Home ଜିଲ୍ଲା ପରିକ୍ରମା କଳାକାର ଓ ଅନ୍ୟ ସଂଘ ପକ୍ଷରୁ ଜିଲାପାଳଙ୍କୁ ସ୍ମାରକପତ୍ର

କଳାକାର ଓ ଅନ୍ୟ ସଂଘ ପକ୍ଷରୁ ଜିଲାପାଳଙ୍କୁ ସ୍ମାରକପତ୍ର

24

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ୯ ତାରିଖରେ ଭଦ୍ରକର ସମସ୍ତ କଳାକାର ସଂଘ ଓ ଅନ୍ୟ ସଂଘ ଗୁଡିକ ମିଳିତ ଭାବେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରିଛନ୍ତି । ଏଥିଉପଲକ୍ଷେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସରକାର କଳାକାର ଓ ଅନ୍ୟ ସଂଘମାନଙ୍କ ପାଇଁ କୋଭିଡ୍ ଜନିତ କୌଣସି ସହାୟତା ଘୋଷଣା କରିନଥିବାରୁ ଏମାନେ ଆସନ୍ତା ୯ ତାରିଖରେ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ଦେବାର ନିଷ୍ପତ୍ତି ହୋଇଥିଲା । ଏଥିନିମନ୍ତେ ଏକ ପ୍ରତିନିଧି ଦଳ ଆଜି ଜିଲାପାଳ ଡ. ଜ୍ଞାନ ଦାସ, ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଓ ସହରାଞ୍ଚଳ ଥାନାଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.