Home କଳାହାଣ୍ଡି କଳାହାଣ୍ଡି, ଗଣଦୁଷ୍କର୍ମ ଭିଡିଓ ଭାଇରାଲ ଘଟଣା – ଅଭିଯୁକ୍ତ ଙ୍କୁ ଶିଘ୍ର ଗିରଫ ଓ...

କଳାହାଣ୍ଡି, ଗଣଦୁଷ୍କର୍ମ ଭିଡିଓ ଭାଇରାଲ ଘଟଣା – ଅଭିଯୁକ୍ତ ଙ୍କୁ ଶିଘ୍ର ଗିରଫ ଓ ପିଡିତାଙ୍କୁ ସହାୟତା ବିଭିନ୍ନ ମହଲରୁ ଦାବୀ

192

କଳାହାଣ୍ଡି- ତା.୨୪.୦୯.୨୦୧୯(ଓଡିଆପୁଅ/ ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲା ଜୁନାଗଡ ଥାନା ଅନ୍ତର୍ଗତ ବହୁ ଚର୍ଚ୍ଚିତ ଏଏନଏମ ଛାତ୍ରୀ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ମାମଲା ଉଗ୍ରରୂପ ଧାରଣ କରିଛି । ସୋମବାର ଜିଲା କଂଗ୍ରେସ କମିଟି ପକ୍ଷରୁ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଅଭିଯୁକ୍ତଙ୍କୁ ଶିଘ୍ର ଗିରଫ ଦାବି କରାଯାଇଛି । ସେହିଭଳି ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ତଥା ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଅଭିଯୁକ୍ତ ଯେଉଁ ବର୍ଗର ହେଲେ ମଧ୍ୟ ତାଙ୍କୁ ତୁରନ୍ତ ଗିରଫ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଯାହା ଦ୍ୱାରା ଜିଲା ଆରକ୍ଷୀ ଅଧିକ୍ଷକ ତିନିଦିନ ହେଲା ଜୁନାଗଡରେ ଡେରା ପକାଇବା ସହିତ ଜିଲାର ବରିଷ୍ଠ ପୋଲିସ ଅଫିସରଙ୍କୁ ନେଇ ତିନିଟି ଟିମ ଗଠନ କରି ଏହି ଘଟଣାର ତଦନ୍ତ ପ୍ରକ୍ରିୟା କୁ ଯୋରଦାର କରିଛନ୍ତି । ଅନ୍ୟ ପକ୍ଷରେ ଟଣାର ଗୁରୁତ୍ୱକୁ ଉପଲବ୍ଧି କରି ମଙ୍ଗଳବାର ଦିନ ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଡଃ ମିନତୀ ବେହେରା, ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି, ଆଇନ ପରାମର୍ଶଦାତା ଅରବିନ୍ଦ ପଟ୍ଟନାୟକ, ପ୍ରମୁଖ ଜୁନାଗଡ ପହଂଚିଛନ୍ତି । ସେମାନେ ଜୁନାଗଡ ଡାକ୍ତରଖାନା ଯାଇ ଡାକ୍ତରୀ ମାଇନାର ଅନୁସନ୍ଧାନ କରିବା ସହ ଜୁନାଗଡ ଥାନା ଓ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଏଥି ସହିତ ଅଭିଯୁକ୍ତ ମାନଙ୍କୁ ଶିଘ୍ର ଗିରଫ କରିବା ପାଇଁ ପୋଲିସ କି ପଦକ୍ଷେପ ନେଇଛି ତତ୍ ସମ୍ପର୍କରେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ବାତୁଲା ଗଙ୍ଗାଧର ସହ ଆଲୋଚନା କରିଥିଲେ । ପିଡିତାଙ୍କୁ ୧୦ଲକ୍ଷ ଟଙ୍କା ସହାୟତା ରାଜ୍ୟ ସରକାର ଯୋଗାଇ ଦେବା ପାଇଁ ପ୍ରସ୍ତାବ ପଠାଇବାକୁ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଥିଲେ ।
