Home କେନ୍ଦୁଝର ସଂଗରୋଧ କେନ୍ଦ୍ର କର୍ମଚାରୀଙ୍କୁ ପାଉଣା ନମିଳିବାକୁ ନେଇ ମରୈଗାଁ ପିଇଓଙ୍କୁ ତାଲା

ସଂଗରୋଧ କେନ୍ଦ୍ର କର୍ମଚାରୀଙ୍କୁ ପାଉଣା ନମିଳିବାକୁ ନେଇ ମରୈଗାଁ ପିଇଓଙ୍କୁ ତାଲା

177

ହାଟଡିହି ୧୫ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) ସଙ୍ଗରୋଧ କେନ୍ଦ୍ରର କର୍ମଚାରୀ ମାନଙ୍କୁ ପାଉଣା ନମିଳିବାକୁ ନେଇ ମରୈଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପିଇଓଙ୍କୁ ତାଲା ପକାଇବା ଘଟଣା ଆଜି ଚର୍ଚ୍ଚାର ବିଷୟ ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ମରୈଗାଁ ପଞ୍ଚାୟତରେ କୋଭିଡ-୨୯ ପାଇଁ ପ୍ରସ୍ତୁତ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ଚୈତନ ଜେନା, ନିଧିରାମ ଚିନରା ନାମକ ଦୁଇଜଣ କର୍ମଚାରୀ ଜଗୁଆଳି ଭାବେ କାର୍ଯ୍ୟ କରୁଥିବାବେଳେ ସେମାନଙ୍କୁ ସେମାନଙ୍କ ପାଉଣା ଦିଆଯାଇ ନାହିଁଁ । ଦୁଇମାସ ଧରି କାମ କରୁଥିବାବେଳେ ସେମାନଙ୍କୁ ମାସିକ ୯ହଜାର କରି ଦେବାପାଇଁ କୁହାଯାଇଥିବାବେଳେ ମାତ୍ର ୬ହଜାର ଟଙ୍କା ଲେଖାଏଁ ଦିଆଯାଇଥିଲା । ବାରମ୍ବାର ପାଉଣା ମାଗିଚାଲୁଥିଲେ ସୁଧା ପିଇଓ ହଁ ଦିଆଯିବ ହଁ ଦିଆଯିବ ବୋଲି କହି ସମୟ ଗଡାଇ ଚାଲିଥିଲେ । ଫଳରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଆଜି ପିଇଓ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବାପରେ ତାଙ୍କୁ ପଇସା ମାଗିବାରୁ ସେ ପଇସା ଆସିନି ଆସିଲେ ଦିଆଯିବ ବୋଲି କହିବାରୁ କର୍ମଚାରୀ ଦୁଇଜଣ ପିଇଓଙ୍କ ଅଫିସରେ ତାଲା ପକାଇ ଦେଇଥିଲେ । ଏପରିକି ସରପଞ୍ଚ ନକୁଳ ଦାସ ପଞ୍ଚାୟତକୁ ଆସି ଯେତେ ବୁଝାଇଲେ ମଧ୍ୟ କର୍ମଚାରୀ ଦୁଇଜଣ ବୁଝି ନଥିଲେ । ପରେ ଅପରାହ୍ନରେ ତାଲା ଖୋଲିଥିବା ଜଣାଯାଇଛି । ଏହି ପଞ୍ଚାୟତରେ ୨୩୦ଜଣ ପ୍ରବାସୀ ପଞ୍ଚାୟତକୁ ଆସି ଘରକୁ ଫେରିଥିବାବେଳେ ଏବେବି ୧୨ଜଣ ସଙ୍ଗରୋଧରେ ଅଛନ୍ତି । ଏଥିପ୍ରତି ୨୦ଲକ୍ଷରୁ ଉର୍ଦ୍ଧ ଖର୍ଚ୍ଚ ହୋଇଥିବାବେଳେ ମାତ୍ର ୮ଲକ୍ଷ ଟଙ୍କା ମିଳିଛି । ଆହୁରି ୧୨ଳକ୍ଷରୁ ଉର୍ଦ୍ଧ ଯଙ୍କା ପଞ୍ଚାୟତର ପାଇବାର ଅଛି । ତେଣୁ ଏ ପ୍ରକାର ଅସୁବିଧା ଉପୁଜୁଛି ବୋଲି ପିଇଓ କହିଛନ୍ତି । ଖାଲି ଏହି ପଞ୍ଚାୟତ ନୁହଁ ପ୍ରତି ପଞ୍ଚାୟତକୁ ସେମାନେ ଖର୍ଚ୍ଚ କରିଥିବା ପୁର୍ଣ୍ଣ ଅନୁଦାନ ମିଳୁ ନଥିବାରୁ ସବୁ ପଞ୍ଚାୟତରେ ଏହିପରି ଅବସ୍ଥା ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.