Home କେନ୍ଦୁଝର କଳାକାର ଫର୍ମ ଦାଖଲ ବିନିମୟରେ ଅର୍ଥ ଆଦାୟ ଅଭିଯୋଗ

କଳାକାର ଫର୍ମ ଦାଖଲ ବିନିମୟରେ ଅର୍ଥ ଆଦାୟ ଅଭିଯୋଗ

96

ହାଟଡିହି-୪/୬, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଞ୍ଚଳରେ କଳାକାର ଫର୍ମ ଦାଖଲ ନାମରେ ଅର୍ଥ ଆଦାୟ ହେଉଥିବା ନେଇ ଅଭିଯୋଗ ହୋଇଛି । ଓଡିଶା ସରକାରଙ୍କ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଚିଠିନଂ ୨୭୯୯ ତା ୭/୫/୨୦୨୦ ତଥା ÷ହାଟଡିହି ବ୍ଲକର ପରିପତ୍ର ସଂଖ୍ୟା ୧୬୪୮ ତା୨୮/୫/୨୦୨୦ ପ୍ରକାରେ ଲୋକ କଳାକାର ପ୍ରସାର ପ୍ରଚାରରେ ସଂପୃକ୍ତ ଥିବା କଳାକାର ମାନଙ୍କର ଏକ ଡାଟାବେସ କାର୍ଯ୍ୟ ପ୍ରସ୍ତୁତ କରିବାକୁ ସୁଚନା ଦିଆଯାଇଛି । ଏହି ସୁଚନା ପ୍ରକାରେ ହାଯଡିହି ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତିଙ୍କୁ ବ୍ଲକ ପକ୍ଷରୁ ପ୍ରଦାନ କରାଯାଇତବବା ଚିଠି ଆଧାରରେ ପ୍ରଥମ ପର୍ଯ୍ୟାୟରେ ୪୭୪ଜଣ ଓ ଦ୍ୱିତୀୟ ପର୍ଯ୍ୟାୟରେ ୫୬ଜଣଙ୍କ ଫର୍ମ ବ୍ଲକରେ ଦାଖଲ କରାଯାଇଛି । ଏହା ବ୍ୟତିତ ବ୍ଲକରେ କେତେଜଣ ଅସାଧୁ କଳାକାର ସାଧାରଣ ଲୋକଙ୍କୁ କଳାକାର ଭାବେ ମାନପତ୍ର ଓ ଜାଲ ପ୍ରମାଣପତ୍ର ପ୍ରଦାନ କରି ୧୦୦ରୁ ୫୦୦ ପର୍ଯ୍ୟନ୍ତ ଟଙ୍କା ଆଦାୟ କରିବାର ଅଭିଯୋଗ ହୋଇଛି । ଯାହାକି ବ୍ଲକରେ ମାତ୍ର କୋଡିଏ ଟଙ୍କା ବିନିମୟରେ ସେମାନଙ୍କ ଫର୍ମ ଦାଖଲ କରାଯାଇ ଅବଶିଷ୍ଟ ଅର୍ଥକୁ ଆତ୍ମସାତ କରାଯାଉଛି । ଏକ୍ଷେତ୍ରରେ ସଡଙ୍ଗ, ଶାଳଣିଆଁ, ଓରାଳି, ହାବଳେଶ୍ୱର, ଡଅଁର ଆଦି ଗ୍ରାମ ପଞ୍ଚାୟତରେ ବହୁ ଲୋକ ଶୀକାର ହୋଇଥିବା ଜଣାପଡିଛି । ଯେଉଁ ଅସାଧୁ ବ୍ୟକ୍ତିମାନେ ବିନା ରସିଦରେ ଅର୍ଥ ଆଦାୟରେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ତଦନ୍ତ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଓ ବିଡିଓ ହାଟଡିହିଙ୍କୁ କଳାକାର ମାନେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.