Home ଓଡ଼ିଶା କରୋନା ଯୋଦ୍ଧାଙ୍କ ସହ ୬୬ଜଣ ନୂଆ ପଜିଟିଭ ଚିହ୍ନଟ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୩୭୨, ସୁସ୍ଥ ହେଲେ ୧୮୦ଜଣ

କରୋନା ଯୋଦ୍ଧାଙ୍କ ସହ ୬୬ଜଣ ନୂଆ ପଜିଟିଭ ଚିହ୍ନଟ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୩୭୨, ସୁସ୍ଥ ହେଲେ ୧୮୦ଜଣ

207

ମାଲକାନଗିରି,୨୨ା୭(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ପରିସ୍ଥିତି ଉଦ ବେଗଜନକ ହେଉଛି । ଗତ କାଲି ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ଜିଲ୍ଲାରେ ସର୍ବାଧିକ ୬୬ ଜଣ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୬ ଜଣ କରୋନା ଯୋଦ୍ଧା ଥିବା ବେଳେ ଅନ୍ୟ ୪୦ଜଣ ସ୍ଥାନୀୟ ଜନସାଧରଣ ଅଛନ୍ତି । ଏମାନେ ସବୁ ପୁବ ର୍ ସଂକ୍ରମିତଙ୍କ ସଂସ୍ପର୍ଷରେ ଆସିଥିବାର ଜଣାପଡିଛି । ମାଲକାନଗିରି ପୌରପରିଷଦ କଟେଂନମେଟଂ ଜୋନରୁ ୧୫ଜଣ ସ୍ଥାନୀୟ ବ୍ୟକ୍ତି,ବାଲିମେଳା ଏନଏସି ଅଚଂଳରୁ ୧୩ ଜଣ ଙ୍କ ମଧ୍ୟରୁ ୧୧ଜଣ ପୁର୍ବ ସଂକ୍ରମଣଙ୍କ ସଂସ୍ପର୍ଷରେ ଆସିଥିବା ବ୍ୟକ୍ତି,୨ଜଣ ଲକ୍ଷଣ ଥିବା ବ୍ୟକ୍ତି,ମାଥିଲି ବ୍ଲକରୁ ୨୫ଜଣ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ପ୍ରଶାସନିକ ଅଧିକାରୀ,୨ଜଣ ଗୋଷ୍ଠିସ୍ୱାସ୍ଥ୍ୟ କର୍ମୀ୧୯ଜଣ ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ,୨ଜଣ ସ୍ଥାନୀୟ ଲୋକ ରହିଛନ୍ତି । କାଲିମେଳା ବ୍ଲକରୁ ୭ଜଣ ପଜିଟିଭ ଙ୍କ ମଧ୍ୟରୁ ହଟସ୍ପଟ ଅଚଂଳରୁଆସିଥିବା ଗୋଟିଏ ପରିବାରର ୩ଜଣ, ଟିଏମସିରରେ ଥିବା ତାମିଲିନାଡୁ ପ୍ରବାସୀ ଫେରନ୍ତା ୪ଜଣ ଚିହ୍ନଟ ହୋଇଛନ୍ତି । ଖଇରପୁଟ ବ୍ଲକ ରୁ ୩ଜଣ ଙ୍କ ମଧ୍ୟରୁ ୨ଜଣ ସ୍ଥାନୀୟ ,ଜଣେ କଣ୍ଣ ର୍ାଟକ ପ୍ରବାସୀ ଫେରନ୍ତା ଟିଏମସି ରୁ ଚିହ୍ନଟ ହୋଇଛନ୍ତି । ମାଲକାନଗିରି ବ୍ଲକର ପଦ୍ମଗିରି ଅଚଂଳରୁ ଜଣେ, କୋରକୁଣ୍ଡା ବ୍ଲକରୁ ଜଣେ ସ୍ଥାନୀୟବ୍ୟକ୍ତି,ପଡିଆ ବ୍ଲକରୁ ଜଣେ ସ୍ଥାନୀୟ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ।ମାଲକାନଗିରି ପୌରପରିଷଦର ୧୫ଜଣଙ୍କ ମଧ୍ୟରୁ ୯ଜଣ ପୁର୍ବ ସଂକ୍ରମଣ ଙ୍କ ସଂସ୍ପର୍ଷରେ ଆସିଥିବା ବେଳେ ୬ଜଣ ମାଲକାନଗିରି ପୌରାଚଂଳ କଟେଂନମେଟଂ ଜୋନ ଅଚଂଳର ସେମାନଙ୍କ ଲକ୍ଷଣ ଥିବା ସୁଚନା ମିଳିଛି । ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଂକ୍ରମଣରୁ ସୁରକ୍ଷିତ ରିହାବା ପାଇଁ ମାଲକାନଗିରି ପୌରାଚଂଳ ଓ ବାଲିମେଳା ଏନଏସି ଅଚଂଳକୁ ଜିଲ୍ଲାପ୍ରଶାସନ ପକ୍ଷରୁ କଟେଂନମେଟଂ ଜୋନ ଘୋଷଣା କରାଯାଇଛି । କରୋନା ଚିହ୍ନଟ ହୋଇଥିବା ମାଲକାନଗିରି ପୌରାଚଂଳ,ବାଲିମେଳା ସହରର ସାଇବାବା ଲାଇନ,ଅରବିନ୍ଦ ଲାଇନ,ମେନରୋଡ ଲାଇନ,ଅଫିସରର୍ସ କଲୋନି,ମାଲକାନଗିରି ବ୍ଲକ ପଦ୍ମଗିରି ,କାଲିମେଳା ବ୍ଲକର ଏମଭି ୭୯ ଇରିଗେସନ କଲୋନି, ଖଇରପୁଟ ବ୍ଲକର ଗୋବିନ୍ଦପାଲି,ମାଥିଲି ବ୍ଲକର ମେଡିକାଲ ଲାଇନ ଅଚଂଳ କୁ କଟେଂନମେଟଂ ଜୋନ ଘୋଷଣା କରାଯାଇ ସହରର ବିଭିନ୍ନ ଛକ ସ୍ଥାନରେ ପୁଲିସ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା କରାଯାଇ ସାହିବସ୍ତିକୁ ନାକା ବନ୍ଦିକରିଦିଆ ଯାଇଛି । ଆଜିର ସଂକ୍ରମିତ ଙ୍କୁ ମିଶାଇ ମାଲକାନଗିରି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୨ ହୋଇଥିବା ବେଳେ ସଥିମଧ୍ୟରୁ ୧୮୦ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ଓ ୧୯୨ ଜଣ କରୋନା ଆକ୍ରାନ୍ତ ଙ୍କୁ କୋଭିଡ ହସପିଟାଲରେ ଚିକିତ୍ସା କରାଯାଉ ଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ମାଲକାନଗିରି ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ୬୬ ଜଣ ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଜୋରଦାର ଚାଲିଛି । ମାଲକାନଗିରି ପୌରପରିଷଦ,ବାଲିମେଳା ଏନଏସି,ମାଥିଲି ବ୍ଲକ ଅଚଂଳ,କାଲିମେଲା ବ୍ଲକ ଏମଭି୭୯ ଅଚଂଳରେ ଦିନକୁ ଦିନ ଅଧିକ ମାତ୍ରାରେ କରୋନା ପଜିଟିଭ ଚିହ୍ନଟ ହେଉଥିବାରୁ ଅଗ୍ନିଶମ ବିଭାଗ ପକ୍ଷରୁ ସହରର ସାହିବସ୍ତି ଗୁଡିକରେ ବିଶୋଧନ କାର୍ଯ୍ୟଚଳାଇଛନ୍ତି । ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନଓ୍ୟାର୍ଡି କର୍ମୀ, ଶିକ୍ଷକ ,ଶିକ୍ଷୟତ୍ରୀ ମାନେ ଘରଘର ବୁଲି କୋଭିଡ ଲକ୍ଷଣ ଓ ପରିବାରର ସ୍ୱାସ୍ଥ୍ୟ ବିବରଣୀ ସଂଗ୍ରହ କରୁଛନ୍ତି । କରୋନା ସଂକ୍ରମଣ ଠାରୁ ସତର୍କ ରହିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ,କରୋନା ମହାମାରି ପାଇଁ କେହି ଛାନିଆ କିମ୍ବା ଭୟଭିତ ହୁଅନ୍ତୁନାହିଁ,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ,ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ, ଲକଡାଉନ ନିୟମକୁ ମାନି ସହରବାସୀ ଜିଲ୍ଲାପ୍ରଶାସନକୁ ସହଯୋଗ କରି କରୋନା ସଂକ୍ରମଣ ଠାରୁ ଦୁରେଇ ରୁହନ୍ତୁ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.