Home କଳାହାଣ୍ଡି କଳାହାଣ୍ଡି ପୋଲିସ ଦ୍ୱାରା ୪୪.୭ କେଜି ଗଞ୍ଜେଇ ଜବତ  

କଳାହାଣ୍ଡି ପୋଲିସ ଦ୍ୱାରା ୪୪.୭ କେଜି ଗଞ୍ଜେଇ ଜବତ  

35

କଳାହାଣ୍ଡି, ତା.୩୧.୦୭.୨୦୨୧ ( ଓଡିଆପୁଅ) କଳାହାଣ୍ଡି ଜିଲ୍ଲା କୋକସରା ପୋଲିସ ପକ୍ଷରୁ ଏକ ବୋଲେରୋ ଗାଡିରୁ ୪୪.୭ କେଜି ଗଞ୍ଜେଇ ଜବତ କରାଯାଇଥିବା ଜଣାପଡିଛି । କୋରାପୁଟ ଜିଲ୍ଲାରୁ ଛତିଶଗଡ କୁ ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ କୋକସରା ପୋଲିସ ଥାନା ଆଇଆଇସି ରମଣୀ ରଂଜନ ଦଲେଇ ଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ଚୋରାରେ ଏକ ବୋଲେରୋ ଗାଡିର ଛାତ ଉପରେ ଏବଂ ତଳେ ୨୨ ଟି ପାକେଟରେ ଗଞ୍ଜେଇ ରଖାଯାଇ ଚାଲାଣ କରାଯାଉଥିବା ଅବସ୍ଥାରେ ଜବତ କରିଥିବା କଳାହାଣ୍ଡି ଏସପିଙ୍କ ସୂତ୍ରରୁ ପ୍ରକାଶ । ଏହି ଘଟଣାରେ ସଂପୃକ୍ତ ବୋଲେରୋ ଓଡି-୧୦କେ-୪୯୪୭, ୩ଟି ମୋବାଇଲ,ନଗଦ ଟ୧୪୯୫/- ସମେତ ୨୨ଟି ପାକେଟରେ ଥିବା ୪୪.୭ କେଜି ଗଞ୍ଜେଇ ଜବତ କରାଯିବା ସମେତ ଅଭିଯୁକ୍ତ କୋରାପୁଟ ଜିଲ୍ଲା ପଡୱା ଥାନା ଅଂଚଳର ଗୋବିନ୍ଦ ପୁଜାରୀ (୨୬) ଓ ଶଙ୍କର ରାଓ କୁଡା (୨୬) ଏବଂ ନନ୍ଦପୁର ଥାନା ଅଂଚଳର ଭିକାରୀ ଖରା ( ୪୫) କୁ ଗିରଫ କରାଯାଇଥିବା ପ୍ରକାଶ । ଏସଂପର୍କରେ କୋକସରା ଥାନା କେଶ ନଂ.୧୫୬/୩୧.୦୭.୨୦୨୧ ଦଫା ୨୦(ବି)(ସି) ଏନଡିପିଏସ ଆଇନ ଅନୁସାରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.