Home ଓଡ଼ିଶା ଲକ୍‌ଡାଉନ୍ ଉଲଙ୍ଘନକାରୀଙ୍କ ନାମରେ ୫ମାମଲା, ୬ହଜାର ଜୋରିମାନା

ଲକ୍‌ଡାଉନ୍ ଉଲଙ୍ଘନକାରୀଙ୍କ ନାମରେ ୫ମାମଲା, ୬ହଜାର ଜୋରିମାନା

849

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୭/୦୩-ନୟାଗଡ ଜିଲ୍ଲା ରଣପୁର ଥାନା ଅଂଚଳରେ ଲକ୍‌ଡାଉନ୍ କୁ କଡାକଡି ଭାବରେ ପାଳନ କରାଯାଇଅଛି । ଗତ ୨ଦିନ ମଧ୍ୟରେ ୫ଗୋଟି ମାମଲା ଋଜୁ ହେବା ସହ ୬ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ୨ଟି ମୋଟର ସାଇକେଲ୍ ସହ ୧ଟି ଅଟୋ ରିକ୍ସା ମଧ୍ୟ ଜବତ ହୋଇଛି । ସମୁଦାୟ ୧୨ଜଣ ଲୋକ ଗିରଫ ହୋଇ ଜାମିନ୍ ରେ ଯାଇଥିବା ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶଙ୍କଠାରୁ ସୁଚନା । ରଣପୁର ଥାନା ଅଂଚଳ ସମ୍ପୁର୍ଣ୍ଣ ଲକ୍‌ଡାଉନ୍ ହେବାସହ ଚାନ୍ଦପୁର ଥାନା ଅଂଚଳ ମଧ୍ୟ ଏଥିରୁ ବାଦ୍ ପଡିନି । ଏସ.ଡି.ପି.ଓ ଶରଣକୁଳ ଏସ୍‌.ଟପୋ ରଣପୁରରେ କ୍ୟାମ୍ପ ଅଫିସ୍ କରି ବିଭିନ୍ନ ମୋବାଇଲ୍ ଟିମ୍ ସହ ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ ଓ ଚାନ୍ଦପୁର ଥାନା ଇନିସ୍‌ପେକ୍ଟର ଧନେଶ୍ୱର ନାହାକଙ୍କୁ ନେଇ ଲକ୍‌ଡାଉନ୍ ଜାରି ରଖିବା ପାଇଁ ଉଦ୍ୟମ ଚାଳାଇଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.