Home ଜିଲ୍ଲା ପରିକ୍ରମା ଅବକାରୀ ବିଭାଗର ବ୍ୟାପକ ଚଢାଉ, ମଦ ଜବତ ୩ ଗିରଫ

ଅବକାରୀ ବିଭାଗର ବ୍ୟାପକ ଚଢାଉ, ମଦ ଜବତ ୩ ଗିରଫ

12

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଅବକାରୀ ଅଧୀକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ତିହିଡି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରିଣୀ ସନ୍ଧ୍ୟାରାଣୀ ଦାସଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ତିହିଡି ଥାନା ଅଧୀନସ୍ଥ କାଁପଡା, ଦପା, ଭାଟପଡା, ମିର୍ଜାପୁର ଓ ନନ୍ଦପୁର ଗ୍ରାମରେ ଚଢାଉ କରି ୩୦ ଲିଟର ଦେଶୀ ରନ୍ଧା ମଦ ଓ ୧୦ ଲିଟର ଆସ୍କା ଫଟି ମଦ ଜବତ କରିଛନ୍ତି । ଏବଂ ଏଥିରେ ସଂପୃକ୍ତ ତିହିଡି ଥାନା ଅଧୀନସ୍ଥ କାଁପଡା ଗ୍ରାମର ଦେବେନ୍ଦ୍ର ମଳିକ, ଦପା ଗ୍ରାମର କାଞ୍ଚନ ଦାସ ଓ ମିର୍ଜାପୁର ଗ୍ରାମର ପୀତବାସ ମୋପାଙ୍କୁ ଗିରଫ କରିଛି । ଜବତ ମଦର ଆନୁମାନିକ ମୂଲ୍ୟ ୧୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଏହି ଚଢାଉରେ ଏଏସ୍‌ଆଇ ପ୍ରହ୍ଲାଦ ସାମଲ, ଦୀପକ ରାଉତ ଓ ଭବେଶ ଦାସ, କନେଷ୍ଟବଳ ସତ୍ୟରଂଜନ ସେଠୀ, ରମେଶ ନାୟକ, ମିଥୁନ ଜେନା, ଖଗେଶ୍ୱର ଜେନା ଓ ସନ୍ଧ୍ୟାରାଣୀ ସେନାପତି ପ୍ରମୁଖ ସାମିଲ ଥିଲେ । ଏ ନେଇ ଅବକାରୀ ବିଭାଗ ପକ୍ଷରୁ ପୃଥକ୍ ପୃଥକ୍ ୩ଟି ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.