Home ଜିଲ୍ଲା ପରିକ୍ରମା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଆର୍ଥିକ ସହାୟତା

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଆର୍ଥିକ ସହାୟତା

105

ଦେବଗଡ,୩୦-୪ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ସରକାରଙ୍କ ନିଷ୍ପତିକ୍ରମେ ଲକ୍‌ଡାଉନ ବେଳେ ଦେବଗଡ ଜିଲ୍ଲାରେ ଅପ୍ରେଲ ମାସ ୨୮ତାରିଖ ସୁଦ୍ଧା ୭୫, ୭୧୦ପରିବାରଙ୍କୁ ଅଗ୍ରୀମ ୩ ମାସର ପି.ଡି.ଏସ. ସାମଗ୍ରୀ ବଣ୍ଟନ କରାଯାଇଛି। ବାରକୋଟ ବ୍ଲକରେ ୨୭, ୦୦୯, ରିଆମାଳରେ ୨୬, ୧୮୦, ତିଲେଇବଣିରେ ୧୯, ୦୮୩ ଏବଂ ପୈାରାଂଚଳରେ ୩, ୪୩୮ ପରିବାରଙ୍କୁ ପି.ଡି.ଏସ. ସାମଗ୍ରୀ ବଣ୍ଟନ କରାଯାଇଛି। ସେହିଭଳି ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ୭୫, ୬୬୩ଜଣ କାର୍ଡଧାରୀଙ୍କୁ ଟ.୧୦୦୦/-ଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ବାରକୋଟ ବ୍ଲକରେ୨୭, ୦୬୦, ରିଆମାଳରେ ୨୬, ୧୮୦, ତିଲେଇବଣିରେ ୧୯, ୦୪୭ ଏବଂ ଦେବଗଡ ପୈାରାଂଚଳରେ ୩, ୩୭୬ଜଣ କାର୍ଡଧାରୀଙ୍କୁ ଏହି ଆର୍ଥିକ ସହାୟତାପ୍ରଦାନ କରାଯାଇଥିବା ଯୋଗାଣ ବିଭାଗ ସୂତ୍ରରୁ ଜଣା୍‌ଯାଇଛି।

ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଆଜିସୁଦ୍ଧା ୬୬, ୬୩୦ଜଣଙ୍କୁ ରନ୍ଧାଖାଦ୍ୟ ଦିଆଗଲା

୧୬୬୩ ଏବଂ ପୈାରାଂଚଳରେ ୪୦୦ ଜଣ ଅସହାୟ, ନିରାଶୟ ଏବଂ ଶ୍ରମିକ ଶ୍ରେଣୀର ଲୋକମାନଙ୍କୁ ବିଭିନ୍ନ ସ୍ଥାନରେ ରନ୍ଧାଖାଦ୍ୟ ଦିଆଯାଇଛି। ମିଳିଥିବା ସୂଚନାନୁଯାୟୀ ଆଜି ବାରକୋଟ ବ୍ଲକର୨୧ଟି ପଂଚାୟତରେ ୭୦୨ଜଣ ବୟସ୍କ ଏବଂ ୧୧୮ଜଣ ଶିଶୁ, ରିଆମାଳ ବ୍ଲକର ୧୬ଟି ପଂଚାୟତରେ ୩୭୯ଜଣ ବୟସ୍କ ଏବଂ ୮୮ଜଣ ଶିଶୁ ଓ ତିଲେଇବଣି ବ୍ଲକର ୧୫ଟି ପଂଚାୟତରେ ୩୧୮ଜଣ ବୟସ୍କ ଓ ୫୮ଜଣ ଶିଶୁଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ଆଜି ସୁଦ୍ଧା ଜିଲ୍ଲାରେ ୬୬, ୬୩୦ଜଣଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.