ମିଳିଥିବା ସୂଚନା ମତେ ପୀଡିତା ନର୍ସିଂ ଛାତ୍ରୀ ଜଣକ ଗତ ୧୪ ତାରିଖରେ ଚିକିତ୍ସା ପାଇଁ ଭବାନୀପାଟଣା ଯାଇଥିବା ବେଳେ ସେଠାରୁ କୋକସରା ଅଂଚଲର ନିଜ ଗ୍ରାମକୁ ଯିବା ପାଇଁ କୌଣସି ବସ ନଥିବା ହେତୁ ଦିନ ପ୍ରାୟ ୨ଟା ସମୟରେ ଭବାନୀପାଟଣା ବସଷ୍ଟାଣ୍ଡରେ ଠିଆ ହଗୋଇଥିବା ବେଳେ ସେଠାରେ ସବୁଦିନ ଯାତାୟତ କରୁଥିବା ବସର ଡ୍ରାଇଭର ସହ ଦେଖା ହୋଇଯାଇଥିଲା । କୋକସରାକୁ ଆଉ କୌଣସି ବସ ନଥିବା ହେତୁ ଚିହ୍ନା ଡ୍ରାଇଭରକୁ ଦେଖି ନିଜେ ଏକୁଟିଆ ଥିବା କହିବାରୁ ଡ୍ରାଇଭର ପୀଡିତାକୁ ଘରେ ପହଂଚାଇଦେବାକୁ କହିଥିଲା । ଚିହ୍ନା ଲୋକ ହୋଇଥିବାରୁ ବିଶ୍ୱାସ କରି ତା ସହ ବାଇକରେ ଆସିବାକୁ ରାଜି ହୋଇଥିବା ପ୍ରକାଶ । ଏହି ସମୟରେ ଡ୍ରାଇଭରକୁ କାହାର ଫୋନ କଲ ଆସିଥିବା ପ୍ରକାଶ । ପୀଡିତାର ଅନ୍ୟ ଉପାୟ ନଥିବା ହେତୁ ଡ୍ରାଇଭର ସହ ବାଇକରେ ଆସୁଥିବା ବେଳେ ଜୁନାଗଡ ପୂର୍ବରୁ ବନମାଳୀପୁର ପାଖରେ ବାଇକ ଗତି ମନ୍ଥର ହୋଇଥିବା ପ୍ରକାଶ । ଏହି ସମୟରେ କିଛି ଲୋକ ମୁହଁରେ କପଡା ବାନ୍ଧି ସେଠାକୁ ପହଂଚି ପୀଡିତାକୁ ଛୁରୀ ଦେଖାଇ ରାସ୍ତା ପାଶ୍ୱର୍ସ୍ଥ ଘନା ଜଙ୍ଗଲ ଭିତରକୁ ଘୋଷାଡି ନେଇଥିଲେ ଏବଂ ଛୁରୀ ଦେକାଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡିତା ଜଣକ ବିକଳରେ ପାଟିକଲେ କିମ୍ବା ଦୁଷ୍କର୍ମକାରୀଙ୍କ କବଳରୁ ଛଡାଇ ହୋଇ ପଳାଇବାକୁ ଉଦ୍ୟମ କଲେ ଛୁରୀ ଦେଖାଇ ମାରି ଦେବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ଏପରିକି ଦୁଷ୍କର୍ମ କରୁଥିବା ଭିଡିଓ ରେକର୍ଡିଂ କରାଯାଇଥିବା ଏବଂ କାହାକୁ କହିଲେ ଭିଡିଓ ଭାଇରାଲ କରିଦେବା ସହ ଜୀବନରେ ମାରି ଦେବାକୁ ଧମକ ଦିଆଯାଇଥିବା ପ୍ରକାଶ । ଦୁଷ୍କର୍ମ ପରେ ପୀଡିତାକୁ ସେହି ଅବସ୍ଥାରେ ଛାଡି ଦେବାପରେ କୌଣସି ପ୍ରକାରେ ପୀଡିତା ମୂଖ୍ୟ ରାସ୍ତାକୁ ଆସିଥିବା ବେଳେ କିଛି ସମୟ ପରେ ସେହି ଡ୍ରାଇଭର ଆସି ପୋଲିସରେ ଅଭିଯୋଗ କଲେ ପୀଡିତାର ହିଁ ଇଜ୍ଜତ ଯିବା ବୋଲି ବୁଝାଇଥିବା କୁହାଯାଉଛି । ଲୋକ ଲଜ୍ଜା ଭୟରେ ପୀଡିତା ଚୁପ ଥିବା ବେଳେ ସେହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯିବା ପରେ ପୀଡିତା ଜୁନାଗଡ ଥାନାକୁ ଆସି ଅଭିଯୋଗ କରିଥିବା ଜଣାପଡିଛି । ଜୁନାଗଡ ଥାନା ରେ କେଶ ନଂ.