Home Coronavirus Outbreak କରୋନା ପାଇଁ ବୈଠକ: ପିସି ପାଇଁ କଳି! ଜଣେ ଏମପି, ଜଣେ ଏମଏଲଏ; ଦେଖନ୍ତୁ ଭିଡିଓ...

କରୋନା ପାଇଁ ବୈଠକ: ପିସି ପାଇଁ କଳି! ଜଣେ ଏମପି, ଜଣେ ଏମଏଲଏ; ଦେଖନ୍ତୁ ଭିଡିଓ ..

926

ଭୁବନେଶ୍ୱର: କରୋନା ଭାଇରସ୍ ଉପରେ ସଚେତନତା ପାଇଁ ଚାଲିଥିଲା ବୈଠକ। କିନ୍ତୁ କରୋନା ମୁକାବିଲା ପାଇଁ ଆଲୋଚନା କ’ଣ ହେବ ହଠାତ୍ ଲାଗିଗଲା କଳି। ଏମପି ଆଉ ଏମଏଲଏଙ୍କ ମଧ୍ୟରେ କଳି। ତାହା ପୁଣି ପିସି କାରବାର ପାଇଁ। ଗତ କାଲିର ଘଟଣା। କରୋନା ଉପରେ ସଚେତନତା ପାଇଁ ନୂଆପଡ଼ା ଜିଲ୍ଲା ପରିଷଦ ବୈଠକ ଚାଲିଥିବା ବେଳେ ହଠାତ୍ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଏବଂ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମଧ୍ୟରେ ଲାଗିଯାଇଥିଲା କଳି। ତାହା ପୁଣି ପିସି କାରବାର ପାଇଁ। ଏମାନଙ୍କ କଳି ଯୋଗୁଁ ବୈଠକ ବନ୍ଦ ହୋଇ ଯାଇଥିଲା। ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ଉପରେ ଜିଲ୍ଲା ପରିଷଦ ସ୍ବତନ୍ତ୍ର ସଚେତନତା ପାଇଁ ବୈଠକ ଜିଲ୍ଲାପାଳଙ୍କ ସଦ୍‌ଭାବନ ଗୃହଠାରେ ଆରମ୍ଭ ହୋଇଥିଲା। ବୈଠକରେ ଜିଲ୍ଲା ପରିଷଦ ଅଧକ୍ଷା ନମିତା ପ୍ରଧାନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁପ୍ରତାପ ସିଂ ମାଝୀ ଉପସ୍ଥିତ ଥିଲେ। ବାହାରୁ ଫେରୁଥିବା ଦାଦନ ଶ୍ରମିକଙ୍କ ପାଇଁ କଣ ଚିକିତ୍ସା ସୁବିଧା କରାଯାଇଛି ଏବଂ କରୋନା ପାଇଁ ସ୍ବତନ୍ତ୍ର ବୈଠକରେ ଧାନକିଣା ଉପରେ ଚର୍ଚ୍ଚା କରାଯିବା କଥା ଉଠିବାରୁ ଯୁକ୍ତିତର୍କ ହୋଇ କଥା ପିସି ଯାଏଁ ଗଲା ବୋଲି ଜଣାପଡ଼ିଛି। ତେଣେ ସାରା ବିଶ୍ଵ, ଦେଶ ତଥା ଆମ ରାଜ୍ୟବାସୀ କରୋନା ଭାଇରସ ଭୟରେ ଭୟଭୀତ ଥିବା ବେଳେ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ଉଭୟଙ୍କ ମଧ୍ୟରେ ସମନ୍ୱୟ ରଖି କରୋନା ମୁକାବିଲା ପାଇଁ ଚେଷ୍ଟିତ ଥିଲା ବେଳେ ଏଣେ କିନ୍ତୁ ଓଡ଼ିଶାରେ ବିଜେପି – ବିଜେଡି ନେତା କରୋନା ମୁକାବିଲା ବୈଠକରେ ପିସି ପାଇଁ ଲାଗୁଛନ୍ତି ଝଗଡ଼ା। କ’ଣ କହିବେ ଏମାନଙ୍କୁ, ଦେଖନ୍ତୁ ଭିଡିଓ ..

https://twitter.com/odiapuanews/status/1241666741970690048

/-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.