Home ଜିଲ୍ଲା ପରିକ୍ରମା କରୋନା ମେଡିସିନ୍ ଫେଭିପିରାଭିର କାହା ପାଇଁ! : ସନ୍ଦେହ ଘେରରେ ୩ଟି ଦୋକାନକୁ ବିକ୍ରି ପାଇଁ...

କରୋନା ମେଡିସିନ୍ ଫେଭିପିରାଭିର କାହା ପାଇଁ! : ସନ୍ଦେହ ଘେରରେ ୩ଟି ଦୋକାନକୁ ବିକ୍ରି ପାଇଁ ଅନୁମତି

125

ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନାକୁ ନେଇ ସବୁଠି ଆତଙ୍କ । କେବେ ବାହାରିବ ଭେକସିନ୍ ତାହାକୁ ନେଇ ଲୋକଙ୍କ ମଧ୍ୟରେ ରହିଛି ଉତ୍କଣ୍ଠା । ଋଷରୁ ଆସିବ ନା ଆମ ଦେଶର ଭେକସିନ୍ ପ୍ରଥମ ଆସିବ ଏହିପରି ବିଭିନ୍ନ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି ସମସ୍ତେ । କରୋନା ଆତଙ୍କିତ ବ୍ୟକ୍ତିବିଶେଷ ଏହି ଟୀକା ବା ଭେକସିନ୍‌କୁ ଚାତକ ପରି ଚାହିଁ ବସିଛନ୍ତି । କାରଣ ଏହି ଭେକସିନ୍ ରୋଗ ପ୍ରତିରୋଧକ ଶକ୍ତି ବା ଆଣ୍ଟିବଡି ସୃଷ୍ଟି କରିବ । କିନ୍ତୁ ଇତିମଧ୍ୟରେ କେତେକ ଭାରତୀୟ କଂପାନୀ ଉଚ୍ଚମାନର କରୋନା ଔଷଧ ପ୍ରସ୍ତୁତ କରିଛନ୍ତି । ଏହାର କମ୍ପୋଜିସନ ନାମ ହେଉଛି ଫେଭିପିରାଭିର । ଯାହାକି ୨୦୦ ଏମ୍‌ଜି ଓ ବଟିକା ଆକାରରେ ଉପଲବ୍ଧ । ଆଇସିଏମ୍‌ଆରର ଅନୁମତି ପରେ ଦେଶର ୪ଟି କଂପାନୀ ସେମାନଙ୍କ ଏହି ଉତ୍ପାଦର ବଜାର ପ୍ରବେଶ କରାଇ ସାରିଛନ୍ତି । ଭାସିଯାଉଥିବା ବେଳେ କୁଟାଖିଅ ଭରସା ପରି ଏହି ମେଡିସିନ୍‌କୁ ମଧ୍ୟ ଚାତକ ପରି ଚାହିଁ ବସିଛନ୍ତି ଲୋକେ । କିନ୍ତୁ ଏହାର ବିତରଣ ଦିଗରେ ପ୍ରଶାସନ ଲଗାଇଥିବା କଟକଣା ସହରବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଅବଶ୍ୟ ଏହି ଔଷଧର ବିକ୍ରୀ ପାଇଁ ପଠୋର ନିୟମ ରହିଛି । ସୂଚନା ଅନୁଯାୟୀ ଭଦ୍ରକ ଜିଲାରେ ୧ ହଜାରରୁ ଅଧିକ ଛୋଟବଡ ଔଷଧ ଦୋକାନ ଥିବା ବେଳେ ଡ୍ରଗସ୍ ଇନ୍ସିପେକ୍ଟରଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରତ୍ୟେକ ବ୍ଲକ୍‌ରେ କେବଳ ଗୋଟିଏ ଓ ଭଦ୍ରକ ପୌରାଞ୍ଚଳରେ ୩ଟି ଦୋକାନକୁ ଏହି ଔଷଧ ବିକ୍ରି ପାଇଁ ଅନୁମତି ମିଳିଛି । ସହରାଞ୍ଚଳ ମଧ୍ୟରେ କେବଳ ନୂଆବଜାର ଗାନ୍ଧି ପଡିଆ ନିକଟସ୍ଥ ପାଢୀ ନର୍ସିଂହୋମ୍‌, ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଲାଇଫ୍ ଲାଇନ୍ ମେଡିସିନ୍ ଷ୍ଟୋର, ବନ୍ତଛକରେ ଥିବା ତୁଳସୀ ମେଡିସିନ୍ ଷ୍ଟୋର । ସହର ମଧ୍ୟରେ ପ୍ରାୟ ୨ ଶହରୁ ଅଧିକ ଦୋକାନ ଥିଲେ ମଧ୍ୟ କେବଳ ଏହି ୩ଟି ଦୋକାନକୁ କେଉଁ ଆଧାରରେ ଉକ୍ତ ଔଷଧର ବିକ୍ରି ପାଇଁ ଭେଷଜ ନିରୀକ୍ଷକ ମନୋତୀ କଲେ ତାହା ପୌରବାସୀଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିବା ସହ ନିରାଶ କରିଛି । ଯାହାକି ଡ୍ରଗସ୍ ଇନ୍ସିପେକ୍ଟର କାର୍ଯ୍ୟାଳୟ କାର୍ଯ୍ୟଶୈଳୀକୁ ସନ୍ଦେହ ଘେରକୁ ଆଣିଛି । କାରଣ ସହର ମଧ୍ୟରେ ବିଳାସିନୀ ଏଣ୍ଡ ସନ୍‌ସ୍ ହେଉଛି ଶତାଧିକ ବର୍ଷର ପୁରୁଣା ଓ ସର୍ବପୁରାତନ ଔଷଧ ଦୋକାନ ।