୨୨୪/୨୦୧୯ ରେ ଏକ କେଶ ରୁଜ୍ଜୁ କରାଯାଇ ଘଟଣାର ଗୁରୁତ୍ୱକୁ ଉପଲବ୍ଧô କରି କଳାହାଣ୍ଡି ପୋଲିସ ଅଧିକ୍ଷକ ବି. ଗଙ୍ଗାଧର ନିଜେ ଘଟଣାର ଅନୁସନ୍ଧାନ କରୁଥିବା ଜଣାପଡିଛି । ପୋଲିସ ପକ୍ଷରୁ ପ୍ରଥମେ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଥିବା ବେଳେ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଦୃଢତାର ସହିତ ଏସପିଙ୍କ ସୂତ୍ରରୁ ପ୍ରକାଶ ।
ଜୁନାଗଡ ବାର ଏସୋସିଏସନ ସଦସ୍ୟ ମାନେ ଏକ ପ୍ରସ୍ତାବ ମାଧ୍ୟମରେ ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ କୌଣସି ଓକିଲନାମା ଗ୍ରହଣ କରଯିବ ନାହିଁ ବୋଲି ନିଷ୍ପତି ନେଇଥିବା ଜଣାପଡିଛି । ଏହାକୁ ଭବାନୀପାଟଣା ଓ ଧର୍ମଗଡ ବାରକୁ ମଧ୍ୟ ଅବଗତ କରା ଯାଇଥିବା କୁହାଯାଇଛି । ଅନ୍ୟ ପକ୍ଷରେ ଦୂର୍ଘଟଣା ଓ ଅପରାଧ ପ୍ରବଣ ଜାରିଙ୍ଗ ଠାରେ ଏକ ପୋଲିସ ଫାଣ୍ଡି ପ୍ରତିଷ୍ଠା ସହ ଶଗଡା ଠାରୁ ଘୋଲିଯୁବା ପର୍ଯ୍ୟନ୍ତ ୨୪ଘଣ୍ଟିଆ ପୋଲିସ ପେଟ୍ରୋଲିଂ ପାଇଁ ଦାବି କରି ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଅନୁରୂପ ଭାବରେ ସିଟିଜନ ଫୋରମ ପକ୍ଷରୁ ମଧ୍ୟ ଦାବିପତ୍ର ପ୍ରଦାନ କରା ଯାଇଛି । ଭାରତୀୟ ଜନତା ମହିଳା ମୋର୍ଚ୍ଚା ପକ୍ଷରୁ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ମେହେର ଏବଂ ସାଧାରଣ ସଂପାଦିକା ଶୋଭାଙ୍ଗିନୀ ପାତ୍ର ଏବଂ ସଦସ୍ୟା ମାନେ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଏହାର ତଦନ୍ତ ତ୍ୱରାନ୍ୱୀତ ଦାବି କରିଛନ୍ତି । ସୂଚନା ମୁତାବକ ପାଂଚ ଜଣଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରଖିବା ସହ ଆସନ୍ତା ୨୪ ଘଂଟା ମଧ୍ୟରେ ଏହି ସମ୍ବେଦନଶୀଳ ଘଟଣାର ପର୍ଦ୍ଦାଫାଶ ନିଶ୍ଚିତ ଭାବେ ହେବ ବୋଲି କଳାହାଣ୍ଡି ଏସପି ଦୃଢ ଭାବରେ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଜାରିଙ୍ଗ ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ୨୬ନମ୍ବର ଜାତୀୟ ରାଜପଥରେ ଦିର୍ଘ ୫ବର୍ଷରୁ ଉର୍ଦ୍ଧ ହେବ ଅନେକ ରାହାଜାନି,ଲୁଟ ତରାଜ ଆଦି ଅସାମାଜିକ କାର୍ଯ୍ୟ କଳାପ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏଥିପ୍ରତି ପୋଲିସ ପକ୍ଷରୁ ଠୋସ ପଦକ୍ଷେପ ନିଆଯାଉ ନଥିବାରୁ ଅପରାଧ ପ୍ରବଣତା ବୃଦ୍ଧି ପାଊଥିବା ହେତୁ ବୁଦ୍ଧି ଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.