Home କଳାହାଣ୍ଡି କଳାହାଣ୍ଡିର ଅପହଂଚ ଇଲାକାରେ ଟ୍ରାକ୍ଟରରେ ବୁଲିଲେ ଜଳସଂପଦ ଓ ସୂଚନା ଲୋକସଂପର୍କ ମନ୍ତ୍ରୀ,

କଳାହାଣ୍ଡିର ଅପହଂଚ ଇଲାକାରେ ଟ୍ରାକ୍ଟରରେ ବୁଲିଲେ ଜଳସଂପଦ ଓ ସୂଚନା ଲୋକସଂପର୍କ ମନ୍ତ୍ରୀ,

28

କଳାହାଣ୍ଡି ତା.୨୮.୦୧.୨୦୨୧( ଓଡିଆପୁଅ) କଳାହାଣ୍ଡି ଜିଲ୍ଲାର ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅପହଂଚ ଅଂଚଳକୁ ରାଜ୍ୟ ଜଳସଂପଦ ଓ ସୂଚନା ଲୋକସଂପର୍କ ମନ୍ତ୍ରୀ ଗସ୍ତ କରିଛନ୍ତି । ସ୍ଥାନୀୟ ବିଧାୟକ ଭୂପିନ୍ଦର ସିଂ ଙ୍କ ସହିତ ଟ୍ରାକ୍ଟରରେ ବସି ସଂଗ୍ର ଅଂଚଳକୁ ବୁଲି ବିଭିନ୍ନ ଅଂଚଳ ବୁଲି ଦେଖିଛନ୍ତି । ବିଶେହ କରି କେସିଙ୍ଗା ବ୍ଲକ ଅଧିନସ୍ଥ କଶୃପଡା ପଂଚାୟତର ଶତାଧିକ ଚାଷୀଙ୍କ ତେଲନଦୀ କୂଳିଆ ଚାଷ ଜମି ମାନଙ୍କରେ ବଢିପାଣି ଯୋଗୁଁ ଚାଷ ନଷ୍ଟ ହେଉଥିବା କାରଣରୁ ଆଡିବନ୍ଧ ନିର୍ମାଣ କରିବାକୁ ଦୀର୍ଘ ଦିନରୁ ଦାବୀ ହୋଇଆସୁଥିଲା ।

ବିଧାୟକ ଓ ମନ୍ତ୍ରୀ ସ୍ଥାନୀୟ ଚାଷୀ ମାନଙ୍କ ସହିତ ସମଗ୍ର ଅଂଚଳକୁ ଦେଖିବା ପରେ ସୁକୁନାଭଟା ଠାରୁ ଘାଟପଡା ପର୍ଯ୍ୟନ୍ତକୁ ତିନି କି.ମି. ପର୍ଯ୍ୟନ୍ତକୁ ଆଡିବନ୍ଧ ନିର୍ମାଣ କରାଯିବାକୁ ପ୍ରସ୍ତାବ ଦିଆଯାଇଥିବା ଜଣାପଡିଛି । ଜଳସଂପଦ ବିଭାଗ ତରଫରୁ ସର୍ଭେ କରାଯାଇ ଅଟକଳ ପ୍ରସ୍ତୃତ କରାଯାଇ ବୈଷୟୀକ ପରାମର୍ଶଦାତା କମିଟୀକୁ ପଠାଯାଇଥିବା ଜଣାପଡିଛି । ସ୍ଥାନୀୟ ବିଧାୟକଙ୍କ ସହିତ ଜଳସଂପଦ ମନ୍ତ୍ରୀଙ୍କ ତେଲନଦୀ ।ଂଚଳ ପରିଦର୍ଶନ ଏବଂ ଆଡିବନ୍ଧ ନିର୍ମାଣ ପ୍ରସ୍ତାବ ଯୋଗୁଁ ସ୍ଥାନୀୟ ଚାଷୀ ମହଲରେ ଖୁସିର ଲହରୀ ଖେଲିଯାଇଥିବା ଜଣାପଡିଛି । ମନ୍ତ୍ରୀଙ୍କ ଗସ୍ତ ସମୟରେ ତେଲ ଅବବାହିକା ମୂଖ୍ୟଯନ୍ତ୍ରୀ ଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ତଥା ସେହି ଅଂଚଳର ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.