ସେହିପରି ମେଡିକାଲ ଛକରେ ଥିବା ଦୀନଦୟାଲ ମେଡିସିନ୍ ଷ୍ଟୋର, ପ୍ରଶାନ୍ତି, କୋର୍ଟ ଗଳିରେ ମମତା, ଟାଉନ୍‌ହଲ ଛକରେ ମାମା, ଅପତ୍ତିର୍ବିନ୍ଧା ଛକରେ ଚକାଡୋଳା ମେଡିସିନ୍ େ୍େ‌ଟାର ପରି ବହୁ ପୁରୁଣା ନିର୍ଭରଯୋଗ୍ୟ ଔଷଧ ଦୋକାନ ରହିଛି । ଲକଡାଉନ୍ ଓ ସଟଡାଉନ୍ ସମୟରେ ଜିଲା ପ୍ରଶାସନ ସାଧାରଣ ଲୋକଙ୍କ ଜରୁରୀ ଆବଶ୍ୟକତା ଯେଉଁ କେତେକ ହାତଗଣତି ଔଷଧ ଦୋକାନକୁ ଖୋଲିବାକୁ ଅନୁମତି ଦେଇଥିଲେ । ଉପରୋକ୍ତ ଦୋକାନ ସେଥିରେ ଅନ୍ତର୍ଭୁକ୍ତ । ଏ ସମସ୍ତ ମେଡିସିନ୍ ଦୋକାନ ନିର୍ଭରଯୋଗ୍ୟ ହୋଇଥିବା ବେଳେ ପ୍ରଶାସନ ଏ ସମସ୍ତ ଦୋକାନକୁ ଅଣଦେଖା କରିଛି । ଯାହାକି ପୌରବାସୀଙ୍କୁ କ୍ଷୁବ୍ଧ କରିଛି । ଏହାବ୍ୟତୀତ ସହର ମଧ୍ୟରେ ଯେଉଁ ପ୍ରତିଷ୍ଠିତ ମେଡିସିନ୍ ବିଶେଷଜ୍ଞ ଡାକ୍ତରଙ୍କ କ୍ୱିନିକ୍ ନିକଟରେ ଔଷଧ ଦୋକାନ ରହିଛି, ସେଗୁଡିକୁ ମଧ୍ୟ ଉକ୍ତ କରୋନା ଔଷଧ ବିକ୍ରିର ସୁଯୋଗ ମିଳିନାହିଁ । ସରକାରଙ୍କ ନିର୍ଦ୍ଦେଶରେ ଅଳ୍ପ କେତେକ ଦୋକାନକୁ ଉକ୍ତ ଔଷଧ ବିକ୍ରି ପାଇଁ ଅନୁମତି ଦିଆଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ଅନୁସାରେ ଅଧିକ ଦୋକାନକୁ ଅନୁମତି ଦିଆଯିବ ବୋଲି ଡ୍ରଗସ୍ ଇନ୍ସିପେକ୍ଟରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ସରକାରୀ ନିର୍ଦ୍ଦେଶନାମାରେ କେଉଁ ଦୋକାନରେ ଉକ୍ତ ଔଷଧ ବିକ୍ରି ହେବ, ସେଥିନେଇ କୌଣସି ମାପଦଣ୍ଡ ନାହିଁ । ତେଣୁ ଏହି ଔଷଧକୁ ସବୁଠି ବିକ୍ରିର ସୁଯୋଗ ଦେବାକୁ ଦାବି ହୋଇଛି । ଯାହାକି କରୋନା ଆତଙ୍କରେ ଆତଙ୍କିତ ସହରବାସୀଙ୍କୁ ଆଶ୍ୱସ୍ତ କରିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.