ଭୁବନେଶ୍ୱର: ସମଗ୍ର ବିଶ୍ୱ ପାଇଁ କରୋନା ଭାଇରସ୍ ଏକ ଗମ୍ଭୀର ବିପଦ ଭାବରେ ଉଭା ହୋଇଛି। ଏହି ଭୂତାଣୁ ଯୋଗୁଁ ଭାରତରେ ୨୧ ଦିନର ଲକ୍ ଡାଉନ୍ ଘୋଷଣା କରାଯାଇଛି।ଲକ୍ ଡାଉନକୁ ସଫଳ କରିବା ଦାୟିତ୍ୱ ମୁଖ୍ୟତଃ ରାଜ୍ୟ ପୋଲିସର କାନ୍ଧରେ ଅଛି। ପୋଲିସ ମଧ୍ୟ ଏହି ଦାୟିତ୍ୱ ଭଲ ଭାବରେ ତୁଲାଉଛି। ଲୋକଙ୍କୁ କରୋନା ଭାଇରସ୍ ବିରୁଦ୍ଧରେ ସଚେତନ କରାଇବା ପାଇଁ ଅନନ୍ୟ ଉପାୟ ଚେଷ୍ଟା କରୁଛି।
ଆଗ୍ରାର ଫତେହପୁର ସିକ୍ରି ପୋଲିସ କରୋନା ଜୀବାଣୁ ବିରୁଦ୍ଧରେ ଲୋକଙ୍କୁ ସଚେତନ କରାଇବା ପାଇଁ ଏଭଳି ଏକ ନିଆରା ପଦ୍ଧତି ଆପଣାଇଛି। ପୋଲିସ ଷ୍ଟେସନର ଇନ୍ସପେକ୍ଟରଙ୍କ ସମେତ ୭୫ ଜଣ ପୋଲିସ କର୍ମଚାରୀ ସାମୁହିକ ଲଣ୍ଡା ହୋଇ ଏକତା ବାର୍ତ୍ତା ଦେଇଛନ୍ତି। ଦୁଇଜଣ ଇନ୍ସପେକ୍ଟରଙ୍କ ସମେତ ୯ ଜଣ ସବ୍-ଇନ୍ସପେକ୍ଟର, ୧୫ ଜଣ ହେଡ୍- କନଷ୍ଟେବଳ ଏବଂ ୪୯ ଜଣ କନଷ୍ଟେବଳ ସାମୂହିକ ଭାବରେ ଲଣ୍ଡା ହୋଇ କରୋନା ଭାଇରସ୍ ବିରୋଧରେ ଲୋକଙ୍କୁ ସଚେତନ କରାଇବା ଏବଂ ଏକ ଜୁଟତା ଦେଖାଇବାକୁ ଉଦ୍ୟମ କରିଛନ୍ତି।
କରୋନାକୁ ନେଇ ବିବାଦୀୟ ଭିଡିଓ ପୋଷ୍ଟ କରୁଥିବା ଟିକଟକ୍ ଆକାଉଣ୍ଟ ହେବ ବ୍ୟାନ୍
/- ଦେବଦତ୍ତ ରଥ








