Home ଜିଲ୍ଲା ପରିକ୍ରମା ଚାଷୀମାନଙ୍କୁ ଠକେଇ ପାଇଁ ମୁଖ୍ୟମନ୍ତ୍ରୀ ବିରୁଦ୍ଧରେ ଏତଲା

ଚାଷୀମାନଙ୍କୁ ଠକେଇ ପାଇଁ ମୁଖ୍ୟମନ୍ତ୍ରୀ ବିରୁଦ୍ଧରେ ଏତଲା

501

ଯାଜପୁର୧୭ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ନବ ନିର୍ମାଣ କୃଷକ ସଂଗଠନ ୧୦ ବର୍ଷ ଧରି ଚାଷୀଙ୍କ ସ୍ୱାଥଁ ପାଇଁ ପ୍ରାଇସ, ପ୍ରେଷ୍ଟିଜ, ପେନସନ ଦାବିରେ ଲଢେଇ କରି ଆସୁଥିବା ବେଳେ ସରକାର ଚାଷୀମାନଙ୍କ ଏକତାରେ ଭୟଭୀତ ହୋଇ ନିର୍ବାଚନ ପୂର୍ବରୁ କାଳିଆ ଯୋଜନା ଘୋଷଣା କରିଥିଲେ । ଖରିଫ ଓ ରବି ଋତୁରେ ୨ଟି କିସ୍ତିରେ ୫ହଜାର ଲେଖାଁଏ ୧୦ ହଜାର ଟଙ୍କା ଯୋଗାଇବା ସହ ଏହାକୁ କେହି ବନ୍ଦ କରିପାରିବେନି ଦୃଢୋକ୍ତି ପ୍ରକାଶ କରିଥିଲେ । ହେଲେ ଅଯୋଗ୍ୟ ହିତାଧିକାରୀଙ୍କ ଜମାଖାତାକୁ ଟଙ୍କା ଯାଉଥିବା ବେଳେ ପ୍ରକୃତ ଯୋଗ୍ୟ ହିତାଧିକାରୀ ଏଥିରୁ ବାଦ ପଡିଛନ୍ତି । ନିର୍ବାଚନ ଜିତିବା ପରେ ଦେଇଥିବା ପ୍ରତିଶୃତିରୁ ଓହରି  ୧୦ ହଜାର ବଦଳରେ ୪ହଜାର ଦେବାକୁ ଘୋଷଣା କଲେ । ତେଣୁ ମୁଖ୍ୟମନ୍ତ୍ରୀ ଏହା ଜନସାଧାରଣଙ୍କୁ ସିଧା ଠକେଇ କରିଥିବା ଅଭିଯୋଗ ଆଣିଛି କୃଷକ ସଙ୍ଗଠନ । ମୁଖ୍ୟମନ୍ତ୍ରୀ  ଚାଷୀ ମାନଙ୍କୁ ଠକିଥିବାରୁ ତାଙ୍କ ବିରୁଦ୍ଧରେ ସମୂହ ଏତଲା ଦେବାକୁ ସଂଗଠନ ପକ୍ଷରୁ ସ୍ତିର କରାଯାଇଥିଲା । ଏହି କ୍ରମରେ ଯାଜପୁର ଜିଲ୍ଲା ପକ୍ଷରୁ ପାଣିକୋଇଲି ଖେଳ ପଡିଆରୁ ଶତାଧିକ ଚାଷୀ ଏକ ଶୋଭଯାତ୍ରାରେ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ପହଂଚି ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ଠକେଇ ମାମଲା ପାଇଁ ଦାବି କରିଥିଲେ । ଏସପିଙ୍କ ଅନୁପସ୍ଥିତିରେ ହେଡକ୍ୱାଟର ଡିଏସପି ବିଜୟ କୁମାର ମଲ୍ଲିକଙ୍କୁ ଏତଲା ପ୍ରଦାନ କରାଯାଇଥିଲା । ଜିଲ୍ଲା କମିଟି ପକ୍ଷରୁ ସହସଂଯୋଜକ ବସନ୍ତ କୁମାର ନାୟକ, ଅଶୋକ ଶାନ୍ତି ଓ ବ୍ଲକ ସଂଯୋଜକ ଲକ୍ଷ୍ମୀଧର ସାହୁ, ମାଧବ ଶାନ୍ତି, ସନାତନ ସାହୁ, ପ୍ରତାପ ନାୟକ, ମୁକୁନ୍ଦ ମହାନ୍ତି, ସୁବାସ ଖଣ୍ଡାଇ, ଅଜୟ ରାଉତ, ନଗେସ ଜେନା, ସୁଜୟ ଭୂୟାଁ, ଅନନ୍ତ ମହାନ୍ତି, ଚୌଧୁରୀ ଜେନା, ଭୁବନାନ୍ଦ ସାମଲ, ଶାନ୍ତନୁ ପଣ୍ଡା, ଜଗନ୍ନାଥ ରାଉତ, କୁନ୍ତଳା ଗୁରୁ, ବଲ୍ଲଭ ଜେନା, ବଲ୍ଲଭାନନ୍ଦ ପଣ୍ଡା, ନରହରି ଦାସ, ପ୍ରଫୁଲ୍ଲ ନାୟକ, ରଘୁନାଥ ଦାସ, ଦୁର୍ଗାଚରଣ ବାରିକ, ରବିନ୍ଦ୍ର ସାହୁ ପ୍ରମୁଖଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଶତାଧିକ ଚାଷୀ ଯୋଗଦେଇଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.