Home ଜିଲ୍ଲା ପରିକ୍ରମା ସ୍ଥାୟୀ ଜମିପଟ୍ଟା ପାଇବା ପାଇଁ ବିଧାୟକ ସଂଜୀବ ମଲ୍ଲିକଙ୍କୁ ଦାବିପତ୍ର

ସ୍ଥାୟୀ ଜମିପଟ୍ଟା ପାଇବା ପାଇଁ ବିଧାୟକ ସଂଜୀବ ମଲ୍ଲିକଙ୍କୁ ଦାବିପତ୍ର

26

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଞ୍ଚଳ ବନ୍ତଛକସ୍ଥିତ ୧୦ ନଂ ୱାର୍ଡରେ ଯାଉଥିବା ଆଦିବାସୀ କଲୋନୀ (ଫିସରି ବନ୍ଧ) ନିବାସୀ ୩୩ଟି ପରିବାର ଦୀର୍ଘବର୍ଷ ଧରି ସରକାରୀ ଜମିରେ ରହିଆସୁଛନ୍ତି । ପ୍ରତ୍ୟେକ ବିଧାନସଭା, ଲୋକସଭା ଓ ପୌରପାଳିକା ନିର୍ବାଚନରେ ସେମାନେ ଅଂଶଗ୍ରହଣ କରିଆସୁଥିବାବେଳେ ସ୍ଥାୟୀ ଜମିପଟ୍ଟାରୁ ବଂଚିତ ହୋଇଛନ୍ତି । ଏଣୁ ଆଜି ବିଶିଷ୍ଟ ଶ୍ରମିକ ନେତା ଅଧିବକ୍ତା ଦିବ୍ୟସିଂହ ନାୟକ ଓ ରାଧା ଦାଶଙ୍କ ନେତୃତ୍ୱରେ ବହୁ ଆଦିବାସୀ ମହିଳା ଓ ପୁରୁଷ ଏକ ଶୋଭାଯାତ୍ରାରେ ଆସି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ଅପର୍ତ୍ତିବିନ୍ଧା ସ୍ଥିତ ବାସଭବନରେ ଭେଟି ସରକାରଙ୍କ ‘ଜାଗା’ ଯୋଜନାରେ ସ୍ଥାୟୀ ଜମିପଟ୍ଟା ପାଇବା ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ତେବେ ବିଧାୟକ ଶ୍ରୀ ମଲ୍ଲିକ ସେମାନଙ୍କୁ ଯଥାଶୀଘ୍ର ତାହା ପ୍ରଦାନରେ ସହାୟକ ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.