Home Coronavirus Outbreak କରୋନା: ମେଡ୍ ଇନ୍ ଚାଇନା; ଜଣଙ୍କ ଭୁଲ୍ ଭୋଗୁଛି ସାରା ଦୁନିଆଁ ..

କରୋନା: ମେଡ୍ ଇନ୍ ଚାଇନା; ଜଣଙ୍କ ଭୁଲ୍ ଭୋଗୁଛି ସାରା ଦୁନିଆଁ ..

800

ଭୁବନେଶ୍ୱର: କରୋନା ଭାଇରସ୍ ଆତଙ୍କରେ ଆଜି ସାରା ବିଶ୍ଵ ଆତଙ୍କିତ। ଚୀନର ଉହାନ୍ ସହରରୁ ଆରମ୍ଭ ଏହି ମହାମାରୀ ଭାଇରସ୍ ଆଜି ସାରା ଦୁନିଆଁକୁ ମାଡ଼ିଯାଇଛି। ପୋକ ମାଛି ପରି ଲୋକ ମରି ଚାଲିଛନ୍ତି। ଇଟାଲି, ଆମେରିକା, ଫ୍ରାନ୍ସ ଆଦି ଅନେକ ଦେଶରେ ପରିସ୍ଥିତି ଅଣାୟତ। କିନ୍ତୁ, ଚୀନ କହୁଛି ତାଙ୍କ ଦେଶରେ ଏବେ ଆୟତ। ଏହା କିପରି ସମ୍ଭବ? ଏବଂ ଏସବୁ ପାଇଁ ଦାୟୀ କିଏ? ବାସ୍ତବରେ ୨୦୧୯ ମସିହା ନଭେମ୍ବର ମାସରେ ଚୀନର ଉହାନ୍ ସହରରେ ପ୍ରଥମ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିଲା। ଏହାପରେ ଏହି ସଂଖ୍ୟା ବଢ଼ିଚାଲିଲା। ଚୀନ ପ୍ରଥମେ ଏହାକୁ ଏକ ପ୍ରକାର ସଂକ୍ରମିତ ନିମୋନିଆ ବୋଲି ଭାବୁଥିଲା ଏବଂ କରୋନା ବାବଦରେ ଜାଣିଲା ବେଳକୁ ଏହା ଅନେକ ଲୋକଙ୍କୁ ବ୍ୟାପି ଯାଇଥିଲା। ଜାନୁୟାରୀ ୩୦ ପର୍ଯ୍ୟନ୍ତ ଚୀନ ଦୁନିଆକୁ ଏ’ ବାବଦରେ ଲୁଚାଇ ରଖିଲା। ଜାନୁୟାରୀ ୩୧ ତାରିଖରେ ଚୀନ ଏ’ ବାବଦରେ ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ (WHO)କୁ ଜଣାଇଲା। କିନ୍ତୁ, ଏହା ଉପରେ ସେମାନେ ନିୟନ୍ତ୍ରଣ କରି ସାରିଲେଣି ବୋଲି ଚୀନ କହିଲା। ଜାନୁୟାରୀ ୧ ତାରିଖରେ ନୂଆ ବର୍ଷ ପାଳନ ପାଇଁ ଲକ୍ଷାଧିକ ଲୋକ ବୁହାନ୍ ସହରରୁ ନିଜ ଗାଁକୁ ଚୀନର ବିଭିନ୍ନ ସ୍ଥାନକୁ ଯାଇଥିଲେ। ଏହା ସହ ବୁହାନ ସହରରୁ ଲୋକେ ବିଶ୍ୱର ବିଭିନ୍ନ ଦେଶକୁ ଗସ୍ତ କଲେ। ୩୧ ଜାନୁୟାରୀ ବେଳକୁ ଚୀନ ମାନିଲା ଏହି ଭାଇରସ୍ ଲୋକଙ୍କଠାରୁ ଲୋକଙ୍କୁ ବ୍ୟାପୁଛି। ଏବଂ ଏହାପରେ ଉହାନ୍ ସହରକୁ ଲକ୍ ଡାଉନ୍ ଘୋଷଣା କଲା। ସେ ପର୍ଯ୍ୟନ୍ତ ଚୀନରେ ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧ ଲଗାଯାଇ ନଥିଲା। ଚୀନର ସଂକ୍ରମିତ ଲୋକ ଦୁନିଆର ବିଭିନ୍ନ ଦେଶକୁ ବୁଲି ବୁଲି ଅନ୍ୟକୁ ସଂକ୍ରମଣ କରାଇ ଚାଲିଲେ। ନେଡ଼ି ଗୁଡ଼ କହୁଣୀକୁ ବୋହି ସାରିଥିଲା।

