Home କେନ୍ଦୁଝର ଚିନ୍ତା ବଢ଼ାଉଛନ୍ତି କଲିକତା ଫେରନ୍ତା

ଚିନ୍ତା ବଢ଼ାଉଛନ୍ତି କଲିକତା ଫେରନ୍ତା

275

ହାଟଡ଼ିହି-୨୧/୪, କରୋନା ସଂକ୍ରମଣକୁ ରୋକିବାପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିବାବେଳେ ଲୋକମାନେ ତାକୁ ଠିକ ଭାବେ ଗ୍ରହଣ କରୁନାହାନ୍ତି । ବିଶେଷକରି କଲିକତାରୁ ଫେରିଥିବା ଅନେକ ଲୋକ ଏବେ କରୋନା ପଜେଟିଭ ବୋଲି ଜଣାପଡିବାପରେ ଏବେ ଚିନ୍ତା ବଢ଼ିଯାଇଛି । ହାଟଡିହି ବ୍ଲକର ଅନେକ ଗାଁରେ ଏବେ କଲିକତାରୁ ଆସିଥିବା ଲୋକମାନେ ରହୁଥିବାରୁ ଓ କିଛି ଲୋକ ସେମାନଙ୍କ ଫେରିବା ତଥ୍ୟକୁ ଗୁପ୍ତ ରଖୁଥିବାରୁ ସେହିସବୁ ଗାଁରେ ଲୋକମାନଙ୍କ ଭିତରେ ଚିନ୍ତା ବଢ଼ିଯାଇଛି । ହାଟଡିହି ବ୍ଲକରେ କଲିକତାରୁ ଅଳ୍ପଦିନ ଭିତରେ ଶତାଧିକ ଲୋକ ଆସିଥିବା ଅନୁମାନ କରାଯାଉଛି । ଏନେଇ ପ୍ରଶାସନ ପାଖରେ ସଠିକ ତଥ୍ୟ ମଧ୍ୟ ନାହିଁ । କଲିକତାରୁ ଆସିଥିବା ଲୋକମାନଙ୍କ ଉପରେ ସ୍ଥାନୀୟ ଲୋକମାନେ ପୁର୍ବରୁ ଗୁରୁତ୍ୱ ଦେଉ ନଥିବାବେଳେ ଏବେ ଭଦ୍ରକ, ଯାଜପୁର, ବାଲେଶ୍ୱର ଅଞ୍ଚଳରେ ଦୁଇଦିନ ଭିତରେ ୧୮ଜଣ ଆକ୍ରାନ୍ତ ହେବାପରେ ଏବେ ହାଟଡିହି ଅଞ୍ଚଳରେ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ହାଟଡିହି ଅଞ୍ଚଳର ଶହଶହ ଲୋକେ କଲିକତାରେ କାମ କରୁଥିବାବେଳେ କିି ଲୋକ ଘରକୁ ପଳାଇ ଆସିଥିବାବେଳେ ଗତକାଲି ବଡ ରମ୍ପାସ ପଞ୍ଚାୟତରେ ଏହାକୁ ନେଇ ବିବାଦ ଦେଖାଦେବାପରେ ୨ଜଣଙ୍କୁ ଆଣି କ୍ୱାରେଣ୍ଟାଇନରେ ରଖା ଯାଇଛି । ସେହିପରି ହାବଳେଶ୍ୱର ପଞ୍ଚାୟତରେ ୭ଜଣ ଆସିଥିବାବେଳେ ସେମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି । ସେହିପରି ଅନ୍ୟ ପଞ୍ଚାୟତ ମାନଙ୍କରେ ମଧ୍ୟ ବହୁ ଲୋକ କଲିକତାରୁ ଆସିଥିଲେ ମଧ୍ୟ ଖୁଲାମଖୁଲା ବୁଲିୁଥିବାରୁ ପ୍ରଶାସନ ପକ୍ଷରୁ ତୁରନ୍ତ ସେମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖିବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.