ସମ୍ବଲପୁର୧୩ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସମ୍ବଲପୁର ଜିଏମ କଲେଜ୍ ପରିସରରେ ଆଜି ଜଣେ ଯୁବକ ଜଲେଜର ଜଣେ ଛାତ୍ରୀଙ୍କୁ ପ୍ରେମକରିବାକୁ ବାଧ୍ୟକରି କଲେଜ ପରିସରରେ ପ୍ରବଳ ମାଡ ଖାଇବା ଦେଖିବାକୁ ମିଳିଛି । ଏସଂପର୍କରେ ଛାତ୍ରୀଙ୍କ ପକ୍ଷରୁ ପୁଲିସ ନିକଟରେ କୈାଣସି ମାମଲା କରାଯାଇନଥିବା ବେଳେ ବନ୍ଧୁକ ଦେଖାଇ ପ୍ରେମନିବେଦନ କରିଥିବା ଯୁକକଙ୍କୁ ଥାନାରେ ଜିମା ଦିଆଯାଇଛି । ଉକ୍ତ ଯୁବକଙ୍କ ଘର କେନ୍ଦ୍ରାପଡା ଅଞ୍ଚର ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।