Home ଓଡ଼ିଶା କରୋନା ଲକ୍‌ଡାଉନ୍ ଯୋଗୁଁ ଜୀବିକା ହରାଇଲେ ବାଉଁଶ କାରିଗର

କରୋନା ଲକ୍‌ଡାଉନ୍ ଯୋଗୁଁ ଜୀବିକା ହରାଇଲେ ବାଉଁଶ କାରିଗର

153

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୭/୦୩-ନୟାଗଡ ଜିଲ୍ଲା ରଣପୁର ଅଂଚଳରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହୋଇଥିବା ଲକ୍‌ଡାଉନ୍‌କୁ ସମ୍ମାନ ଦେଇ ନିଜ ଜୀବନ ରକ୍ଷା ପାଇଁ ଜୀବିକା ହରାଇଲେ ରଣପୁର ଅଂଚଳର ଡୋମ ସାହି, ହରିଜନ ସାହି, ଗୋପାଳପୁର, ସାନଗଡ,  ଧଁମଡା, ବାସୁଦିଆ,  ରଣପୁର ନୁଆ ଗାଁ ହରିଜନ ଆଦିବାସୀ ପରିବାର । ଏ ସମ୍ପର୍କେ ସରକାରୀ ସାହାଯ୍ୟ ଆଶାରେ ଗଣ ମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି ନେତାଜୀ ଦଳିତ ହରିଜନ ଆଦିବାସୀ ସେବା ସଙ୍ଘର ସମ୍ପାଦକ ଗଙ୍ଗାଧର ନାୟକ ଓ ସଭାନେତ୍ରୀ ଶ୍ରୀମତୀ ତନୁଲତା ଭୋଇ ।

ଏହି ଅଂଚଳର ହରିଜନମାନେ ପୁର୍ବ ପୁରୁଷ ଅମଳରୁ ଜଙ୍ଗଲରୁ ବାଉଁଶ ସଂଗ୍ରହ କରି ବାଉଁଶ ନିର୍ମିତ ସୁଗୁଡା, ବୋଝ, ତାଟି, ଝୁଡି, କୁଲା, ପାଛିଆ, ଡାଲା, ବାଉଁଶିଆ, ଟୋକେଇ ଓ ଭୋଗେଇ ଆଦି ବିଭିନ୍ନ ସାମଗ୍ରୀ ନିର୍ମାଣ କରିଥାନ୍ତି । ବିଭିନ୍ନ ହାଟ ବଜାର, ଯାନିଯାତ୍ରା, ଗାଁ ଗଣ୍ଡାରେ ବୁଲି ବୁଲି ବିକ୍ରିବଟା କରି ନିଜ ପରିବାର ଗୁଜୁରାଣ ମେଣ୍ଟାଇଥାନ୍ତି । ଗୋଟିଏପଟେ ପ୍ରାୟତଃ ଏମାନେ ଭୁମିହୀନ । କେହି କେହି ଖାଦ୍ୟ ସୁରକ୍ଷା ଆଇନରୁ ବର୍ହିଭୁତ ହୋଇ ରାସନ୍ କାର୍ଡ ପାଇବାରୁ ବଂଚିତ ହୋଇଛନ୍ତି । କରୋନା ସଂକ୍ରମଣକୁ ରୋକିବା ପାଇଁ ଜଙ୍ଗଲକୁ ଯିବା ବନ୍ଦ, ହାଟ ବନ୍ଦ, ବଜାର ବନ୍ଦ । ଜୀବନ ନିର୍ବାହ କରିବା ପାଇଁ ଜୀବିକା ଏକରକମ ଠପ୍ ହୋଇଯାଇଛି । ଜନତା କର୍ଫ୍ୟୁ ପରଠାରୁ କେତେକ ପରିବାରରେ ଚୁଲି ଅଜଳା ରହିବା ଦେଖିବାକୁ ମିଳିଛି । ସରକାରୀ ସହାୟତା ନ ପାଇଲେ ବାଉଁଶ କାରିଗର ପରିବାର ଗୁଡିକ ଛଟପଟ ହୋଇ ମରିଯିବେ ବୋଲି ସମ୍ପାଦକ ଗଙ୍ଗାଧର ନାୟକ କହିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.