Home ଓଡ଼ିଶା କରୋନା ପାଇଁ ରିକ୍ସା ଚାଳକମାନେ ଅର୍ଥ ଉପାର୍ଜନରୁ ବଂଚିତ

କରୋନା ପାଇଁ ରିକ୍ସା ଚାଳକମାନେ ଅର୍ଥ ଉପାର୍ଜନରୁ ବଂଚିତ

129

ପୁରୀ, ୩୦/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଆନ୍ତର୍ଜାତୀକ ମାନ୍ୟତା ପ୍ରାପ୍ତ ଶ୍ରୀକ୍ଷେତ୍ର ତଥା ପ୍ରମୁଖ ତୀର୍ଥକ୍ଷେତ୍ର ପୁରୀ ଆଜି ଲକଡାଉନ ପାଇଁ ବହୁ ଗରିବ, ଦିନ ମଜୁରିଆ, ରିକ୍ସାଚାଳକ ନିଜର ରୋଜଗାର ହରାଇ ବସିଛନ୍ତି। କରୋନା ଯୋଗୁଁ ଦେଶରେ ଲକଡାଉନ ଚାଲିଥିବା ବେଳେ ପୁରୀ ସହରକୁ କୌଣସି ପର୍ଯ୍ୟଟକ ବା ତୀର୍ଥଯାତ୍ରୀ ଆସୁନଥିବା ଯୋଗୁଁ ରିକ୍ସା ଚାଳକମାନେ ସେମାନଙ୍କର ଦୈନଦିନ ରୋଜଗାରରୁ ବଂଚିତ ହୋଇଥିବା ଯୋଗୁଁ ନିଜେ ଚଳିବା ସହ ନିଜର ପରିବାରକୁ ଚଳାଇବା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୁରୀ ସହରରେ ପ୍ରାୟ ୪ହଜାରରୁ ୫ହଜାର ରିକ୍ସା ଦୈନଦିନ ଗଡୁଥାଏ। ରିକ୍ସା ଚାଳକ ପେଡାଲ ମାରିଲେ ଦୁଇ ପଇସା ଉପାର୍ଜନ କରିଥାନ୍ତି। କିନ୍ତୁ ଯାତ୍ରୀ ଓ ପର୍ଯ୍ୟଟକ ନଆସିବା ଯୋଗୁଁ ରିକ୍ସାଗୁଡିକ ଧାଡିବାନ୍ଧି ଥୁଆ ହୋଇ ରହିଛି। କେବେ ଲକଡାଉନ ଖୋଲିବ, ପୂର୍ବପରି ସହରକୁ ଯାତ୍ରୀମାନେ ଆସିବେ ସେହି ଆଶାରେ ଦିନରାତିକୁ ଏକ କରିଦେଇଛନ୍ତି। ଦିନେ ଖାଇଲେ ଦିନେ ଉପାସ ରହୁଛନ୍ତି ବୋଲି ରିକ୍ସା ଚାଳକମାନେ ମତ ଦେଇଛନ୍ତି। ଲକଡାଉନ ଥିବାରୁ ସେମାନେ ନିଜ ନିଜର ଘରକୁ ମଧ୍ୟ ଫେରିପାରୁନାହାଁନ୍ତି। ତେଣୁ ବାଧ୍ୟହୋଇ ରିକ୍ସା ଚାଳକମାନେ ସେହି ରିକ୍ସା ଉପରେ ଦିନ ବିତାଉଛନ୍ତି। ସେହିପରି ରିକ୍ସାମାଲିକମାନେ ମଧ୍ୟ ଏଥିରୁ ବଂଚିତ ହୋଇନାହାଁନ୍ତି। ସେମାନେ ମଧ୍ୟ ରିକ୍ସା ନଚାଲିବା ଯୋଗୁଁ ତାଙ୍କର ଗୁଜୁରାଣ ମେଂଟାଇ ପାରୁ ନାହାଁନ୍ତି। ସେମାନେ ମଧ୍ୟ ପର୍ଯ୍ୟଟକଙ୍କ ଆଗମନକୁ ଅପେକ୍ଷା କରି ରହିଛନ୍ତି। ଏ ସଂପର୍କରେ ରିକ୍ସା ମାଲିକ ସିଦ୍ଧେଶ୍ୱର ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ମାଲିକ ଏବଂ ରିକ୍ସା ଚାଳକମାନଙ୍କୁ ଯଦି କିଛି ସରକାରୀ ସାହାର୍ଯ୍ୟ ମିଳିବ ତା ହେଲେ ସେମାନେ ଦୁଇ ଓଳି ମୁଠେ ଖାଇପାରିବେ। ସେ ଦିଗରେ ଜିଲ୍ଲାପ୍ରଶାସନ ସାହାଯ୍ୟର ହାତ ବଢାଇବା ପାଇଁ ସେ ଦାବି କରିଛନ୍ତି। ସେହିପରି ଜନୈକ ରିକ୍ସା ଚାଳକ ମଧ୍ୟ ଅନୁରୂପ ମତ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.