Home କଳାହାଣ୍ଡି କଳାହାଣ୍ଡିରେ ଲୋମହର୍ଷକ ଘଟଣା, ଶୀକାର ହେଲ ନିଜେ  ଶୀକାରୀ, ପୋଲିସ ତଦନ୍ତ ଜାରୀ

କଳାହାଣ୍ଡିରେ ଲୋମହର୍ଷକ ଘଟଣା, ଶୀକାର ହେଲ ନିଜେ  ଶୀକାରୀ, ପୋଲିସ ତଦନ୍ତ ଜାରୀ

125

କଳାହାଣ୍ଡି ତା.୦୫.୦୨.୨୦୨୧ (ଓଡିଆ ପୁଅ) କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବେଲକର ଜଙ୍ଗଲରେ ମୁଣ୍ଡରେ ଆଘାତ ଲାଗି ଜଣକର ମୃତ୍ୟୁ ହୋଇ ପଡିଥିବା ଏବଂ ପାଖରେ ଏକ ଦେଶୀ ବନ୍ଧୁକ ପଡିଥିବା ପୋଲିସ ଠାବ କରିଛି ।


ଘଟଣାରୁ ପ୍ରକାଶ ଯେ, ସବିଗୁଡା ଗ୍ରାମର ସୁରେନ୍ଦ୍ର ରାଉତ ନିଜ ଚାରି ସାଙ୍ଗ ସେହି ଗ୍ରାମର ମହେତ ପୁଝାରୀ, ଶିଶିର ପୁଝାରୀ,ଯୁବରାଜ ପୁଝାରୀ,ଶିଶିର ରାଉତ ଏବଂ ନିକଟସ୍ଥ ସୁପାଡ ଗ୍ରାମର ଭୁର୍ଲି ସହ ମିଶି ବେଲକର ଜଙ୍ଗଳକୁ ମଙ୍ଗଳବାର ସକାଳୁ କୁକୁଡା ଶୀକାର କରିବାକୁ ଯାଇଥିଲେ । ସଂଧ୍ୟା ପରେ ମଧ୍ୟ ସୁରେନ୍ଦ୍ର ରାଉତ ଘରକୁ ନଫେରିବାରୁ ଘରଲୋକେ ଖୋଜାଖୋଜିକରି ପରଦିନ ସକାଳୁ ଜଙ୍ଗଲରେ ମୃତଦେହ ପଡିଥିବାର ଖବର ପାଇ ପୋଲିସକୁ ଖବର ଦେଇଥିଲେ । ଜୟପାଟଣା ଥାନା ଅଧିକାରିଣି ରଶ୍ମିତା ପ୍ରଧାନ ଘଟଣାସ୍ଥଲକୁ ପହଂଚି ତଦନ୍ତ କରିବା ମୃତ ଦେହ ଓ ବନ୍ଧୁକ ଠାବ କରିଥିଲେ । ଅଧିକ ତଦନ୍ତ ପାଇଁ ଧର୍ମଗଡ ଏସଡିପିଓ ଏବଂ ସାଇଂଟିଫିକ ଦଳ ଘଟଣାସ୍ଥଲରେ ପହଂଚିଥିବା ବେଳେ ଅଧିକ ତଦନ୍ତ ଚାଲିଥିବା ପ୍ରକାଶ । ଜୟପାଟଣା ଥାନା ରେ କେଶ ନଂ. ୩୨/୨୦୨୧ ଧାରା ୩୦୨/୩୪ ଓ ଆର୍ମସ ଆକ୍ଟ ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ପୋଲିସ ସୂତ୍ରରୁ ପ୍ରକାଶ । ମୃତକଙ୍କ ବାପା ଏହାକୁ ହତ୍ୟା ଘଟଣା ବୋଲି ଅଭିଯୋଗ କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.