Home କେନ୍ଦୁଝର କଟକଣାକୁ ମାନୁ ନହାନ୍ତି, ବାଇକ ଧରି ଚକର କାଟିଲେ ଲୋକେ

କଟକଣାକୁ ମାନୁ ନହାନ୍ତି, ବାଇକ ଧରି ଚକର କାଟିଲେ ଲୋକେ

193

ହାଟଡ଼ିହି-୧୦/୪, ସପ୍ରତି ଭାରତବର୍ଷରେ କରୋନା ମହାମାରୀ ସଂକ୍ରମଣକୁ ରୋକିବା ଲାଗି ସରକାର ଲକଡାଉନ ଘୋଷଣା ସହ ବାଇକ ଧରି ନ ବୁଲିବାକୁ ଚେତାବନୀ ଦେଇଛନ୍ତି । ଏପରିକି ଯଦି କେହି ଆଇନକୁ ଅବମାନନା କରି ରାସ୍ତାରେ ବୁଲେ ସେମାନଙ୍କ ବାଇକକୁ ଜବଦ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅନେକ ସ୍ଥାନରେ ପୁଲିସ ଅମାନିଆ ମାନଙ୍କୁ ମାଡମାରି ବାଇକ ଓ କାର ମଧ୍ୟ ଜବଦ କରୁଥିଲା । ଫଳରେ ଅଧିକାଶଂରେ ଲୋକମାନେ ଘରେ ରହିବା ସହିତ ଯଦିବା କାହାର ଜରୁରୀ କାମ ପଡୁଥିଲା ସେମାନେ ସାଇକେଲ ଧରି ନଚେତ ଅନୁମତି ପତ୍ର ଧରି ରାସ୍ତାରେ ଆସୁଥିଲେ । କିନ୍ତୁ ଗତକାଲି ହାଇକୋର୍ଟଙ୍କ ଗାଡି ଜବଦ କରିପାରିବନି ପୁଲିସ ରାୟ ପରେ ଆଜି ସକାଳୁ ସକାଳୁ ଲୋକମାନେ ଖୁଲାମଖୁଲା ଗାଡିଧରି ରାସ୍ତାରେ ଯାତାୟତ କରିବା ସହିତ ଛକ ବଜାର ମାନଙ୍କରେ ଭିଡ ଜମାଇଥିଲେ । କଟକଣା ପୁର୍ବରୁ ଲୋକମାନେ ଯେପରି ଯାତୟତ ଓ ଚଳପ୍ରଚଳ କରୁଥିଲେ ଆଜି ଠିକ ସେହିପରି ଅବସ୍ଥା ହାଟଡିହି ଅଞ୍ଚଳରେ ଦେଖିବାକୁ ମିଳିଥିଲା । ଏନେଇ ଅନେକ ଲୋକ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇବାପରେ ଅପରାହ୍ନ ଠାରୁ ବିଭିନ୍ନ ଛକ ବଜାର ମାନଙ୍କରେ ପୁଲିସ ପୁନର୍ବାର ପଇଁତରା ମାରି ବାଇକ ଅରୋହୀଙ୍କୁ ଧରିବାକୁ ଚେଷ୍ଟା କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.