Home ଜିଲ୍ଲା ପରିକ୍ରମା ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଗଂଜେଇ ଜବତ ସହ ଗାଡି ଓ ଡ୍ରାଇଭର ଗିରଫ

ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଗଂଜେଇ ଜବତ ସହ ଗାଡି ଓ ଡ୍ରାଇଭର ଗିରଫ

121

ପୁରୀ, ୩୦/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଅବକାରୀ ଅଧୀକ୍ଷକ ଅମରେନ୍ଦ୍ର ଜେନାଙ୍କ ତତ୍ୱାବଧାନରେ ମଙ୍ଗଳବାରଦିନ ସକାଳ ୫ଟା ସମୟରେ ଅବକାରୀ ନିରୀକ୍ଷକ ଓ ଜିଲ୍ଲା ଭ୍ରାମ୍ୟମ୍ରାଣ ଅଧିକାରୀ ଏବଂ ଅବକାରୀ କର୍ମଚାରୀ ମିଳିତଭାବେ ଷଣ୍ଢ ବଜାରରେ ପେଟ୍ରୋଲିଂ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇଲେ ଯେ ମାରୁତୀ ଗାଡିରେ ଗଞ୍ଜେଇ ଚାଲାଣ ହେଉଛି। ଉକ୍ତ ବାଲୁପୁଟ ରାସ୍ତାରେ ଜଗି ରହିଥିବା ସମୟରେ ଖବର ମୁତାବକ ଏକ ଗାଡି ଆସୁଥିବାର ଦେଖି ଅଟକାଇ ସେଥିରୁ ଦୁଇଗୋଟି ଜରି ବସ୍ତା ମଧ୍ୟରେ ପ୍ରତ୍ୟେକରେ ୨୨କେଜି ଲେଖାଏଁ ୪୪କେଜି ଗଞ୍ଜେଇ ଏବଂ ଉକ୍ତ ଗାଡିକୁ ଚଳାଉ ଥିବା ଚାଳକ ନିମାପଡାର ନଅନ୍ତରା ଗ୍ରାମର ଦେବାଶିଷ ସ୍ୱାଇଁ (୩୦)କୁ ଗିରଫ କରାଯାଇ ପୁରୀ ଜିଲ୍ଲା ଦୌରାଜଜ୍ଜଙ୍କ କୋର୍ଟକୁ ଚାଲାଣ କରାଯାଇଛି। ଏହି ଚଢାଉରେ ବିକାଶ କୁମାର ନାୟକ ଇନ୍ସପେକ୍ଟର, ବନ୍ଦନା ପଟ୍ଟନାୟକ ସବ ଇନ୍ସପେକ୍ଟର, ସୁଶାନ୍ତ କୁମାର ମହାପାତ୍ର ଏଏସଆଇ, ସନ୍ତୋଷ କୁମାର ନାୟକ, ପ୍ରଦୀପ କୁମାର ପଣ୍ଡା, ଅଭିଜିତ ପଣ୍ଡାଙ୍କ ସମେତ ବିନୋଦ କୁମାର ବାସ୍ତେ ଏଏସଆଇ, ସଂଜୀବ ହସ୍ତି ପ୍ରମୁଖ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.