Home କଳାହାଣ୍ଡି       କଳାହାଣ୍ଡି ଗସ୍ତରେ ମୂଖ୍ୟ ଶାସନ ସଚିବ ଓ ୫ଟି ସଚିବ, ବିଭିନ୍ନ କାର‌୍ୟ୍ୟକ୍ରମର ସମୀକ୍ଷା

      କଳାହାଣ୍ଡି ଗସ୍ତରେ ମୂଖ୍ୟ ଶାସନ ସଚିବ ଓ ୫ଟି ସଚିବ, ବିଭିନ୍ନ କାର‌୍ୟ୍ୟକ୍ରମର ସମୀକ୍ଷା

50

କଳାହାଣ୍ଡି, ତା.୩୧.୦୭.୨୦୨୧ ( ଓଡିଆପୁଅ ) ମୂଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓଡିଶାର ମୂଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ମୂଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କାର୍ତୀକେୟନ ପାଣ୍ଡିୟାନ ଓ ସ୍ୱତନ୍ତ  ସଚିବ ଭିନିଲ କ୍ରିଷ୍ଣା, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ ପ୍ରମୂଖ କଳାହାଣ୍ଡି ଗସ୍ତରେ ଆସି ବିଭିନ୍ନ କାର‌୍ୟ୍ୟର ସମୀକ୍ଷା କରିଛନ୍ତି  ।
ଶନିବାର ସକାଳ ୧୦ଟା ସମୟରେ  ଏକ ସ୍ୱତନ୍ତ୍ର ବିମାନ ଯୋଗେ  ଉତ୍କେଲା ବିମାନ ବନ୍ଦରରେ ଓହ୍ଲାଇ ସେଠାରେ ବିମାନ ବନ୍ଦରର ସ୍ଥିତି, ଉନ୍ନତି, ଜମି ଅଧିଗ୍ରହଣ, ଆଦି ବିଭିନ୍ନ ଦିଗ ଉପରେ ବ୍ୟାପକ ସମୀକ୍ଷା କରିଥିଲେ ।
ଏହାପରେ ମୂଖ୍ୟ ଶାସନ ସଚିବ ତଥା ଅନ୍ୟ ପଦାଧିକାରୀମାନେ ଭବାନୀପାଟଣା ନିକଟସ୍ଥ ଭଙ୍ଗାବାରି ଠାରେ ନିର୍ମାଣାଧିନ ୧୦୦ ସିଟ ବିଶିଷ୍ଟ ସରକାରୀ ମେଡିକାଲ କଲେଜ ର ନିର୍ମାଣ, ଅଗ୍ରଗତି, ଅଧ୍ୟାପନା ବ୍ଲକ, ଅଡିଟୋରିୟମ, ପୁରୁଷ ଓ ମହିଳା ହଷ୍ଟେଲ ଇତ୍ୟାଦି କାର‌୍ୟ୍ୟର ସମୀକ୍ଷା କରିଥିଲେ । ସେହିପରି ୬୫୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜର ପୂର୍ଣ୍ଣାଙ୍ଗ ରୂପରେଖ ଓ ବଜେଟ ପ୍ରସ୍ତୃତ କରିବାକୁ ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ମାଁ ଇନ୍ଦ୍ରାବତୀ ଟେମ୍ପଲ କମ୍ଲେକ୍ସ,  ଭବାନୀପାଟଣା ନୂତନ ବସଷ୍ଟାଣ୍ଡ, ସାନ୍ଦୁଲ ପ୍ରକଳ୍ପ, ମେଗାଲିପ୍ଟ,  କେସିଙ୍ଗା-ବଲାଙ୍ଗୀର ୨୨୦ କେଭି ଇଲେକ୍ଟ୍ରୀ ଲାଇନ, ବିଜୁ ଏକ୍ସପ୍ରେସ ୱେ, ଟାଉନ ହଲ, ଧର୍ମଗଡ ଆଟିଆଇ ଇତ୍ୟାଦି ବିଭିନ୍ନ ଯୋଜନା ଉପରେ ସମୀକ୍ଷା କରିଥିଲେ । ନିର୍ମାଣାଧିନ ପ୍ରକଳ୍ପ ଗୁଡିକ ଶୀଘ୍ର ସମାପ୍ତ କରିବାକୁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ନର୍ଲା ରୋଡ ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବ୍ୟବସ୍ଥା ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଥରଲେ ।
ରାଜ୍ୟ ସରକାରଙ୍କ ୫ଟି ଅଧିନରେ କଳାହାଣ୍ଡି ଜିଲ୍ଲାର ୨୬ ଟି ହାଇସ୍କୁଲକୁ ନିଆଯାଇଥିବା ବେଳେ ସେସବୁର ସମୀକ୍ଷା କରିବା ସହିତ ଭବାନୀପାଟଣା ସ୍ଥିତ ବ୍ରଜମୋହନ ହାଇସ୍କୁଲ ଓ ଟାଉନ ହାଇସ୍କୁଲ କୁ ପରିଦର୍ଶନରେ ଯାଇ ରୁପାନ୍ତରିତ ହୋଇଥିବା ସ୍ମାର୍ଟ କ୍ଲାସରୁମ, ବିଜ୍ଞାନ ପରୀକ୍ଷାଗାର ଇତ୍ୟାଦି ନିର୍ମାଣ ଉପରେ ସନ୍ତୋଷ ପ୍ରକାଶ କରିବା ସହ ଅନ୍ୟାନ୍ୟ କାର‌୍ୟ୍ୟ ସବୁ ଶିଘ୍ର ସାରିଦେବାକୁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।
ଏହିସବୁ ଗସ୍ତ କାର‌୍ୟ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳ ଡଃ ପରାଗ ହର୍ଷଦ ଗାଭାଲି, ଏସପି ଶ୍ରବଣ ବିବେକ, ପିଡି ଡିଆରଡିଏ ସୋମେଶ ଉପାଧ୍ୟାୟ, ଭବାନୀପାଟଣା   ଉପଜିଲ୍ଲାପାଳ ତଥା ସମସ୍ତ ଜିଲ୍ଲାସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.