Home Coronavirus Outbreak କରୋନା – ବ୍ରହ୍ମପୁର ବଡ଼ବଜାର ନିକଟ ଶଙ୍କରପୁର ସାହିକୁ ସିଲ୍ କଲା ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ

କରୋନା – ବ୍ରହ୍ମପୁର ବଡ଼ବଜାର ନିକଟ ଶଙ୍କରପୁର ସାହିକୁ ସିଲ୍ କଲା ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ

305

ବ୍ରହ୍ମପୁର ୧୫-୫ (ଓଡ଼ିଆ ପୁଅ/କିଶୋର କୁମାର ସାହୁ) ବ୍ରହ୍ମପୁର ସହରରେ ପ୍ରଥମଥରପାଇଁ ଗୋଟିଏ ସାହିକୁ ସିଲ୍ କରାଯାଇଛି। ବଡ଼ବଜାରର ଅଧିନସ୍ଥ ଶଙ୍କରପୁର ଷ୍ଟ୍ରିଟ୍‌କୁ ପ୍ରଥମ ଥର ପାଇଁ ଆଜି ସଂଧ୍ୟାରେ ସିଲ୍‌ କରାଯାଇଛି। ବିଏମ୍‌ସି ଏହାକୁ ନିଜ ନିୟନ୍ତ୍ରଣକୁ ନେଇଛି ଏବଂ ଏହି ସାହିକୁ ବାହାରୁ କେହି ପ୍ରବେଶ କରିପାରିବେ ନାହିଁ ତଥା ଭିତରୁ କେହି ବାହାରକୁ ଯାଇପାରିବେ ନାହିଁ। ଶଙ୍କରପୁର ସାହିରେ କରୋନା ସଂକ୍ରମଣ ଆଶଙ୍କାରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହି ଘୋଷଣା କରାଯାଇଛି। କୁହାଯାଉଛିଯେ, ଶଙ୍କରପୁର ସାହିରେ ଅଧିକ ସଂଖ୍ୟାରେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ଏପରି ପଦକ୍ଷେପ ନିଆଯାଇଛି। ତେବେ ଏହି ସାହିରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପ୍ରତ୍ୟେକ ପରିବାରବର୍ଗ ନିଜ ନିଜ ଘରେ ସଙ୍ଗରୋଧରେ ରହିବେ।

ଗଞ୍ଜାମ ଜିଲ୍ଲା ରେଡ୍‌ଜୋନ୍‌ ରେ ଥିବା ସତ୍ତ୍ୱେ ସମସ୍ତ କଟକଣା ପ୍ରାୟତଃ କୋହଳ ହୋଇଥିବା ଜଣାପଡ଼ୁଛି। ଏବେ ସହରରେ ଅଧିକାଂଶ ଦୋକାନ ଖୋଲୁଛି। ଲୋକମାନେ କୌଣସି ସାମାଜିକ ଦୂରତ୍ୱ ନମାନି ଯାତାୟାତ କରୁଥିବା ଦେଖାଯାଉଛି। ଲୋକମାନେ କରୋନାର ପ୍ରକୋପ ବୁଝିପାରୁନଥିବା ପ୍ରତୀୟମାନ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.