Home ଓଡ଼ିଶା ନିଜ ମାଆକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ

ନିଜ ମାଆକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ

271

ବଲାଙ୍ଗୀର, ୬-୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଏକ ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଳା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅର୍ନ୍ତଗତ ନୂଆପଡା ଗାଁରେ। ଘର ଭିତରେ ଶୋଇଥିବା ଅବସ୍ଥାରେ ମା ସାବିତ୍ରୀ ରେନ୍ଦିଆ(୭୦) ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ପୁଅ ଫକିର ରେନ୍ଦିଆ। ହତ୍ୟା ପରେ ନିଜେ ହତ୍ୟା କରାଯାଇଥିବା ଅସ୍ତ୍ର ସହିତ ଯାଇ ବନ୍ଧପଡା ଫାଣ୍ଡିରେ ଆତ୍ମସମର୍ପଣ କରିଛି ପୁଅ। ହତ୍ୟାକାରୀ କୁ ବନ୍ଧପଡା ଫାଣ୍ଡିରୁ ଦେଓଗାଁ ଥାନାକୁ ଆଣି ଅଟକ ରଖିବା ସହିତ ଅଧିକ ପଚରା ଉଚୁରା ଜାରୀ ରଖିଛି ଦେଓଗାଁ ପୋଲିସ। ପୋଲିସ ଶବକୁ ଉଦ୍ଧାର କରି ବଲାଗିଂର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲକୁ ପଠାଇ ଦେଇଛି।

ସୂଚନା ମୁତାବକ ମୃତ ସାବିତ୍ରୀ ନିଜ ସ୍ୱାମୀ ମୂରଲୀଙ୍କ ସହିତ ନୂଆପଡା ଗାଁରେ ରହୁଥିଲେ। ସେଠାରୁ ମାତ୍ର କିଛି କିଲୋମିଟର ଦୂରରେ ମାମୁ ଘର ଗାଁ ରେ ବଡ଼ ପୁଅ ଫକିର୍ ନିଜ ପରିବାର ସହିତ ରହୁଥିଲା। କୌଣସି କାରଣରୁ ନିଜ ମାଁ ବାପାଙ୍କ ସହିତ ବଡ ପୁଅ ର ସଂପର୍କ ଭଲ ନଥିଲା। ତେଣୁ ନୂଆପଡା ଗାଁକୁ ଆସି ହଠାତ ଫକିର ନିଜ ମାକୁ ଟାଗିଂଆରେ ହତ୍ୟା କରିଥିଲା। ନିଜ ପୁଅ ତା ମା କୁ ହତ୍ୟା କରିଥିବା ନେଇ ଥାନାରେ ଉକ୍ତ ହତ୍ୟାକାରୀର ବାପା ଲିଖିତ ଅଭିଯୋଗ କରିଛନ୍ତି। ଏଭଳି ଏକ ଘଟଣାକୁ ନେଇ ଵନ୍ଧପଡା ଅଂଚଳରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.