Home Coronavirus Outbreak ଭାରତକୁ କୋଭିଡ -୧୯ ସହ ଲଢ଼ିବା ପାଇଁ ଭେଣ୍ଟିଲେଟର ଦାନ କରିବ ଆମେରୀକା – ଟ୍ରମ୍ପ

ଭାରତକୁ କୋଭିଡ -୧୯ ସହ ଲଢ଼ିବା ପାଇଁ ଭେଣ୍ଟିଲେଟର ଦାନ କରିବ ଆମେରୀକା – ଟ୍ରମ୍ପ

872

ନୂଆ ଦିଲ୍ଲୀ ୧୬-୫ (ଓଡ଼ିଆ ପୁଅ) ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଟ୍ୱିଟ କରି କହିଛନ୍ତି ଯେ କୋଭିଡ -୧୯ ମହାମାରୀ ସହ ଲଢ଼ିବାପାଇଁ ଆମେରିକା ଭାରତକୁ ଭେଣ୍ଟିଲେଟର ଦାନ କରିବ।

ଆମେରିକାର ରାଷ୍ଟ୍ରପତି ଟ୍ୱିଟ୍ କରି କହିଛନ୍ତି ଯେ “ମୁଁ ଘୋଷଣା କରି ଗର୍ବିତ ଯେ ଆମେରିକା ଭାରତରେ ଆମର ବନ୍ଧୁଙ୍କୁ ଭେଣ୍ଟିଲେଟର ଦାନ କରିବ। ଏହି ମହାମାରୀ ସମୟରେ ଆମେ ଭାରତ ଏବଂ ନରେନ୍ଦ୍ର ମୋଦୀଙ୍କ ସହ ଛିଡା ହୋଇଛୁ। ଟିକା ବିକାଶକ୍ଷେତ୍ରରେ ମଧ୍ୟ ଉଭୟ ରାଷ୍ଟ୍ର ମିଳିତଭାବେ କାମକରୁଛନ୍ତି। ମିଳିତ ଭାବେ ଆମେ ଅଦୃଶ୍ୟ ଶତ୍ରୁକୁ ପରାସ୍ତ କରିବୁ! ”

ଆମେରିକାର କୋଭିଡ -୧୯ ସହ ଲଢ଼ିବାରେ ସାହାଯ୍ୟ କରିବା ପାଇଁ ଭାରତ ପୂର୍ବରୁ ହାଇଡ୍ରୋକ୍ସିକ୍ଲୋରୋକାଇନ୍ ର ବୃହତ ପରିବହନ ମଧ୍ୟ ଯୋଗାଇ ଦେଇଥିଲା।

ସୂଚନାଯୋଗ୍ୟଯେ, କୋଭିଡ -୧୯ କାରଣରୁ ଆମେରିକାରେ ଅଧିକାଂଶ ସଂକ୍ରମିତ ହେବା ସହ ଅନେକଙ୍କର ମୃତ୍ୟୁ ଘଟିଛି। ଆମେରୀକାରେ ୮୭, ୦୦୦ ରୁ ଅଧିକ ମୃତ୍ୟୁ ଏବଂ ୧୪ ଲକ୍ଷ ଆକ୍ରାନ୍ତ ରେକର୍ଡ ହୋଇଛି।

କୋଭିଡ -୧୯ କାରଣରୁ ୨,୬୪୯ ଜଣଙ୍କର ମୃତ୍ୟୁ ସହ ୮୧, ୯୧୦ ଆଖ୍ରାନ୍ତ ରେକର୍ଡ କରି ବେଳେ ଭାରତ ଚୀନ୍ କୁ ଅତିକ୍ରମ କରିଛି। ଚାଇନାର ୱୁହାନରେ ଉତ୍ପନ୍ନ ଏହି ରୋଗରେ ସମଗ୍ର ବିଶ୍ୱରେ ୩ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିସାରିଲାଣି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.