Home ଓଡ଼ିଶା କରୋନା ପାଇଁ ସେବାୟାତ ଓ ଭକ୍ତ ଶୂନ୍ୟ ଶ୍ରୀ ଜୀଉଙ୍କ ସୁନାବେଶ

କରୋନା ପାଇଁ ସେବାୟାତ ଓ ଭକ୍ତ ଶୂନ୍ୟ ଶ୍ରୀ ଜୀଉଙ୍କ ସୁନାବେଶ

157

ମାଲକାନଗିରି,୨ । ୭ ( ଓଡିଆ ପୁଅ ) ସମଗ୍ରବିଶ୍ୱରେ କରୋନା ମହାମାରିର ପାଦୃଭାବ ପାଇଁ ଶ୍ରୀ ଜୀଉଙ୍କ ବାହୁଡା ଯାତ୍ରା ଭକ୍ତଶୂନ୍ୟ ନିରାଡମ୍ବରେ ହେବା ପରେ ଆଜି ସନ୍ଧ୍ୟାରେ ମାଲକାନଗିରି ଜିଲ୍ଲାସଦର ମହକୁମା ଶ୍ରୀଜଗନ୍ନାଥ ଙ୍କ ମନ୍ଦିର ରତ୍ନବେଦୀରେ ଚତୁର୍ଧା ମୂର୍ତିଙ୍କର ସୁନାବେଶ କରା ଯାଇଥିଲା । କରୋନା କଟକଣା ପାଇଁ କୌଣସି ଭକ୍ତ କିମ୍ବା ସେବାୟତ ମନ୍ଦିର ଭିତରକୁ ଯାଇ ପ୍ରବେଶ କରିନଥିଲେ ,କେବଳ ମନ୍ଦିର ପୁଜକ କୃଷ୍ଣଚନ୍ଦ୍ର ନନ୍ଦ,ସନ୍ତୋଷ ନନ୍ଦ, କାହ୍ନୁ ନନ୍ଦ ଚତୁର୍ଧାମୂର୍ତିଙ୍କ ନିତିରିତି ଭୋଗ ସରିବା ପରେ ଶ୍ରୀଜିୟୁଙ୍କୁ ପରମ୍ପରା ଓ ବିଧି ଅନୁସାରେ ରୈପ୍ୟ ଓ ସ୍ୱଣ୍ଣ ର୍ ଅଳଙ୍କାରରେ ସଜାଇଦେଇ ଥିଲେ । କରୋନା ପାଇଁ କଟକଣା ଥିବାରୁ ମନ୍ଦିରକୁ କୌଣସି ଭକ୍ତ ଯାଇପାରିନଥିଲେ କି ସୁନାବେଶ ଦର୍ଶନ କରିପାରିନଥିବାର ଜଣାପଡିଛି । ଭକ୍ତ ଶୂନ୍ୟରେ ଚତୁର୍ଦ୍ଦାମୂର୍ତି ଙ୍କର ସୁନାବେଶ ହୋଇଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.