Home ଓଡ଼ିଶା କରୋନା ପାଇଁ ଜିଲ୍ଲାର ୪ଟି ସ୍ଥାନରେ ସ୍ୱତନ୍ତ୍ର ଭାବେ ଭ୍ରାମ୍ୟମାଣ ଡାକ୍ତରଙ୍କ ଦ୍ୱାରା ନମୁନା ସଂଗ୍ରହ

କରୋନା ପାଇଁ ଜିଲ୍ଲାର ୪ଟି ସ୍ଥାନରେ ସ୍ୱତନ୍ତ୍ର ଭାବେ ଭ୍ରାମ୍ୟମାଣ ଡାକ୍ତରଙ୍କ ଦ୍ୱାରା ନମୁନା ସଂଗ୍ରହ

312

ମାଲକାନଗିରି,୨୧ା୪(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବେ ଅଭିନବ ଉପାୟରେ ଭ୍ରାମ୍ୟମାଣ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଙ୍କ ଦ୍ୱାରା ମହାମାରୀ କରୋନା ଲାଗି ଦେଶ ଓ ରାଜ୍ୟ ଫେରନ୍ତା ଙ୍କ ସ୍ୱାବ ନମୁନା ସଂଗ୍ରହ ଚାଲିଛି । ସ୍ୱତନ୍ତ୍ର ଭାବେ ୬ଫୁଟ ଲମ୍ବ ୩ଫୁଟ ଦୈର୍ଘ୍ୟରେ ନିର୍ମିତ ୪ଟି ବକ୍ସଭିତରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନେ ମୁହଁରେ ମାସ୍କ,ହାତରେ ଗ୍ଲୋବ୍ସ ପିନ୍ଧି ଭଲଭାବରେ ସାନିଟାଇଜ ହୋଇ କରୋନା ନମୁନା କିଟ ଦ୍ୱାରା କରୋନା ସନ୍ଧିଗ୍ଦମାନଙ୍କ ଠାରୁ ନମୁନା ସଂଗ୍ରହ କରୁଛନ୍ତି । ଏହା ଜିଲ୍ଲାସଦର ମହକୁମା କୋଭିଡ ହସପିଟାଲ,କଲ୍ୟାଣ ମଣ୍ଡପ,ମୋଟୁ ଓ ମାଥିଲି ୪ଟି ସ୍ଥାନରେ ପରୀକ୍ଷାମୁଳକ ଭାବେ ନମୁନା ସଂଗ୍ରହ ଚାଲିଛି । ଇତି ମଧ୍ୟରେ ୩୪୮ଜଣଙ୍କ ନମୁନା ସଂଗ୍ରହ ହୋଇ ଭୁବନେଶ୍ୱର ପରୀକ୍ଷାଗାରକୁ ପଠାଯାଇଥିଲା ,ସେଥି ମଧ୍ୟରୁ ୨୦୪ଜଣଙ୍କ ନମୁନା ନେଗେଟିଭ ଆସିଥିବା ବେଳେ ଅନ୍ୟ ନମୁନାର ରିପୋର୍ଟ ହସ୍ତଗତ ହୋଇନାହିଁ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.