Home ଜିଲ୍ଲା ପରିକ୍ରମା କର୍ତ୍ତବ୍ୟରେ ଅବହେଳା, ମାଳଦା ସୋସାଇଟି ସମ୍ପାଦକ ନିଲମ୍ବିତ

କର୍ତ୍ତବ୍ୟରେ ଅବହେଳା, ମାଳଦା ସୋସାଇଟି ସମ୍ପାଦକ ନିଲମ୍ବିତ

42

ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ମାଳଦା ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ରଙ୍କୁ ନିଲମ୍ବିତ କରାଯାଇଛି । ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ସ୍ଥାନୀୟ ଶାଖା ପରିଚାଳକଙ୍କ ସୁପାରିଶ କ୍ରମେ ଭଦ୍ରକ ଉପନିବନ୍ଧକ ଶ୍ରୀ ପାତ୍ରଙ୍କୁ ନିଲମ୍ବିତ କରିଥିବା ଜଣାଯାଇଛି । କୋର ବ୍ୟାଙ୍କିଙ୍ଗ ସେବା ବ୍ୟବସ୍ଥା କାର୍ଯ୍ୟକାରୀ ଦିଗରେ ସରକାରଙ୍କ ନିର୍ଦ୍ଦେଶ ପାଳନରେ ଅବହେଳା ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାଯାଇଛି । ଏଥିସହ ସରସଦା ପ୍ରାଥମିକ କୃଷି ସମବାୟ ସମିତି ଆକାଉଣ୍ଟାଣ୍ଟବିରଞ୍ôଚ ନାରାୟଣ ରାଉତଙ୍କୁ ସହମତି ଭିତ୍ତିରେ ମାଳଦା ସମିତିର ସମ୍ପାଦକ ଭାବେ ଅବସ୍ଥାପିତ କରାଯାଇଛି । ଶ୍ରୀ ରାଉତ ମାଳଦାରେ ଯୋଗଦେଇ କାର୍ଯ୍ୟାରମ୍ଭ କରିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.