Home ଓଡ଼ିଶା କରୋନା ମହାମାରୀ ସଂକ୍ରମଣ ଯୋଗୁଁ ପ୍ରଥମ ୨ଦିନିଆ ସଟଡାଉନ : ସହରବଜାର ଶୁନସାନ

କରୋନା ମହାମାରୀ ସଂକ୍ରମଣ ଯୋଗୁଁ ପ୍ରଥମ ୨ଦିନିଆ ସଟଡାଉନ : ସହରବଜାର ଶୁନସାନ

171

କେନ୍ଦ୍ରାପଡା ୬/୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଜୁନମାସ ପ୍ରଥମ ସପ୍ତାହରୁ ପ୍ରତ୍ୟେକ ଶନିବାର ଓ ରବିବାର ୨ଦିନ ସଟଡାଉନ ଘୋଷଣା କରାଯାଇଛି। ସେହି ଅନୁଯାଇ ଆଜି ଜୁନମାସ ପ୍ରଥମ ସପ୍ତାହର ଶନିବାର ସଟଡାଉନ ଯୋଗୁଁ ସହରର ଦୋକାନବଜାର ସବୁ ବନ୍ଦ ରହିଥିବା ବେଳେ କଟକ-ଚାନ୍ଦବାଲି ରାସ୍ତା ମଧ୍ୟ ଶୁନସାନ ଥିବାର ଦେଖିବାକୁ ମିଳିଛି। ପୂର୍ବରୁ କରୋନା ଜନିତ ସଚେତନତା ଯୋଗୁଁ ଅମାନିଆମାନେ ସଟଡାଉନ ସମୟରେ ଆଉ ଘରୁ ବାହାରିବାକୁ ଉଚିତ ମଣି ନାହାନ୍ତି। କେବଳ କେତେକ ୪/୬ଚକିଆ ଗାଡି ଚାଳକ ମୁହଁରେ ମାସ୍କ ବାନ୍ଧି ନଥିବାରୁ ପାଂଚଶହ ଟଙ୍କା ଲେଖାଁଏ ଜରିମାନା ଦେବାକୁ ବାଧ୍ୟ ହୋଇଥିଲେ। ଇଛାପୁର ଠାରୁ ସାନ୍ତସାହି, କେଶପୁର ବଜାର, ଫର୍ଜନ ଛକ, ବଳଗଣ୍ଡି, ମଢିଆଳ, ପୁରୁଣା ବସଷ୍ଟାଣ୍ଡ, ବଡହାଟ, କାକଟ, ବାଲାବାବା ଛକ, ନୂଆବସଷ୍ଟାଣ୍ଡ, ମହିପାଳ, କଜଳା, ତିନିମୁହାଣି ଛକ, କଲେଜ ଛକ, ଦୁହୁରିଆ ପ୍ରଭୃତି ଅଚଂଳ ଜନଶୂନ୍ୟ ହୋଇପଡିଥିବାର ଦେଖିବାକୁ ମିଳିଥିଲା। କଦବା କୋଚିତ ଖଣ୍ଡେ ଅଧେ ୨ଚକିଆରେ କୈାଣସି କର୍ମଚାରୀ ଡ୍ୟୁଟି କରିବାକୁ ଯାଉଥିବା ଦେଖିବାକୁ ମିଳିଥିଲା। ଟାଉନ ଥାନା ସବଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ ଓ ସୈାମ୍ୟରଞ୍ଜନ ଜାଲି ପୋଲିସ ଫୋର୍ସଙ୍କ ସହିତ ତିନିମୁହାଣି ଛକରେ ଶନିବାର ପ୍ରବଳ ଖରାରେ ନିଜ ନିଜର ଦାୟୀତ୍ୱ ନିର୍ବାହ କରୁଥିବା ଦେଖିବାକୁ ମିଳିଥିଲା। ମାସ୍କ ପିନ୍ଧି ନଥିବା ଗାଡି ଚାଳକଙ୍କ ଠାରୁ ଜରିମାନା ଆଦାୟ କରାଯିବା ସହ ଅଳ୍ପ କେତେକ ଅମାନିଆଙ୍କୁ ରାସ୍ତା ଉପରେ ଦେଖି ପ୍ରଥମେ ବୁଝାଇ ସଚେତନ କରୁଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.