Home ଓଡ଼ିଶା ପ୍ରବାସୀ ଓଡ଼ିଆଙ୍କ ପାଇଁ ସହାୟତାର ହାତ ବଢ଼ାଇଲେ ଦୁଇ ଯୁବନେତା

ପ୍ରବାସୀ ଓଡ଼ିଆଙ୍କ ପାଇଁ ସହାୟତାର ହାତ ବଢ଼ାଇଲେ ଦୁଇ ଯୁବନେତା

476

ମୟୁରଭଞ୍ଜ/ରାଇରଙ୍ଗପୁର : (ଓଡ଼ିଆ ପୁଅ/ଏସକେ ସାଦ୍ଦାମ) : ମହାରାଷ୍ଟ୍ରର ଘରୋଇ କମ୍ପାନୀରେ କାର୍ଯ୍ୟକରିବାକୁ ଯାଇ କରୋନା ଲକ ଡାଉନରେ ଫସିଥିବା ଅସହାୟ ଓଡ଼ିଆ ପ୍ରବାସୀଙ୍କ ପାଇଁ ଦେବଦୂତ ସାଜିଲେ ମୟୁରଭଂଜର ଦୁଇ ଯୁବନେତା। ଓଡ଼ିଶାର ବିଭିନ୍ନ ଜିଲ୍ଲାର ୨୪ ଜଣ ଅସହାୟ ଓଡ଼ିଆ ପ୍ରବାସୀଙ୍କୁ ଲକଡାଉନରେ କମ୍ପାନୀ ଓ ଘର ମାଲିକ ତଡ଼ି ଦେବାର ଧମକ ଦେବା ପରେ ଅସହାୟ ହୋଇ ପଡ଼ିଥିଲେ ଓଡ଼ିଆ ପ୍ରବାସୀ। ଫୋନ ଯୋଗେ ମୟୁରଭଂଜ ଜିଲ୍ଲାର ଦୁଇ ଯୁବ ନେତା ଦେବାଶିଷ ମାରାଣ୍ଡି ଓ ଏସକେ ସାମିମଙ୍କୁ ଯୋଗାଯୋଗ କରି ସହାୟତା ଲଡିଥିଲେ। ତେବେ ଯୋଗାଯୋଗର କେଇଘଣ୍ଟା ପରେ ମହାରାଷ୍ଟ୍ର ପ୍ରଶାସନ ସେମାନଙ୍କୁ ସହାୟତା ( ୩ ମାସର ଦରମା, ୩ମାସର ଘର ଭଡା ଛାଡ଼) କରିଥିବାରୁ ଭିଡିଓ ବାର୍ତ୍ତାରେ ରାଜ୍ୟ ସରକାର ଓ ଦୁଇ ଯୁବ ନେତା ଦେବାଶିଷ ମାରାଣ୍ଡି ଏବଂ ଏସକେ ସାମିମଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୟୁରଭଂଜ, ସମ୍ବଲପୁର, ଅନୁଗୋଳ, ଦେବଗଡ଼, ଝରସୁଗଡା, ସୁନ୍ଦରଗଡ଼, ଭଦ୍ରକ ଓ ବରଗଡ଼ ଜିଲ୍ଲାରୁ ମୋଟ ୨୪ ଜଣ କୁଶଳୀ ଯୁବକ ମହାରାଷ୍ଟ୍ରର ପୁନେରେ ଥିବା ” ରାଜନ ଜାପେ ଅଟୋକାଷ୍ଟ ପ୍ରା°ଲି° ନାମକ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.