Home କଳାହାଣ୍ଡି କଳାହାଣ୍ଡି ପୋଲିସ ପଂଝାରେ ଧଳାଜହର ବେପାରୀ, ବ୍ରାଉନସୁଗାର, ବାଇକ, ମୋବାଇଲ ଜବତ,୬ କୋର୍ଟ ଚାଲାଣ

କଳାହାଣ୍ଡି ପୋଲିସ ପଂଝାରେ ଧଳାଜହର ବେପାରୀ, ବ୍ରାଉନସୁଗାର, ବାଇକ, ମୋବାଇଲ ଜବତ,୬ କୋର୍ଟ ଚାଲାଣ

47

କଳାହାଣ୍ଡି ତା.୦୮.୦୬.୨୦୨୧ ( ଓଡିଆପୁଅ) କଳାହାଣ୍ଡି ପୋଲିସ ପଂଝାରେ ଧଳାଜହର ବେପାରୀ ଧରାପଡିବା ପରେ ସମଗ୍ର ଜିଲ୍ଲାରେ ଚାଂଚଲ୍ୟ ସୃଷ୍ଟି ହୋଇଛି । ଭବାନୀପାଟଣା ଟାଉନଥାନା ପୋଲିସ ପକ୍ଷରୁ ଘଟଣାରେ ସଂପୃକ୍ତ ୬ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ । ସମ୍ବଲପୁରରୁ ଧଳାଜହର କାରବାରର ଚେର କଳାହାଣ୍ଡିକୁ ଲମ୍ବିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବା ପରେ କଳାହାଣ୍ଡି ଏସପି ଶବଣ ବିବେକ ଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଘଟଣାର ତଦନ୍ତ ଜାରିରହିଥିଲା । କୌଣସି ସୂତ୍ରରୁ ଖବର ପାଇ ରବିବାର ଦିନ ସମ୍ବଲପୁରରୁ ଭବାନୀପାଟଣା ବ୍ରାଉନସୁଗାର ଯୋଗାଣ ହେଉଥିବା ଜଣାପଡିବା ପରେ ଗତ ରବିବାର ଦିନ ସଦରଥାନା ପୋଲିସ ଆଇଆଇସି ପ୍ରଦୀପ ଧରୁଆଙ୍କ ନେତୃତ୍ୱରେ ପାଷ୍ଟିକୁଡି ଠାରେ ଓଡି ୦୮ଇ ୮୨୮୮ ନମ୍ବର ଆର୍ଟିକା କାର କୁ ଧରିବା ସହିତ ସେଥିରେ ୩୮.୭୨ ଗ୍ରାମ ଡ୍ରଗ୍ସ ଥିବା ଜାଣିପାରିଥିଲେ । ଅଭିଯୁକ୍ତ ଡ୍ରଗ୍ସ ବେପାରୀ ସାଜିତ ପରଭେଜ (୧୮) କୁ ଟାଉନଥାନା କୁ ଅଣାଯାଇ ପଚରାଉଚୁରା କରାଯାଇଥିଲା ।

ଟାଉନଥାନା ଆଇଆଇସି ସତ୍ୟ କୁମାର ନନ୍ଦଙ୍କ ନେତୃତ୍ୱରେ ଘଟଣାରେ ସଂପୃକ୍ତ ସୁଶାନ୍ତ ସାହୁ (୨୮), ଅବଦୁଲ ରଜାକ (୨୧),ଅଭିରାମ ଗଉଡ(୩୩) ସନ୍ତୋଷ ମହାପାତ୍ର(୩୦),ନାରାୟଣ ବାଗ(୨୨) ଙ୍କୁ ଗିରଫ କରାଯାଇ ସେମାନଙ୍କ ଠାରୁ ୮୫୦ ମିଲିଗ୍ରାମ ବ୍ରାଉନ ସୁଗାର, ୨ଟି ବାଇକ, ୬ ଟି ମୋବାଇଲ ଓ ୧୦୪୦ ଟଙ୍କା ଜବତ କରାଯାଇଥିଲା । ଘଟଣାରେ ଅଟକଥିବା କାର ଡ୍ରାଇଭର ନିର୍ଦ୍ଦୋଶ ଥିବା ତଦନ୍ତରୁ ଜଣାପଡିବା ପରେ ଜାମିନରେ ଛାଡିଦିଆଯାଇଥିବା ଜଣାପଡିଛି । ଟାଉନଥାନାରେ କେଶ ନଂ.୨୦୧/ତା.୦୬.୦୬.୨୦୨୧ ଆଇପିସି ୨୭୪/୨୭୫/୩୪ ଧାରା ସମେତ ଏନଡିପିଏସ ଆଇନ ଧାରା ୨୧(ଏ)/୨୯ ଅନୁସାରେ ଏମ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ୬ଜଣ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପ୍ରକାଶ । ଭବାନୀପାଣା ସହରର ପ୍ରଦେଶୀପଡାରେ ୨ଟି ଦଳ ଓ କଲେଜ ଛକରେ ଗୋଟିଏ ଗୋଟିଏ ଦଳ ଡ୍ରଗ୍ସ ବେପାର ପାଇଁ ଯୁବଗୋଷ୍ଠୀକୁ ପ୍ରଲୋଭିତ କରୁଥିବା ତଦନ୍ତରୁ ଜଣାପଡିଥିବା ପ୍ରକାଶ । ସମ୍ବଲପୁର, ଭବନେଶ୍ୱର କଟକରୁ ଡ୍ରଗ୍ସ ଆଣି ଭବାନୀପାଟଣାରେ ବିକ୍ରୀ କରାଯାଉଥିବା ଜଣାପଡିଛି । ଏସଂପର୍କରେ କେଉଁ ମାନେ ସଂପୃକ୍ତ ଅଛନ୍ତି ଓ କେଉଁ ମାନେ ଗରାଖ ଥିଲେ ସେସବୁ ସଂପର୍କରେ ତଦନ୍ତ ଜାରି ରହିଥିବା ଏସପି ଶବଚ୍ଚ ବିବେକଙ୍କ ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.