Home Coronavirus Outbreak କରୋନା ସଂକ୍ରମଣ ଚିନ୍ତା ବଢାଉଛି ଲୋକାଲ କେଶ

କରୋନା ସଂକ୍ରମଣ ଚିନ୍ତା ବଢାଉଛି ଲୋକାଲ କେଶ

143

ବାହାନଗା, ୨୦ା୭( ଭାରତୀ ଦାସ/ ଓଡ଼ିଆ ପୁଅ) : କରୋନା ସଂକ୍ରମଣ ଧିରେ ଧିରେ ବଢି ଗୋଷ୍ଠୀ ସଂକ୍ରମଣର ରୂପ ନେଉଛି। ଫଳରେ ଅଞ୍ଚଳରେ ସୃଷ୍ଟି କରିଛି କୋକୋଆ ଭୟ। ବାହାନଗା ବ୍ଲକର ଦୁଇଟି ପଞ୍ଚାୟତରେ କରୋନା ଲୋକାଲ କେଶ ବାହାରିବା ପରେ ଦୁଇଟି ପଞ୍ଚାୟତକୁ ସଟ ଡାଉନ ଓ ଲକ ଡାଉନ କରା ଯାଇଛି। ଆଉ ଏକ କେଶ ଆଜି ଖରାସାହାପୁର ଅଞ୍ଚଳରେ କ୍ୱାରେଣ୍ଟାଇନ ସେଣ୍ଟରରୁ ବାହାରି ଥିବାର ଜଣାପଡ଼ିଛି। ଫଳରେ କରୋନା ସଂକ୍ରମଣ ସଂଖ୍ୟା ୬୪ରେ ପହଞ୍ଚି ଥିବାର ଜଣାପଡ଼ିଛି। ଫଳରେ କ୍ରମେ କ୍ରମେ କରୋନା କବଳିତ କରୁଥିବାରୁ ଲୋକଙ୍କ ମଧ୍ୟରେ ଅହେତୁ କର ଭୟ ସୃଷ୍ଟି ହୋଇଛି। ସ୍ଥାନୀୟ ଗୋପାଳପୁର ଠାରେ ଏକ ବ୍ୟାଙ୍କ କର୍ମଚାରୀ ଭାଇ କରୋନା ଚିହ୍ନଟ ପୂର୍ବରୁ ବ୍ୟାଙ୍କ କର୍ମ ଚାରୀଙ୍କୁ ବ୍ୟାଙ୍କକୁ ଦେଖା କରିବାକୁ ଆସିଥିଲେ। ଏବଂ ପରବର୍ତ୍ତୀ ସମୟରେ ସେ ରହୁଥିବା ଭଡ଼ା ଘରକୁ ଯାଇଥିଲେ। ପରେ ସେ ସଂକ୍ରମିତ ବୋଲି ଜଣାପଡ଼ିଥିଲେ। ବ୍ୟାଙ୍କଟିକୁ ସଟ ଡାଉନ କରିବା ପାଇଁ ସାଧାରଣରେ ଦାବି ଉଠିଲେ ମଧ୍ୟ ତାକୁ ସାନିଟାଇଜ କିମ୍ବା ସଟ ଡାଉନ କରାଯାଇ ନଥିବା ଜଣାପଡ଼ିଛି। ସେହି ପରି ତହସିଲ କାର୍ଯ୍ୟାଳୟ ଭିତରେ ଚାଲୁ ଥିଲେ ମଧ୍ୟ ବାହାରୁ ତାଲା ଦିଆ ଯାଇଥିବାର ଜଣାପଡ଼ିଛି। ତହସିଲ ଭିତରେ ଅଛି ପୋଷ୍ଟ ଅଫିସ, ଗୋପାଳପୁର ପଞ୍ଚାୟତ କାର୍ଯ୍ୟାଳୟ, ଆରଆଇ ଅଫିସ ଯାହାକି ଚିନ୍ତାର କାଣରକାରଣ ବୋଲି କାର୍ଯ୍ୟାଳୟ ପକ୍ଷରୁ ଜଣାପଡ଼ିଛି। ଭିତରକୁ ବିନା କାରଣରେ ଲୋକେ ପଶିଯାଉଥିବାକୁ ନଜରରେ ରଖି ଏହା କରାଯାଇଥିବାର ତହସିଲଦାର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.