Home ଓଡ଼ିଶା କରୋନା ପାଇଁ ରଣପୁର ଲକ୍ ଡାଉନ୍‌………….. ହୋମ୍ ଆଇସୋଲେସନ୍ ସଂଖ୍ୟା କମିଛି

କରୋନା ପାଇଁ ରଣପୁର ଲକ୍ ଡାଉନ୍‌………….. ହୋମ୍ ଆଇସୋଲେସନ୍ ସଂଖ୍ୟା କମିଛି

123

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୪/୦୩-ନୟାଗଡ ଜିଲ୍ଲା ରଣପୁର ଅଂଚଳରେ କରୋନା ପାଇଁ ଲକ୍ ଡାଉନ୍ ପରେ ହୋମ୍ ଆଇସୋଲେସନ୍ ସଂଖ୍ୟା କମିଥିବା ଜଣା ପଡିଛି । ଗତ ମାର୍ଚ୍ଚ ୨୩ ତାରିଖ ସଂଧ୍ୟା ସୁଦ୍ଧା ୫୬୭ଜଣ ହୋମ୍ ଆଇସୋଲେସନ୍ ରେ ଥିବାବେଳେ ମାର୍ଚ୍ଚ ୨୪ ତାରିଖ ସଂଧ୍ୟା ସୁଦ୍ଧା ଦିନଯାକରେ ମାତ୍ର ୬୭ଜଣ ହୋମ୍ ଆଇସୋଲେସନ ରେ ଥିବା ଜଣା ପଡିଛି । ଲକ୍ ଡାଉନ୍ ଯୋଗୁଁ ବାହାର ରାଜ୍ୟରୁ ଆସୁଥିବା ଶ୍ରମିକ ମାନଙ୍କର ସଂଖ୍ୟା ମଧ୍ୟ କମିଯାଇଛି । ତେଣୁ ପରିସ୍ଥିତିରେ ସୁଧାର ଆସିଥିବା କଥା ରଣପୁର ଡାକ୍ତର ବୈଦ୍ୟନାଥ ନନ୍ଦଙ୍କଠାରୁ ସୁଚନା । ଲକ୍ ଡାଉନ୍ ର ପ୍ରଥମ ଦିବସରେ ପୋଲିସ୍ ପ୍ରଶାସନ ସକାଳୁ ସକାଳୁ ବଜାରରେ ଭିଡ ଲାଗି ରହିବା ଫଳରେ ସଜାଗ ହୋଇ ଉଠିଥିଲା । ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ ଥାନା ସାମ୍ନାରେ ଡାକବାଜି ଯନ୍ତ୍ର ଯୋଗେ ଲକ୍ ଡାଉନ୍ ସମ୍ପର୍କୀୟ ସୁଚନା ପ୍ରଦାନ ପରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା । ପୋଲିସ୍ ଯାତାୟତ କରୁଥିବା ୨ଚକିଆ, ୪ଚକିଆ ଯାନରେ ବ୍ୟକ୍ତି ମାନଙ୍କୁ ଲକ୍ ଡାଉନ୍ ସମ୍ପର୍କରେ ବୁଝାଇ ଛାଡି ଦେଇଥିଲା । ଦିନ ୯ଟା ପରେ ରଣପୁର ବଜାରଠାରେ ପୋଲିସ୍ ନାକାବନ୍ଦୀ କରି ରହିଥିଲା ।

କିଛି ସମୟ ପରେ ଅପରାହ୍ନ ୫ଘଟକା ପର୍ଯ୍ୟନ୍ତ ଯାତାୟତ ସ୍ୱାଭାବିକ ଥିଲା । ଅବଶ୍ୟ ଭିଡ କମ୍ ଥିବା ଦେଖିବାକୁ ମିଳିଥିଲା । ମଧ୍ୟାହ୍ନରେ ରଣପୁର ନୋଡାଲ ଅଫିସର୍ ଦାୟିତ୍ୱରେ ଥିବା ତହସିଲ୍‌ଦାର ଏବଂ ରଣପୁର ଥାନା ଇନିସ୍‌ପେକ୍ଟର ଡାକ୍ତରଖାନା ମଧ୍ୟକୁ ଯାଇ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ କାର୍ଯ୍ୟ ବନ୍ଦ କରିଥିଲା । ନୟାଗଡ ଉପଜିଲ୍ଲାପାଳ କରୋନା ପାଇଁ ଡାକ୍ତରଖାନା ରଙ୍ଗଦିଆ କାର୍ଯ୍ୟ ଚାଲି ପାରିବ ବୋଲି ଠିକାଦାର ଲିଙ୍ଗରାଜ ନାୟକ ଚିଠି ଦେଖାଇବା ପରେ ପୁଣି କାର୍ଯ୍ୟ ଚାଲୁଥିବା ଦେଖିବାକୁ ମିଳିଥିଲା । ଅପରାହ୍ନ ୫ଘଟିକା ପରେ ପୋଲିସ୍ ଥାନା ସାମ୍ନାରେ ଡାକବାଜି ଯନ୍ତ୍ର ଯୋଗେ ୧୦ ମିନିଟ୍ ସମୟ ଦେଇ ପୁଣି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । ଅଯଥାରେ ଯାତାୟତ କରୁଥିବା ବ୍ୟକ୍ତିମାନଙ୍କ ଗାଡି ଅଟକ ରଖିବା ଦେଖିବାକୁ ମିଳିଥିଲା । ଖବର ଲେଖାହେଲା ପର୍ଯ୍ୟନ୍ତ ରଣପୁର ଥାନା ପୋଲିସ୍ ୧୫ରୁ ଅଧିକ ମୋଟର ସାଇକେଲ୍ ଆରୋହୀଙ୍କୁ ବାଇକ୍ ସହ ଥାନାରେ ଅଟକ ରଖିଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.