Home ଓଡ଼ିଶା ଟ୍ରେନ୍ ଆଗକୁ ଡେଇଁ ଶ୍ରମିକଙ୍କ ଆତ୍ମହତ୍ୟା

ଟ୍ରେନ୍ ଆଗକୁ ଡେଇଁ ଶ୍ରମିକଙ୍କ ଆତ୍ମହତ୍ୟା

146

ବାଲେଶ୍ୱର, ୧୫ା୭(ଓଡ଼ିଆ ପୁଅ/ଅଭୟ ଦାସ): ଦୀର୍ଘଦିନ ଧରି ଦୟନୀୟ ଅବସ୍ଥାରେ ରହୁଥିବା ବିରଳା ଟାୟାର୍ସର ଜନୈକ ଶ୍ରମିକ ଆଜି ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ମୃତ ଶ୍ରମିକ ଜଣକ ହେଲେ ବସ୍ତାବ୍ଲକ ଅନ୍ତର୍ଗତ ରାଉତପଡ଼ା ପଞ୍ଚାୟତ ଅନ୍ତର୍ଗତ ଧନୁଖୋଜା ଗ୍ରାମର ଜଳଧର ପାଳଙ୍କ ପୁତ୍ର ଅକ୍ଷୟ ପାଳ(୪୫)। ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନଥିଲେ ବି ଅର୍ଥଅଭାବ ଯୋଗୁଁ ସେ ଜୀବନ ହାରିଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ୯ ମାସଧରି ବିରଳା ଟାୟାର୍ସରୁ ଦରମା ପାଇ ନଥିବା ବେଳେ ଅକ୍ଷୟ ନିଜେ ମଧ୍ୟ ରୋଗରେ ପୀଡ଼ିତ ଥିଲେ। ପରିବାର ପ୍ରତିପୋଷଣ ଚିନ୍ତା ସାଙ୍ଗକୁ ନିଜର ଔଷଧ ଖର୍ଚ୍ଚ ତୁଲାଇବାରେ ଅସମର୍ଥ ହୋଇ ସେ ଆତ୍ମହତ୍ୟା କରିଥିବା ପରିବାର ସମେତ ପଡ଼ୋଶୀମାନେ କହୁଛନ୍ତି। ତେବେ ଜିଆରପି ପକ୍ଷରୁ ଏକ ମାମଲା ରୁଜୁ ସହ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଡାକ୍ତରଖାନା ପଠାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.