ମାର୍ଚ୍ଚ ୧୨ ତାରିଖରେ ଚୀନ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା କହିଲେ ଏହି ଭାଇରସ୍ ଆମେରିକାରୁ ଆସିଛି। ୨୦୧୯, ଅକ୍ଟୋବର ମାସରେ ଚୀନର ଉହାନ ସହରରେ ଆୟୋଜିତ ୱାର୍ଲଡ ମିଲିଟାରୀ ଗେମରେ ଆମେରିକା ସୈନିକଙ୍କ ଠାରୁ ଭାଇରସଟି ବ୍ୟାପିଥିଲା ବୋଲି ଚୀନ କହିଲା। ଏପରିକି ଚୀନ ପୂର୍ବରୁ ଇଟାଲିରେ କରୋନା ସଂକ୍ରମଣ ବ୍ୟାପୀ ସାରିଥିଲା ବୋଲି ଚୀନ କହିଲା। କରୋନା ଭାଇରସ୍ ସଂପର୍କରେ ପ୍ରଥମ ସୂଚନା ଦେଇଥିବା ଡାକ୍ତରଙ୍କୁ ଚୀନ ସରକାର ଗିରଫ କଲେ। ପରେ ସଂପୃକ୍ତ ଡାକ୍ତରଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଲା। ଏହା ସହ କରୋନା ଭାଇରସ୍ ବାବଦରେ ପ୍ରକାଶ କରିଥିବା ୫ ଜଣ ଲୋକଙ୍କୁ ଚୀନ ସରକାର ଗିରଫ କଲା ଅଥବା କୁଆଡ଼େ ଗାଏବ କରିଦେଲା। କରୋନା ଭାଇରସ୍ ଟେଷ୍ଟ ନମୂନାକୁ ଚୀନ ନଷ୍ଟ କରିଦେଲା। ଏଠାରେ ଆଉ ଏକ କଥା ପରିଲିକ୍ଷିତ ହେଉଛି, ଚୀନରେ ଏ’ ପର୍ଯ୍ୟନ୍ତ କୌଣସି ବଡ଼ ଲୋକ (ରାଜନେତା, ଶିଳ୍ପପତି, କ୍ରୀଡ଼ାବିତ କିମ୍ବା ଫିଲ୍ମ ଷ୍ଟାର୍) କରୋନା ସଂକ୍ରମିତ ହୋଇ ନାହାଁନ୍ତି। ଯେତେବେଳେ କି ବିଶ୍ୱର ଅନେକ ବଡ଼ବଡ଼ ରାଷ୍ଟ୍ରରେ ରାଜନେତା, ଶିଳ୍ପପତି, କ୍ରୀଡ଼ାବିତ କିମ୍ବା ଫିଲ୍ମଷ୍ଟାର ଏପରିକି ପ୍ରଧାନମନ୍ତ୍ରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଏସବୁ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ କରୋନା ଭାଇରସକୁ ‘ଚାଇନିଜ୍ ଭାଇରସ୍’ ବୋଲି କହୁଛନ୍ତି। ଚୀନ ଏଥିରେ ଆପତ୍ତି ଉଠାଉଛି। ଏହାକୁ ଚାଇନା ଭାଇରସ୍ ନକହିବାକୁ ଭାରତକୁ ମଧ୍ୟ ଚୀନ ନିବେଦନ କରିଛି। ଆମ ଦେଶରେ କିଛି ତଥାକଥିତ ବୁଦ୍ଧିଜୀବୀ (ବାମପନ୍ଥୀ) ଆମ ଦେଶର ପ୍ରଧାନମନ୍ତ୍ରୀଙ୍କୁ ସିନା ସମାଲୋଚନା କରୁଛନ୍ତି, କିନ୍ତୁ ଚାଇନା ଭାଇରସ୍ କହିବାକୁ ବିରୋଧ କରି ଏହା ଏକ ଜାତିଭିତ୍ତିକ ଶବ୍ଦ ବୋଲି କହୁଛନ୍ତି। ମସୁଦ ଆଜାହରକୁ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ଘୋଷଣା କରିବାରେ ଚୀନ ପ୍ରତିବନ୍ଧକ ସାଜିଥିଲା। ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ ମିଳିତ ଜାତିସଂଘରେ ଏଇ ଚାଇନା ହିଁ ଉଠାଇଥିଲା। ଆଜି ସେ କରୋନାକୁ ଚାଇନା ଭାଇରସ୍ ନକହିବାକୁ ଭାରତକୁ ଅନୁରୋଧ କରୁଛି। ଯେତେବେଳେ କି କରୋନା ଭାଇରସ୍ ଚାଇନାରୁ ହିଁ ଜନ୍ମ ନେଇଛି। ତେଣୁ ଏହି ମେଡ୍ ଇନ୍ ଚାଇନା ଭାଇରସକୁ ଆମେ ଭାରତୀୟ କରୋନା ଭାଇରସ୍ ନୁହେଁ, ‘ଚାଇନା ଭାଇରସ୍’ କାହିଁକି ନକହିବା? /-ଦେବଦତ୍ତ ରଥ

କରୋନା ଆଟାକ୍: ଚାଇନାରେ ବାସ୍ତବିକ ମୃତ୍ୟୁ ସଂଖ୍ୟା କେତେ? ସତ ହୋଇଥିଲେ ସାଙ୍ଘାତିକ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.