Home ଅପରାଧ କରୋନା ସନ୍ଦେହକୁ ନେଇ ବିଷ ପିଇଲେ ଯୁବକ

କରୋନା ସନ୍ଦେହକୁ ନେଇ ବିଷ ପିଇଲେ ଯୁବକ

321

ସୁନ୍ଦରଗଡ୨୭ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ କରୋନା ଲକ୍‌ଡାଉନ୍ କରାଯାଇଥିବା ବେଳେ ସୁନ୍ଦରଗଡ ଜିଲ୍ଲା ଲାଙ୍କୋଇ ଗାଁରେ କୋରୋନା ସନ୍ଦେହକୁ ନେଇ ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି ଏକ ରିପୋର୍ଟ ପ୍ରକାଶ କରିଛି ସମ୍ବାଦ ଡଟ୍ ଇନ୍। ରିପୋର୍ଟ ଅନୁଯାୟୀ ଚେନ୍ନାଇରେ ରହି କାମ କରୁତିବାଯୁବକ ଜଣଙ୍କ ଶିଙ୍ଗ୍ରା ମୁଣ୍ଡାରୀ ବୋଲି ଜଣାପଡିଛି। ଶିଙ୍ଗ୍ରା ମୁଣ୍ଡାରୀ ବର୍ଷକ ତଳେ ପାଖ ଗାଁର କିଛି ଯୁବକଙ୍କ ସହ ଚେନ୍ନାଇ କାମ କାମ କରିବାକୁ ଯାଇଥିଲେ। କରୋନା ଯୋଗୁଁ ସମଗ୍ର ଭାରତ ଲକଡାଉନ ଘୋଷଣା ହେବା ପୂର୍ବରୁ ସେ ଗତ ୨୦ ତାରିଖରେ ଘରକୁ ଫେରିଥିଲେ। କିନ୍ତୁ ସେ ଘରକୁ ନଯାଇ ନିକଟସ୍ଥ ଲିଣ୍ଡ୍ରା ଗାଁରେ ଥିବା ଜଣେ ସାଙ୍ଗଙ୍କ ଘରେ ୪ ଦିନ ରହିଥିଲେ। ୨୪ ତାରିଖରେ ଲାଙ୍କୋଇସ୍ଥିତ ନିଜ ଘରକୁ ଫେରିଥିଲେ। ତାପରେ ଗାଁ ଲୋକେ ରକ୍ତ ନମୁନା କରିବାକୁ ଶିଙ୍ଗ୍ରାଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଗାଁଲୋକେ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ, ଆଶା ଦିନି ଓ ବିଶ୍ରା ଥାନାକୁ ସଂପୃକ୍ତ ଯୁବକଙ୍କ ସଂପର୍କରେ ସୂଚନା ଦେଇ। ତାପରେ ଯୁବକଙ୍କ ବାପା ମଧ୍ୟ ଶିଙ୍ଗ୍ରାଙ୍କୁ ନମୁନା ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଫଳରେ ବାପ ଓ ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ଯୁବକ ଜଣକ ୨୫ ତାରିଖ ଅପରାହ୍ନରେ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହାତୀବାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଗୁରୁବାର ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

କିନ୍ତୁ ଏଠାରେ ଆମେ କହିବାକୁ ଚାହୁଁଛୁଯେ, କରୋନାକୁ ନଡରି ଏହାର ସାମନା କରନ୍ତୁ। ଏହା ନିଶ୍ଚିତ ଭାବରେ ଆରୋଗ୍ୟ ହେବ। ଏହାକୁ ଡରିବାର ଆବଶ୍ୟକତା ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.