Home ଓଡ଼ିଶା କରୋନା ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ପଦକ୍ଷେପ

କରୋନା ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ପଦକ୍ଷେପ

129

ଜଗତସିଂହପୁର ୧୫-୭ (ଓଡ଼ିଆ ପୁଅ/ନୃସିଂହ ବାରିକ୍) ଜଗତସିଂହପୁର ଜିଲ୍ଲାକୁ ଗତକାଲି ସୁଦ୍ଧା ୧୭୯୧୪ ଜଣ ପ୍ରବାସୀ ବିଭିନ୍ନ ରାଜ୍ୟ ଓ ଜିଲ୍ଲାରୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ବିଭିନ୍ନ ବ୍ଲକରେ ୧୬, ୪୫୨ ଜଣ ଆସିଥିବା ବେଳେ ପାରାଦ୍ୱୀପ ଓ ଜଗତସିଂହପୁର ପୈାରାଚଂଳକୁ ୧୪୬୨ ଜଣ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ୧୭୧୧୧ ଜଣଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଛାଡିଦିଆଯାଇଥିବା ବେଳେ ୮୦୩ ଜଣ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବସ୍ଥାନ କରୁଛନ୍ତି। ଜିଲ୍ଲାରେ ଗତକାଲି ସୁଦ୍ଧା ୧୧, ୬୩୩ ଟି ସ୍ୱାବ ସଂଗ୍ରହ ହୋଇଥିବା ବେଳେ ସେଥି ମଧ୍ୟରୁ ୧୦୬୩୩ ଟି ସ୍ୱାବ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ୪୧୧ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୧୦୪ ଜଣ ଆକ୍ରାନ୍ତ କିମ୍ସ ଓ କୋଭିଡ୍ ହସ୍ପିଟାଲ, ପାରାଦ୍ୱୀପରେ ଚିକିତ୍ସିତ ହୋଉଥିବା ବେଳେ ୩୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଗତକାଲି କୁଜଙ୍ଗ ବ୍ଲକ ଓ ପାରାଦ୍ୱୀପ କୋଭିଡ୍ ହସ୍ପିଟାଲ ଗସ୍ତ କରିଛନ୍ତି। କୁଜଙ୍ଗ ବ୍ଲକରେ ଜିଲ୍ଲାପାଳ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିଥିଲେ। ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମରାମତି ଖର୍ଚ୍ଚ ତୁରନ୍ତ ପ୍ରଦାନ କରିବାକୁ ସମସ୍ତ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ଜିଲ୍ଲାପାଳ ମଙ୍ଗରାଜପୁର ଠାରେ ପୋଲିସ ବାରାକ୍ ପରିଦର୍ଶନ କରି ଏହାର ମରାମତି ତୁରନ୍ତ ସାରିବାକୁ ପରାମର୍ଶ ଦେଇଥିଲେ। ପରେ ପରେ ଜିଲ୍ଲାପାଳ ପାରାଦ୍ୱୀପ କୋଭିଡ୍ ହସ୍ପିଟାଲ ପରିଦର୍ଶନ କରି ଏହାର କାର୍ଯ୍ୟ ସମୀକ୍ଷା କରିଥିଲେ। ଜିଲ୍ଲାପାଳ ପାରାଦ୍ୱୀପରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବୁଲି ଦେଖିଥିଲେ। ପାରାଦ୍ୱୀପ ଟ୍ରେଡ୍ ସେଣରରେ ହୋଇଥିବା କୋଭିଡ୍ କେୟାର ସେଣର ବୁଲି ଦେଖିଥିଲେ। ପାରାଦ୍ୱୀପ କୋଭିଡ୍ କେୟାର କେନ୍ଦ୍ରରେ ପ୍ରାଥମିକ ଭାବେ ୧୦୦ ଶଯ୍ୟା ପ୍ରସ୍ତୁତ କରାଯିବ ଓ ପରେ ଆହୁରି ବୃଦ୍ଧି କରାଯାଇ ୨୦୦ ଶଯ୍ୟା ବିଶିଷ୍ଟ କରାଯିବ। ପାରାଦ୍ୱୀପରେ ଥିବା ବିଭିନ୍ନ ଶିଳ୍ପସଂସ୍ଥା ଓ ଘରୋଇ ସଂସ୍ଥା ଗୁଡିକ ନିଜ କର୍ମଚାରୀଙ୍କ ପାଇଁ କୋଭିଡ୍ କେୟାର ହୋମ୍ ଓ କୋଭିଡ୍ କେୟାର ସେଣର ପ୍ରସ୍ତୁତ କରିବା ପାଇଁ ସମସ୍ତ ଶିଳ୍ପ ସଂସ୍ଥା ଓ କଂପାନୀ ମାନଙ୍କ ସହିତ ଆଲୋଚନା କରିବାକୁ ଅତିରିକ୍ତ ଜିଲ୍ଲାପାଳ ଡଃ କାହ୍ନୁ ଚରଣ ଧୀରଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ଡଃ କାହ୍ନୁ ଚରଣ ଧୀର କୋଭିଡ୍ ହସ୍ପିଟାଲର ଚିକିତ୍ସକ ଡା-ବି-କେ-ରାଉତ, କୁଜଙ୍ଗ ବି-ଡି-ଓ, ନିର୍ବାହୀ ଅଧିକାରୀ ପୈାର ପରିଷଦ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.