କର ଘଟଣା ଘଟିଛି ଯେ, ତିନିଦିନ ପରେ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ। ଅବସ୍ଥା ଅତ୍ୟନ୍ତ ଖରାପ ରହିଛି। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.