Home କଳାହାଣ୍ଡି କରୋନା ସ୍ଥିତି ଅନୁଧ୍ୟାନ ପାଇଁ ଓଡିଶା ପୋଲିସ ମହାନିର୍ଦେଶକ ଙ୍କ କଳାହାଣ୍ଡି ଗସ୍ତ

କରୋନା ସ୍ଥିତି ଅନୁଧ୍ୟାନ ପାଇଁ ଓଡିଶା ପୋଲିସ ମହାନିର୍ଦେଶକ ଙ୍କ କଳାହାଣ୍ଡି ଗସ୍ତ

207

କଳାହାଣ୍ଡି – ତା୧୦.୦୪.୨୦୨୦ (ଓଡିଆପୁଅ) ଓଡିଶା ପୋଲିସ ମହାନିର୍ଦେଶକ ( ଡିଜିପି) ଶ୍ରୀ ଅଭୟ ଆଇପିଏସ କଳାହାଣ୍ଡି ଗସ୍ତ କରି ସାଂପ୍ରତିକ କରୋନା ମୁକାବିଲା ପରିସ୍ଥିତିରେ ଲକଡାଉନ ସ୍ଥିତିର ସମୀକ୍ଷା କରିଛନ୍ତି । ଓଡିଶା ଡିଜିପି ଶ୍ରୀ ଅଭୟଙ୍କ ସହିତ ରାଜ୍ୟ ଆଇନ ଶୃଙ୍ଖଳା ଅତିରିକ୍ତ ଡିଜିପି ଅ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଆଇପିଏସ ଏବଂ ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜିପି ଶ୍ରୀ ସଫିନ ଅହମ୍ମଦ ଆଇପିଏସ ଏହି ସମୀକ୍ଷା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସାଂପ୍ରତିକ ଏହି ଦୁର୍ଦ୍ଦିନ ପରିସ୍ଥିତିରେ ଅତ୍ୟନ୍ତ ଦକ୍ଷତାର ସହିତ ପ୍ରଚଣ୍ଡ ଖରା ଏବଂ ଅଦିନିଆ ଝଡତୋଫାନ ସମୟରେ ମଧ୍ୟ କଳାହାଣ୍ଡି ପୋଲିସ ନିଜ ଦାୟୀତ୍ୱ ତୁଳାଇ ଆସୁଥିବାରୁ ଡିଜିପି ପ୍ରଶଂସା କରିଥିଲେ । ସେହିପରି କଳାହାଣ୍ଡି ବାସୀ ସାଂପ୍ରତିକ କରୋନା ମୁକାବିଲା ପରିସ୍ଥିତିରେ ପ୍ରଶାସନକୁ ସହଯୋଗ କରୁଥିବା ହେତୁ ସାଧୁବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ଆଇପିଏସ ଏବଂ ସମସ୍ତ ଜିଲ୍ଲାସ୍ତରୀୟ ପୋଲିସ ପଦାଧିକାରୀ ଉପସ୍ଥିତ ଥିଲେ । ଡିଜିପିଙ୍କ ଏହି ଗସ୍ତ କାର୍ଯୟକ୍ରମ ଜିଲ୍ଲା ପୋଲିସ ବିଭାଗକୁ ଅଧିକ ପୋ୍ରତ୍ସାହିତ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.