Home କେନ୍ଦୁଝର କଲେଜ ଭିତରୁ ଶାଗୁଆନ କାଠ ଜବଦ କଲା ବନ ବିଭାଗ

କଲେଜ ଭିତରୁ ଶାଗୁଆନ କାଠ ଜବଦ କଲା ବନ ବିଭାଗ

46

ହାଟଡ଼ିହି-୭ / ୪, (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ସୋସୋ ଠାରେ ଥିବା ବଉଳା ଯୁକ୍ତ ତିନି କଲେଜ ପରିସରରୁ ବହୂ ପରିମାଣର ଶାଗୁଆନ କାଠକୁ ଜବଦ କରିଛି ବନ ବିଭାଗ । ଖବରରୁ ଜଣାଯାଇଛି ଯେ ଗତକାଲି ରାତିରେ କଲେଜ ପରିସରରେ କାଠ କଟା ଚାଲିଥିବା ନେଇ ଗାଁ ଲୋକେ ଦେଖିବାକୁ ପାଇଥିଲେ । ରାତିରେ କଲେଜ ବନ୍ଦ ଥିବା ସମୟରେ କିଏ କାଠ କାଟୁଛି ତାହାକୁ ନେଇ ଗ୍ରାମବାସୀଙ୍କ ମନରେ ସନ୍ଦେହ ଉପୁଜିଥିଲା । କିଛି ଗ୍ରାମବାସୀ ଏକଯୁଟ ହୋଇ କଲେଜ ଭିତରକୁ ଯିବାରୁ କାଠ କାଟୁଥିବା ଲୋକମାନେ ଯେ ଯୁଆଡେ ପଳାଇଥିଲେ ।ଏନେଇ ଗ୍ରାମବାସୀମାନେ ଆନନ୍ଦପୁର ଡିଏଫଓଙ୍କୁ ଅବଗତ କରାଇବାପରେ ତାଙ୍କ ନିର୍ଦ୍ଦେଶରେ ହଦଗଡ ବନକର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି କଟାଯାଉଥିବା ଗୋଟିଏ କାଠକୁ ଜବଦ କରିଥିଲେ । କଲେଜ ଶ୍ରେଣୀଗୃହ ଭିତରେ ଆହୁରି କିଛି କାଠ ଥିବା ଜଣାପଡିବାପରେ ଆଜି ହଦଗଡ ରେଞ୍ଜର ସୁମିତ ମହାନ୍ତି, ଫରେଷ୍ଟର କେଦାର ପାତ୍ର ପ୍ରମୁଖ କଲେଜରେ ପହଞ୍ଚି ଅଧ୍ୟକ୍ଷଙ୍କୁ ଡାକି ଶ୍ରେଣୀଗୃହ ଖୋଲିବାପରେ ଅବଶିଷ୍ଟ କାଠକୁ ଜବଦ କରି ହଦଗଡ ରେଞ୍ଜ କାର୍ଯ୍ୟାଳୟକୁ ନେଇ ଆସିଛନ୍ତି । ଏ ସମ୍ପର୍କରେ କଲେଜର ଅଧ୍ୟକ୍ଷ ରବିନ୍ଦ୍ର କୁମାର ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି ଯେ କଲେଜ ପରିସରରେ ଥିବା ଏକ ଶାଗୁଆନ ଗଛ ପୋକ ମାରିଦେବାରୁ ତାହା ମରିଯାଇଥିଲା । ସେହି ଗଛଟିକୁ କାଟି କଲେଜର କିଛି ଚେୟାର, ସୋଫା ଓ ଟେବୁଲ କରିବାକୁ ଏହି କାଠ କଟାଯାଉଥିଲା ବୋଲି କହିଛନ୍ତି । ଗ୍ରାମବାସୀଙ୍କ ଅଜ୍ଞାତରେ କଲେଜର ଉଚ୍ଚ କର୍ତ୍ତୁପକ୍ଷଙ୍କ ଅଗୋଚରରେ ଓ ବନ ବିଭାଗର ବିନା ଅନୁମତିରେ କିପରି କଲେଜ ପରିସରରୁ ଏକ ଶାଗୁଆନ ଭଳି ମୁଲ୍ୟବାନ ଗଛକୁ କଟାଗଲା ତାହାକୁ ନେଇ ଗ୍ରାମବାସୀ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.