Home ଜିଲ୍ଲା ପରିକ୍ରମା ଜିଲ୍ଲାରୁ ଚିହ୍ନଟ ହେଲେ ୧୧୭ କରୋନା ପଜିଟିଭ୍‌ 

ଜିଲ୍ଲାରୁ ଚିହ୍ନଟ ହେଲେ ୧୧୭ କରୋନା ପଜିଟିଭ୍‌ 

49

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଚିହ୍ନଟ ହେଲେ ଆଉ ୧୧୭ ନୂଆ କରୋନା ଆକ୍ରାନ୍ତ । ଯାହାଙ୍କୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂକ୍ୟା ହୋଇଛି ୧୬ ହଜାର ୪୯୦ । ସେହିଭଳି ମୋଟ ସୁସ୍ଥ ହୋଇଛନ୍ତି ୧୩ହଜାର ୬୮୦ ଜଣ । ଏବେ ସକ୍ରିୟ ଆକ୍ରାନ୍ତ ଅଛନ୍ତି ୨୭୭୭ଜଣ । ଯେଉଁ ନୂତନ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି ସେମାନେ ହେଉଛନ୍ତି ଭଦ୍ରକ ପୌରପାଳିକାର ବରାଳପୋଖରୀ, ନୂଆବଜାର, ସନ୍ଥିଆ, କୁଆଁସ, ଛୋଟାଶଙ୍କରପୁର, ଭୁୟାଁମହଲା, ଗରଦପୁର, ବାଇପାସ୍‌, ମୋଟେଲ ଛକରୁ ମୋଟ୧୯ଜଣ, ଧାମନଗର ବ୍ଳକର ଇଚ୍ଛଦା, ଭଟସାହି, ଦଳାଙ୍ଗ, ଅସ୍ତକ, କଲ୍ୟାଣୀ,ଖପରପଦା, ଷୋଳଗାଁ ଗ୍ରାମରୁ ମୋଟ ୯ଜଣ, ବାସୁଦେବପୁର ବ୍ଳକର କମାରଗଡ଼ିଆ ଗ୍ରାମରୁ ଜଣେ, ଚାନ୍ଦବାଲି ବ୍ଳକର ଭାଟପଡା, ଜି.ପି.ପୁର, ନୂଆଗାଁ, କୁଆମରା, ଘଣ୍ଟେଶ୍ୱର, ଖେରଙ୍ଗ, ମହୁଲିଆ, ନଳଗୋହିରା, ମତୋ, ମଉସୁଧା, ପାଣ୍ଡିଆସାହିରୁ ମୋଟ ୧୪ଜଣ, ତିହିଡ଼ି ବ୍ଳକର ଭାଯପଡା, ଦୋଳସାହି, ଗୁଆମାଳ, କୋହ୍ଲ, ଆର୍‌ସା, ପାଳିଆ, ତାଳପଦା, ନରସିଂହପୁର ଗ୍ରାମରୁ ୧୨ଜଣ, ବନ୍ତ ବ୍ଳକର ବଡମହିଷିଗୋଠ, ବାଙ୍ଗୋରପଦୀ, ବଇପୁର ଗ୍ରାମରୁ ମୋଟ ୫ଜଣ, ଭଦ୍ରକ ବ୍ଳକର ସିଙ୍ଗଡା, ବନ୍ଧଗାଁ, ବାଣିତିଆ, ଅନନ୍ତପୁର, ମୂଳଗାଁ, ଆରଡିଛକ, ହରିପୁର, କଲେଇ, କାଉପୁର, ଜିତାନଗା, ସାହାଡା ଗ୍ରାମରୁ ୨୨ଜଣ, ଧାମନଗର ଏନ୍‌ଏସିର ଦକ୍ଷିଣିବାଡିରୁ ଜଣେ, ଭଣ୍ଡାରିପୋଖରୀ ବ୍ଳକ ବାଲିପୋଖରୀ, ଦକ୍ଷିଣବାଡ, ନେରଡା, ରହଣିଆ, ବାଲିଗଡ଼ିଆ, ସରସଦା, ତେସିଙ୍ଗା ଗ୍ରାମରୁ ମୋଟ ୧୨ଜଣ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜିଲ୍ଲା ବାଲେଶ୍ୱରର ସିମୁଳିଆ, କେନ୍ଦୁଝରର ହାଟଡିହି, ଯାଜପୁର ଜିଲ୍ଲାର କୋରେଇ ବ୍ଳକ ଅଞ୍ଚଳରୁ ୪ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳର ୧୮ଜଣ ରାଜ୍ୟର ବିଭିନ୍ନ ମେଡିକାଲରେ ଚିକିତ୍ସା ସମୟରେ ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.